ଜଙ୍ଗଲ ଜମିରୁ ଗଛ କାଟିବା ମହଙ୍ଗା ପଡ଼ିଲା

କେନ୍ଦ୍ରାପଡ଼ା ଅଫିସ, ୧୮।୧୧: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପରେ ଏକ ବଡଧରଣର ପରିବର୍ତ୍ତନ ହେବାକୁ ଯାଉଛି। ପ୍ରକଳ୍ପ ସ୍ଥାନ ଜଙ୍ଗଲ କିସମ ଦର୍ଶାଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ହୋଇଥିବା ମାମଲା ପରେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏବେ ପ୍ରକଳ୍ପ ଜମି ବଦଳରେ ବଡପାଳଠାରେ ଜଙ୍ଗଲ ସୃଷ୍ଟି ପାଇଁ ଗ୍ରାମୀଣ ଜଳ ଯୋଗାଣ, ରାଜସ୍ବ ବିଭାଗଙ୍କ ଆବେଦନକୁ ରାଜ୍ୟ ବନ ଓ ପରିବେଶ ବିଭାଗ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେବେ ପ୍ରକଳ୍ପ ସ୍ଥାନରେ ଗଛ କାଟିବା ଗ୍ରାମୀଣ ଜଳ ଯୋଗାଣ ବିଭାଗକୁ ମହଙ୍ଗା ପଡିଛି। ନୂତନ ଜଙ୍ଗଲର ୧୦ବର୍ଷର ରକ୍ଷଣାବେକ୍ଷଣ, ଚାରାର ମୂଲ୍ୟଠାରୁ ୩ ଗୁଣା ଅଧିକ ଜରିମାନା ଦେବାକୁ ପଡିବ। ଏହି ପ୍ରକଳ୍ପ ନିର୍ମାଣ ପରେ ମହାକାଳପଡ଼ା ବ୍ଲକର ୧୫୨ ଗ୍ରାମ ଓ ମାର୍ଶାଘାଇର ୪୮ ଗ୍ରାମକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ା ବ୍ଲକ ସରୁମୁହିଁଠାରେ ୨୦୧୮ ନଭେମ୍ବର ୯ରେ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ। ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ପ୍ରକଳ୍ପ ସ୍ଥାନ ଜଙ୍ଗଲ କିସମ ଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଆଳୟ ସାମନ୍ତରାୟ ଓ ସମ୍ପଦ ସ୍ବାଇଁ ଏନ୍‌ଜିଟିରେ ଅଭିଯୋଗ ପତ୍ର (ମାମଲା ନଂ. ୪/୧୯) ଦାଖଲ କରିଥିଲେ। ପ୍ରକଳ୍ପ ସ୍ଥାନଟି ଜଙ୍ଗଲ ଜମି ହୋଇଥିବାରୁ ଏନ୍‌ଜିଟିର ୩ ଜଣିଆ ବେଞ୍ଚ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ପରିବେଶ ବିଭାଗର ଅନୁମତି ନ ଥାଇ ଗଛ କାଟି ଥିବାରୁ ଜରିମାନା ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ସ୍ଥାନର ୧.୮୦୯ ହେକ୍ଟର ଜମି ପାଇଁ ଏହି ବ୍ଲକ ଅଧୀନ ବଡପାଳଠାରେ ଥିବା ୧.୮୬୨ ହେକ୍ଟର ଜମିକୁ ବଦଳ କରି ଜଙ୍ଗଲ ସୃଷ୍ଟି କରିବାକୁ ବନ ଓ ପରିବେଶ ବିଭାଗର ଅନୁମତି ମାଗିଥିଲେ। ଗତ ସେପ୍ଟେମ୍ବର ୧୬ରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବନ ଓ ପରିବେଶ ବିଭାଗ ପକ୍ଷରୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନୂତନ ଜଙ୍ଗଲ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବା, ପ୍ରକଳ୍ପ ସ୍ଥାନର ଗଛକୁ ସୁରକ୍ଷିତ ରଖିବା, ୧୦ବର୍ଷ ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷିତ ରଖିବା ଆଦି ୫୦ରୁ ଊର୍ଦ୍ଧ୍ୱ ସର୍ତ୍ତ ଏହି ଚିଠି ନଂ. ୫ ଓଆରବି/ ୪୪୫/୨୦୨୧/ବିଏଚୟୁ)ରେ ଉଲ୍ଲେଖ ହୋଇଛି। ଏହାକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରାପଡ଼ା ଜିଲା ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କଟକ ସର୍କଲର ବିଭାଗୀୟ ସହକାରୀ ମୁଖ୍ୟଯନ୍ତ୍ରୀଙ୍କୁ ଜଙ୍ଗଲ ସୃଷ୍ଟି ଓ ଜରିମାନା ବାବଦ ୮୪,୫୨,୬୦୪ ଟଙ୍କା କାମ୍ପା ଆକାଉଣ୍ଟରେ ଜମା କରିବାକୁ ମଙ୍ଗଳବାର ଚିଠି (ନଂ. ୫୯୩୫) କରିଛନ୍ତି। ଏହି ଚିଠି ଅନୁଯାୟୀ କଟକ ବନଖଣ୍ଡ ଅଧୀନ ବଡପାଳଠାରେ ନୂତନ ଗଛ ଚାରା ଓ ୧୦ ବର୍ଷର ସଂରକ୍ଷଣ ଖର୍ଚ୍ଚ ବାବଦ ୧୬,୫୮,୦୦୦ ଟଙ୍କା ହୋଇଥିବା ବେଳେ ପ୍ରକଳ୍ପ ସ୍ଥାନରେ କଟା ହୋଇଥିବା ଗଛ ବାବଦ ୧୧,୩୨,୪୩୪ ଟଙ୍କା ଓ ୫୬,୬୨,୧୭୦ ଟଙ୍କା ଜରିମାନା ବାବଦ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ, ପ୍ରକଳ୍ପ କାର୍ଯ୍ୟ ୪୦ ପ୍ରତିଶତ ସରିଛି। ଜଙ୍ଗଲ ସୃଷ୍ଟି ପାଇଁ ଜମି ଓ ଟଙ୍କା ପ୍ରଦାନ ପରେ ଏ ନେଇ ଥିବା ଅନୁମତିକୁ ଏନ୍‌ଜିଟିରେ ଦାଖଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri