Posted inଜାତୀୟ

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ରିପୋର୍ଟ ଦାଖଲରେ ବିଳମ୍ବ: ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୧୭।୧ : ଦେଶର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲରେ ବିଳମ୍ବ ହେବାରୁ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯଦି ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଧାର୍ଯ୍ୟ ସମୟ ମଧ୍ୟରେ ଜବାଦ ଦାଖଲ ନ କରନ୍ତି ତେବେ ଗ୍ରହଣ କରାଯିବ ଯେ ସେମାନଙ୍କ ପାଖରେ କହିବାକୁ କିଛି ନାହିଁ।

ଜମ୍ମୁ-କଶ୍ମୀର ଏବଂ ଲାକ୍ଷାଦ୍ୱୀପ ପକ୍ଷରୁ କୌଣସି ଜବାବ ଦାଖଲ କରା ନ ଯିବା ନେଇ କୋର୍ଟ ପ୍ରଶ୍ନ କରିଛନ୍ତି ସେମାନେ କେନ୍ଦ୍ର ଦ୍ୱାରା ଶାସିତ ତଥାପି କାହିଁକି ରିପୋର୍ଟ ଦାଖଲ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଛି। ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୧ରେ କରାଯିବ ବୋଲି ବିଚାରପତି ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୂଚିତ କରିଛନ୍ତି।

ସୋଲିସିଟର ଜେନେରୋଲ ଭେଙ୍କଟରମଣି କହିଛନ୍ତି ଯେ ୬ ରାଜ୍ୟ ଆବଶ୍ୟକ ତଥ୍ୟ ପ୍ରଦାନ କରି ନାହାନ୍ତି। କାହିଁକି ଏଭଳି କରାଯାଇଛି ସେ ନେଇ ଆମେ ଚିନ୍ତିତ। ୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ଏଥିରେ ବିଫଳ ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ନେଇ ବିବାଦ

ଥିରୁଭାନନ୍ଥପୁରମ୍‌, ୨୩।୧୧: ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ସତ୍ତ୍ୱେ କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୌଣସି...

ଟିଏମସିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୭।୧୨-ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଟିଏମ୍‌ସିର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଶୁଭେନ୍ଦୁ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ ରହିଛି: ଶିବସେନା

ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ...

‘ବିମୁଦ୍ରୀକରଣରୁ ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି’

ନୂଆଦିଲ୍ଲୀ,୨।୯: ଦେଶର ଅଭିବୃଦ୍ଧି ହାର ଦୟନୀୟ ସ୍ଥିତିରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରାହୁଲ...

କରୋନା ମହାମାରୀରେ ଅନ୍ତିମ ସଂସ୍କାର ପାଇଁ ବି ସଙ୍କଟ: ଆମ୍ବୁଲାନ୍ସ୍‌ରେ ଘଣ୍ଟା ଘଣ୍ଟା ପଡ଼ି ରହିଲା ମୃତଦେହ

ମିରଟ,୧୨।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମଣଠାରୁ ଅଧିକ ହୃଦୟ ବିଦାରକ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାରକୁ ନେଇ ଘଟୁଥିବା...

ୟୁପିରେ ଏଣେତେଣେ ପୋତା ଯାଉଛି କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ

ଉନ୍ନାଓ,୧୩।୫: ଉତ୍ତର ପ୍ରଦେଶରେ ଭୟଙ୍କର ହେଲାଣି କୋଭିଡ୍‌-୧୯ ସ୍ଥିତି। ଭାଇରସ ଜନିତ ମୃତକଙ୍କ ଶବଦାହ ପାଇଁ ଯାଗା ନାହିଁ ଶବଦାହ କେନ୍ଦ୍ରରେ। ଗଙ୍ଗା ନଦୀରେ ମୃତଦେହ...

କ୍ରିକେଟ ଖେଳକୁ ନେଇ ଝଗଡା: ସାଙ୍ଗର ଆଖି ତାଡି ଲୁଣ ପକାଇଦେଲେ ଯୁବକ

ନୂଆଦିଲ୍ଲୀ, ୧୮।୪: ଦକ୍ଷିଣ ଦିଲ୍ଲୀର ନେବ ସରାୟ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କ୍ରିକେଟ ଖେଳକୁ ନେଇ ଲାଗିଥିବା ଝଗଡା ଯୋଗୁ ସାଙ୍ଗର...

ଖାର୍ଗେଙ୍କୁ ଘେରିଲା ଭାଜପା, ପ୍ରଧାନମନ୍ତ୍ରୀଙ୍କୁ ନେଇ କରିଥିଲେ ଆପତ୍ତିଜନକ ଟିପ୍ପଣି

ନୂଆଦିଲ୍ଲୀ,୨୯ ।୧୧: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆପତ୍ତିଜନକ ଟିପ୍ପଣିକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଖୁବ୍ ବର୍ଷିଛି । ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ...

Advertisement
Archives

Model This Week