ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ

ଦାରିଙ୍ଗବାଡ଼ି,୧୦।୨(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କାମ ବେଳେ ପ୍ରବଳ ଧୂଳି ଉଡୁଥିବାରୁ ପ୍ରଦ୍ୟୁଷଣ ବୃଦ୍ଧି ପାଇଛି। ରାସ୍ତା ପାର୍ଶ୍ୱ ଗାଁଗୁଡିକରେ ଲୋକଙ୍କ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ନଷ୍ଟ ହେଉଥିବା ବେଳେ ରାସ୍ତା କଡ଼ ଜଳଖିଆ ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଶେଷ କରିବା ସହ ସଂପ୍ରସାରଣ ସ୍ଥାନରେ ପାଣି ସିଞ୍ଚନ କରାଯାଉ ବୋଲି ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ରାସ୍ତା କାମ ବିଳମ୍ବକୁ ନେଇ ସିମନବାଡ଼ି ସମେତ ଗଦଡ଼ି, ବାଡାବାଙ୍ଗା, ସିକକେତା ଆଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯାଇଛି।
ସିମନବାଡ଼ି ଠାରୁ ରାଇକିଆ ୨୫ କି.ମି. ଦୂର। ସେହିମଧ୍ୟରେ ୧୫ କି.ମି. ରାସ୍ତା ସଂପ୍ରସାରଣ ପାଇଁ ପ୍ରାୟ ୨୩ କୋଟି ଟଙ୍କା ଅନୁଦାନ ରହିଛି। ଗତ ଜୁନ ମାସରୁ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ଡେଡ୍‌ଲାଇନ ରହିଛି। ତେବେ କାର୍ଯ୍ୟ ଆରମ୍ଭ ହେବାର ୮ ମାସ ବିତିଛି। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ କାର୍ଯ୍ୟ ସରିଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। କାର୍ଯ୍ୟରେ ଠିକାସଂସ୍ଥାର ଅହେତୁକ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ମଣ୍ଡଳ କହିଛନ୍ତି। ସମୟ ମଧ୍ୟରେ କାର୍ଯ୍ୟ ଶେଷ ନକଲେ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହତଛନ୍ତି। ଏଥି ସହ ଯେଉଁଠି କାମ ବେଳେ ପାଣି ପକାଯାଉନାହିଁ ସେଠାରେ ପାଣି ପକାଇବାକୁ ନିଦ୍ଦେର୍ର୍ଶ ଦିଆଯିବ ବୋଲି ସେ କହିଛନ୍ତି। ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri