ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ

ସୋନପୁର,୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଋତୁରେ ରେକର୍ଡ ପରିମାଣର ଧାନ ଅମଳ ହୋଇଛି। ତଦନୁଯାୟୀ ଧାନ ସଂଗ୍ରହରେ ଜିଲା ଚଳିତ ଥର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲାର ୧୦୭ ମଣ୍ଡିରୁ ୬୨୯୧୬ ଜଣ ଚାଷୀଙ୍କ ଠାରୁ ୩୫୩୭୧୪୦.୮୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ତେବେ ଧାନ କିଣାରେ ବଡ ଧରଣର ଅବ୍ୟବସ୍ଥା ସାମନାକୁ ଆସିଛି। ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଉଛି ବୋଲି ସରକାର ଡିଣ୍ଡିମ ପିଟୁ ଥିବା ବେଳେ ବାସ୍ତବ ସ୍ଥିତି ଭିନ୍ନ। ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପାଇବା ପାଇଁ ୧୫ ରୁ ୨୦ ଦିନ ଅପେକ୍ଷା କରିବାକୁ ପଡୁଛି । କେତେକ ଚାଷୀ ଧାନ ବିକ୍ରିର ୨୫ ଦିନ ପରେ ପ୍ରାପ୍ୟ ପାଇ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ଲକ୍ଷ୍ୟ କଲେ ସରକାରଙ୍କ ଧାନ କ୍ରୟ ନିୟମ କେବଳ ପ୍ରଚାର ସର୍ବସ୍ବ ବୋଲି ମତପ୍ରକାଶ ପାଉଛି। ଉଲୁଣ୍ଡା ବ୍ଲକ ଜମ୍ଭାଲିପାଲି ଗାଁର ମହିଳା ଚାଷୀ ତିଳୋତମା ମିଶ୍ର କୁହନ୍ତି ଜାନୁୟାରୀ ୧୭ ତାରିଖରେ ସେ ଧାନ ବିକ୍ରି କରିଥିଲେ। ସ୍ଥାନୀୟ ବଗଚେରାସ୍ଥିତ ମା’ ସମଲେଶ୍ୱରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ନିୟମ ଅନୁଯାୟୀ ୧୦୧କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ପାସବହିରେ ଧାନ ବିକ୍ରି ବାବଦ ଅର୍ଥ ଜମା ହୋଇନି। ସେ ବାରମ୍ବାର ବ୍ୟାଙ୍କ, ସମବାୟ ବିଭାଗ ଓ ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଦୌଡୁଛନ୍ତି। ତିଳୋତ୍ତମାଙ୍କ ଭଳି ଶତାଧିକ ଚାଷୀ ଧାନ ବିକ୍ରି ପ୍ରାପ୍ୟ ନ ପାଇ ହୀନସ୍ତା ହେଉଛନ୍ତି।
ସୁବର୍ଣ୍ଣପୁର ଜିଲାରେ ଡିସେମ୍ବର ୫ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଜିଲାରେ ୬୫୫୨୩ ଚାଷୀ ସେମାନଙ୍କ ବଳକା ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ଟଙ୍କା ଅନୁଯାୟୀ ଚାଷୀଙ୍କ ନିକଟରୁ ଧାନ କ୍ରୟ କରାଯାଉଛି। ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଧାନ ବିକ୍ରି କରିଥିବା ଜିଲାର ୬୨୯୧୬ ଜଣ ଚାଷୀ ସରକାରଙ୍କ ନିକଟରୁ ୮୪୮କୋଟି ୯୧ଲକ୍ଷ ୩ହଜାର ୭୯୯ ଟଙ୍କା ପାଇବେ। ତେବେ ଧାନ ବିକ୍ରି କରିଥିବା ଜିଲାର ୫୩୦୯୩ ଜଣ ଚାଷୀଙ୍କ ଆକାଉଣ୍ଟରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୬୧୪କୋଟି ୭୦ଲକ୍ଷ ୪୪ହଜାର ଟଙ୍କା ଜମା ହୋଇଥିବା ଜଣାପଡିଛି। ବାକି ୯୮୨୩ ଜଣ ଚାଷୀ ଧାନ ବିକ୍ରି ପ୍ରାପ୍ୟ ୨୩୪ କୋଟି ଟଙ୍କା ପାଇନାହାନ୍ତି। ରବି ଚାଷ ଓ ଋଣ ଶୁଝିବା ପାଇଁ ଟଙ୍କା ଆବଶ୍ୟକ ଥିବାରୁ ଚାଷୀ ବ୍ୟାଙ୍କ୍‌କୁ ଯାଇ ନିରାଶ ହେଉଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ଚଳିତ ଥର ୩୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬୩ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଜରିଆରେ ଯୋଗାଣ ନିଗମ ଚାଷୀଙ୍କ ନିକଟରୁ ଧାନ କ୍ରୟ କରୁଛି। ସୁବର୍ଣ୍ଣପୁର ଜିଲାର ୪୮ ଜଣ ମିଲର୍ସ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଏବଂ ସୋନପୁର ବ୍ଲକରେ ଧାନ ସଂଗ୍ରହ ପ୍ରକ୍ରିୟା ସରିଛି। ଟୋକନ୍‌ ମିଳି ନ ଥିବାରୁ କେତେଜଣ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ଅନ୍ୟପକ୍ଷେ ବୀରମହାରାଜପୁର, ଉଲୁଣ୍ଡା ଓ ତରଭା ବ୍ଲକର ଅଳ୍ପ କିଛି ମଣ୍ଡିରେ ଧାନ ସଂଗ୍ରହ ଜାରି ରହିଛି। ହିଲୁଙ୍ଗ, ଯାଲୋଏ, ଚାରଭଟା, ବଡଭଇଁରୋ, ଲଛିପୁର ଓ ଝାରତରଭା ମଣ୍ଡିରେ ଶତାଧିକ ବସ୍ତା ଧାନ ପଡି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri