ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍ରେ ବସି ମଧ୍ୟ ସାରିଥିଲେ। କେତେକ ସ୍ଥାନରେ ପିଲାଙ୍କୁ ଉତ୍ତର ଖାତା ମଧ୍ୟ ବଣ୍ଟା ସରିଥିଲା ଏବଂ କେବଳ ପ୍ରଶ୍ନପତ୍ର ମିଳିବା ବାକିଥିଲା। ଠିକ୍ ସେହି ଶେଷ ମୁହୂର୍ତ୍ତରେ ଗୁରୁବାର ହଠାତ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟାଧୀନ ମହାବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୩ କଳା ବିଭାଗ ଛାତ୍ରଛାତ୍ରୀଙ୍କ ସେକେଣ୍ଡ ସେମିଷ୍ଟାର ଇଂରାଜୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ପରେ ନିରାଶ ହୋଇ ଛାତ୍ରଛାତ୍ରୀମାନେ ପୁଣି ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।
ବର୍ଷା ଜନିତ ସମସ୍ୟା ଯୋଗୁ ଗୁରୁବାରର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରଗଡ଼ ଟ୍ରଷ୍ଟଫଣ୍ଡ କଲେଜର ଅଧ୍ୟାପକ ଅଶୋକ ବେହେରାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଗୁରୁବାର ସକାଳୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିଲା। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ