ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ମୁଖ୍ୟତଃ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଆସୁଛି। ଫଳରେ ଏହା ବିଳମ୍ବ ହେବାରେ ଲାଗିଛି।ବ୍ରହ୍ମପୁର ସହର ଟ୍ରାଫିକ୍‌ ସମସ୍ୟାକୁ ସୁଧାରିବାକୁ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ ଲାଗି ପରିକଳ୍ପନା ହୋଇଥିଲା। ତତ୍କାଳୀନ ଗଞ୍ଜାମ ଜିଲାପାଳ କ୍ରିଷ୍ଣନ କୁମାରଙ୍କ ସମୟରେ ଉକ୍ତ ପ୍ରସ୍ତାବ ଆଗତ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହର ସମେତ ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳର ଜନସଂଖ୍ୟା, ଗମନାଗମନକୁ ନଜରରେ ରଖି ଭବିଷ୍ୟତରେ ଯାତାୟତକୁ ସହଜ କରିବା ଉଦ୍ଦେଶ୍ୟରେ ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ପାଇଁ ରିଙ୍ଗ୍‌ ରୋଡ୍‌ ନିର୍ମାଣର ଶୁଭ ଦେଇଥିଲେ। ୪୬ କି.ମି. ବିଶିଷ୍ଟ ରିଙ୍ଗ୍‌ ରୋଡ୍‌ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ତେବେ ଜମି ଅଧିଗ୍ରହଣ ସମସ୍ୟା, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା। ଏହାର ୭ ବର୍ଷ ପରେ ୨୦୨୧ ନଭେମ୍ବରରେ ତକତ୍ାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମୟରେ ଏହି ରିଙ୍ଗ୍‌ ରୋଡ୍‌ ର ପ୍ରଥମ ପର୍ଯ୍ୟାୟ କାମ ଶୁଭାରମ୍ଭ ହୋଇଥିଲା। ଅପରପକ୍ଷରେ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ ପାଇଁ ଆଉ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ବାଟ ଫିଟିଛି। ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ର ରତନପୁର ଠାରୁ ହଳଦିଆପଦର ରୋଡ୍‌ ପାଇଁ ଗୋବିନ୍ଦପୁର ଓ ମନୋହରପୁର ମୌଜାର ଘରୋଇ ଜମି କିଣାଯିବ। ଏଥିଲାଗି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି। ଏନେଇ ଜିଲାପାଳଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଆସିଛି। ଏଥିରୁ ଜଣାଯାଇଛି ଯେ ମନୋହରପୁର ମୌଜାର ୧୦.୫୫୨ ଏକର ଘରୋଇ ଜମି ଓ ଗୋବିନ୍ଦପୁର ମୌଜାର ୪.୪୯୯ ଏକର ଘରୋଇ ଜମି କିଣାଯିବ। ଏଥିଲାଗି ୧୩ କୋଟି ୯୨ ଲକ୍ଷ ୮୨ ହଜାର ୧୪୮ ଟଙ୍କା ଖର୍ଚ୍ଚ ହେବ। ଗଞ୍ଜାମ ଆର୍‌ଏଣ୍ଡବି ଡିଭିଜନ-୧ ର ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହା ତ୍ୱରାନ୍ବିତ ହେବ। ଏଥିସହ ଫଟୋଗ୍ରାଫି କରିବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ରହିଛି। ପୂର୍ବରୁ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ପାଇଁ ଆବଶ୍ୟକ ପଡୁଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ନେଇ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇସାରିଛନ୍ତି। ଉକ୍ତ ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣ ଲାଗି ୪୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ ହେଲେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବାସିନ୍ଦା ଉପକୃତ ହେବେ। ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ଆଉ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ପଡିବନି। ଏଥିସହ ବ୍ରହ୍ରପୁର ସହରରେ ପ୍ରବେଶ କରି ଟ୍ରାଫିକ୍‌ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି। ଆହୁରି ଜଣାଯାଇଛି ଯେ ବେଳାଭୂମି ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଗୋପାଳପୁର ସହର ସମେତ ରଙ୍ଗେଇଲୁଣ୍ଡା ବ୍ଲକ, କୁକୁଡାଖଣ୍ଡି ବ୍ଲକ ବାସିନ୍ଦା ନିଜ ଦୈନନ୍ଦିନ ସରକାରୀ କାର୍ଯ୍ୟ, କୃଷି ହେଉ କିମ୍ବା ବ୍ୟବସାୟିକ କାର୍ଯ୍ୟ ଦୃଷ୍ଟିରୁ ବ୍ରହ୍ମପୁର ସହରର ଗହଳିପୂର୍ଣ୍ଣ ରାସ୍ତା ବଦଳରେ ରିଙ୍ଗ୍‌ ରୋଡ୍‌ରେ ସହଜ ଓ ସୁବିଧାରେ ଯାତାୟତ କରିପାରିବେ। ଉକ୍ତ ୪ ଟି ନିର୍ବାଚନମଣ୍ଡଳୀର ବାସିନ୍ଦାଙ୍କ ଯାତାୟତରେ ସୁବିଧା ସହ ସେମାନଙ୍କ ଆର୍ଥିକ ବିକାଶ ତ୍ୱରାନ୍ବିତ ହୋଇପାରିବ। ରିଙ୍ଗ ରୋଡ୍‌ ନିର୍ମାଣ ହେଲେ ବ୍ରହ୍ମପୁର ସହର ପାଇଁ ଉଦ୍ଦିଷ୍ଟ ହଳଦିଆପଦର ବସ୍‌ ଟର୍ମିନାଲ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କୁହାଯାଇଛି। ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ରେ ରଘୁନାଥପୁର-ରତନପୁର ବାଇପାସ୍‌, ରତନପୁର ଠାରୁ ହଳଦିଆପଦର ରୋଡ୍‌ ଏବଂ ରଘୁନାଥପୁର-କରାପଲ୍ଳୀ ବାଇପାସ୍‌ ରାସ୍ତା ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri