ପହିଲି ଭୋଗ ନୀତିରେ ବିଳମ୍ବ

ପୁରୀ ଅଫିସ,୧୬।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତଥର ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ପହିଲି ଭୋଗ ସମୟ ୬ଟା ୨୦ରୁ ୬ଟା ୫୦ ମିନିଟ୍‌ ମଧ୍ୟରେ ଶେଷ ହେବ ବୋଲି କୁହାଯାଇଥିବା ବେଳେ ଏହା ୭ଟା ୩୦ ମିନିଟ୍‌ରେ ଶେଷ ହୋଇଛି। ଏଥିରେ ପ୍ରାୟ ୪୦ମିନିଟ୍‌ ବିଳମ୍ବ ହୋଇଛି। ତେବେ ପହିଲି ଭୋଗ ନୀତି ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମାସେ ବ୍ୟାପୀ ଅନୁଷ୍ଠିତ ହେବ।
ଶ୍ରୀମନ୍ଦିର ଦ୍ୱାରଫିଟା ରାତ୍ର ୩ଟା ୪୦ମିନିଟ୍‌ରେ ହୋଇଥିବା ବେଳେ ଭିତର ଶୋଧ ପ୍ରକ୍ରିୟା ୪ଟା ୨୫ମିନିଟ୍‌ରେ କରାଯାଇଛି। ମଙ୍ଗଳ ଆଳତି ୪ଟା ୩୦ମିନିଟ୍‌, ମଇଲମ ୪ଟା ୩୫, ରୋଷ ହୋମ ଓ ତଡ଼ପ ଲାଗି ୪ଟା ୫୫, ଅବକାଶ ପୂଜା ୫ଟା ୨୦ମିନିଟ୍‌ରେ ସରିଛି। ୬ଟା ୨୫ମିନିଟ୍‌ରେ ମହାପ୍ରଭୁଙ୍କ ବେଶ ଶେଷ ହୋଇଥିବା ବେଳେ ସୂର୍ଯ୍ୟ ପୂଜା ୬ଟା ୩୦ମିନିଟ୍‌ରେ ସରିଛି। ସେହିପରି ଦ୍ୱାରପାଳ ପୂଜା ସକାଳ ୬ଟା ୪୫, ଗୋପାଳ ବଲ୍ଲବ ଏବଂ ପହିଲି ଭୋଗ ଡାକିଗଲେ ୭ଟାରେ ଅନୁଷ୍ଠିତ ହୋଇଛି। ପହିଲି ଭୋଗ ଛେକ ସକାଳ ୭ଟା ୧୦ ଏବଂ ବୟ ଆସିବା ୭ଟା ୧୫ମିନିଟ୍‌ରେ ଅନୁଷ୍ଠିତ ହୋଇଛି। ପହିଲି ଭୋଗ ପୂଜା ୭ଟା ୨୦ମିନିଟ୍‌ ଏବଂ ଭୋଗ ଶେଷ ୭ଟା ୩୦ମିନିଟ୍‌ରେ ସରିଛି। ପହିଲି ଭୋଗ ବାହାରି ୭ଟା୪୦ରେ ପାଣି ପଡିଛି। ସକାଳ ଧୂପ ଡାକିଗଲେ ୭ଟା ୫୫, ସକାଳ ଧୂପ ଛେକ ଆସିବା ୮ଟା ୫ମିନିଟ୍‌, ସକାଳ ଧୂପ ପୂଜା ୮ଟା ୨୦ମିନିଟ୍‌ରେ ଏବଂ ସକାଳଧୂପ ଟେରା ୯ଟା ୦୫ମିନିଟ୍‌ରେ ଶେଷ ହୋଇଛି। ସକାଳ ଧୂପ ପ୍ରସାଦ ବାହାରି ପାଣି ୯ଟା ୪୫ମିନିଟ୍‌ରେ ପଡିଛି। ସେହିପରି ଭୋଗମଣ୍ଡପ ପୂଜା ୧୧ଟା ୩୫ମିନିଟ୍‌ରେ ଶେଷ ହୋଇଛି। ମଧ୍ୟାହ୍ନ ଧୂପ ପୂଜା ୧୨ଟା ୧୫ମିନିଟ୍‌ରେ ସରିଛି। ୨ୟ ଭୋଗମଣ୍ଡପ ୧ଟା ୧୦ମିନିଟ୍‌ ମଧ୍ୟାହ୍ନ ଧୂପ ପ୍ରସାଦ ବାହାରି ପାଣି ପଡିବା ୧ଟା ୧୫ମିନିଟ୍‌ରେ ସରିଛି। ୨ୟ ଭୋଗମଣ୍ଡପ ପୂଜା ୨ଟା ୧୫ରେ ଆରମ୍ଭ ହୋଇ ୨ଟା ୨୫ରେ ଶେଷ ହୋଇଥିବାବେଳେ ଦକ୍ଷିଣୀ ଘର ଭୋଗ ୨ଟା ୫ମିନିଟରେ ହୋଇଛି। ଏହାପରେ ଶ୍ରାଦ୍ଧ ବେଶ ହୋଇ ଶେଷରେ ସନ୍ଧ୍ୟା ଆଳତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri