କ୍ରଶର ୟୁନିଟ୍‌ ନିର୍ମାଣରେ ବିଳମ୍ବ

ଯାଜପୁର,୩ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ୨୦୨୧ ଜାନୁୟାରୀରେ ଧର୍ମଶାଳା ତହସିଲ ଏବଂ ଫେବୃୟାରୀରେ ଦର୍ପଣ ତହସିଲ ଅଞ୍ଚଳରେ ବେଆଇନ ପଥର ଭଙ୍ଗା କ୍ରଶରଗୁଡିକ ଉଚ୍ଛେଦ ହୋଇଥିଲା। ପରିବେଶ ନିୟମ ଓ ସାଇଟିଂ କ୍ରାଇଟେରିଆ ବାହାରେ ଚାଲୁଥିବା କ୍ରଶରଗୁଡ଼ିକୁ ଉଚ୍ଛେଦ ଓ ସିଲ୍‌ କରିବାର କେଇଦିନ ଯାଇଛି କି ନାହିଁ ତାହା ପୁଣି ଜୋରସୋରରେ ଚାଲିଛି। ଏଥିରେ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଡାକବଙ୍ଗଳା ଛକଠାରୁ ଚଢେଇଧରା ଛକ ମଧ୍ୟରେ ରାଣୀବନ୍ଧ, ଭଡ଼ଙ୍ଗା, ଆରୁହା, ପାଖର, ବରଡ଼ା, ବଉଳମାଳ ଆଦି ମୌଜାରେ ରାଜପଥ ପାର୍ଶ୍ୱକୁ ଲାଗି ଏକାଧିକ ବେଆଇନ କ୍ରଶର ରହିଛି। ଏହିସବୁ ବେଆଇନ କ୍ରଶର ପାଇଁ ଏକାଧିକ କଳାପଥର ଖାଦାନରୁ ଉତ୍ତୋଳନ ମଧ୍ୟ ଜୋର ଧରିଛି। ଏଭଳି ସ୍ଥିତିରେ ପ୍ରଶାସନର ପ୍ରସ୍ତାବିତ କ୍ରଶର ୟୁନିଟ ନିର୍ମାଣରେ ବିଳମ୍ବ ବେଆଇନ କଳାପଥର ଉତ୍ତୋଳନକୁ ସୁହାଉଛି ବୋଲି ମତପ୍ରକାଶ ପାଇଛି।
ଜିଲାର ଦର୍ପଣ, ଧର୍ମଶାଳା ଓ ଦାନଗଦି ତହସିଲ ଇଲାକାରେ ବେଆଇନ କ୍ରଶରଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୫ ଜୁନ ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇକୋର୍ଟ ମକଦ୍ଦମା ନମ୍ବର ଡବ୍ଲ୍ୟୁପିସି ୯୧୦୧/୨୦୦୯ ଏବଂ ଜାତୀୟ ମାନବାଧିକାର ଆୟୁକ୍ତଙ୍କ କେସ୍‌ ନମ୍ବର ୧୩୪-୧୮/୫/୦୭୦୮/ଓସି ଆଦେଶନାମା ଅନୁଯାୟୀ ବେଆଇନ କ୍ରଶରଗୁଡ଼ିକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିର୍ଦ୍ଦେଶ ବଳରେ ୨୦୧୬ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୪୭ଟି ଛୋଟ କ୍ରଶରକୁ ସିଲ୍‌ କରାଯାଇଥିଲା। ଏହାସହ ବିଦ୍ୟୁତ୍‌ ସଂଯୋଗ ମଧ୍ୟ କାଟି ଦିଆଯାଇଥିଲା। ସେତେବେଳେ ଅରୁଣୀ, ଆର୍‌କେଡି, ସିମ୍ପ୍ଲେକ୍ସ, ମାଧବ, ଗରୁଡ, ଏଆରଏସ୍‌ଏସ୍‌, ନାଗାର୍ଜୁନ, ରକ୍‌ସାଣ୍ଡ୍‌, ଯୋଡ଼ା, ତାପ୍ତି, ଗୋଡ଼ଗାଓଁ, କୋଣାର୍କ, ଜୈନ, ଅମିତ୍‌, ସାଉଥ୍‌ ଇଷ୍ଟ ଆଦି ମେଗା କ୍ରଶର ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଅନ୍ୟ କ୍ରଶରମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ କ୍ରଶର ୟୁନିଟ ସ୍ଥାପନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିସକାଶେ ଜମି ଯୋଗାଇ ଦେବାକୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏହାପରେ ଆରୁହା ଇଣ୍ଡଷ୍ଟ୍ରିଆଲ ଏରିଆ, ବରଡା, ଅଞ୍ଜିରା, ଅଲାଝାଟିଆଠାରେ ଜମି ଚିହ୍ନଟ କରାଯାଇଛି। ଏହାପରେ ୨୦୨୧ ଜାନୁୟାରୀ ଓ ଫେବୃୟାରୀରେ ପୁଣି କ୍ରଶର ଭଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା। ଏହାର କିଛିଦିନ ପରେ ପୁଣି ରାଜପଥ କଡ଼ରେ କ୍ରଶରଗୁଡିକ ଚାଲିବା ଆରମ୍ଭ ହୋଇଥିଲା। ଏଭଳି ଭାବେ କ୍ରଶର ଭଙ୍ଗା ଏବଂ ପରେ ପୁଣି ଚାଲିବା ଦେଖିବାକୁ ମିଳୁଛି। ମେଗା କ୍ରଶରଗୁଡିକରେ ଅତ୍ୟଧିକ କଳାପଥର ମହଜୁଦ ରହୁଛି। ସରକାରୀ ଅନୁମତିଠାରୁ ବହୁଗୁଣ ଅଧିକ ପଥର ମହଜୁଦ ରହିବା ନେଇ ପ୍ରଶ୍ନ ଉଠୁଛି। ବଳରାମପୁର ସଂରକ୍ଷିତ ଜଙ୍ଗଲ ସମେତ ବିଛାଖଣ୍ଡି, କୁସୁନପୁର, ମୁକୁନ୍ଦପୁର, ନିଶ୍ଚନ୍ତା ଅଭୟାରଣ୍ୟ, ଡଙ୍କାରୀ, ଆରୁହା, ଲୁଣିବର, ମାଲଗୋଡ଼ା ଓ ରାହାଡପୁର ଠାରୁ ଢେଙ୍କାନାଳ ସୀମାନ୍ତ ପର୍ଯ୍ୟନ୍ତ ଶତାଧିକ ବେଆଇନ କଳାପଥର ଖାଦାନ ଚାଲିଥିବା ଅଭିଯୋଗ ହେଉଛି। ବେଆଇନ ପଥର ଖାଦାନଗୁଡିକରୁ ନକଲି ଆର୍‌-ଫର୍ମରେ ବାହାରକୁ ଚାଲାଣ ହୋଇଥିବା ଏଥିରୁ ସନ୍ଦେହ କରାଯାଇଛି। ନକଲି ଆର୍‌-ଫର୍ମରେ ବିଭିନ୍ନ ଶିଳ୍ପ କାରଖାନାଗୁଡିକୁ ମଧ୍ୟ ଚିପ୍ସ, ମେଟାଲ ଆଦି ଯୋଗାଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ ସରକାରୀ ଭାବେ କ୍ରଶର ୟୁନିଟ ସ୍ଥାପନ କରାଗଲେ ବେଆଇନ କଳାପଥର ଉତ୍ତୋଳନ କିଛିଟା ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଆଶା କରାଯାଉଛି। କିନ୍ତୁ କ୍ରଶର ୟୁନିଟ ନିର୍ମାଣ ଦାୟିତ୍ୱରେ ରହିଥିବା ଅଧିକାରୀ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗ ଉଠିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri