ନର୍ସରି ପାଇଁ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୫ା୫(ସ୍ବ.ପ୍ର.) ସମ୍ପ୍ରତି ଜଙ୍ଗଲକ୍ଷୟ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଙ୍ଗଲକ୍ଷୟ ଯୋଗୁ ପରିବେଶ ନଷ୍ଟ ହେବା ସହ ଜଳବାୟୁରେ ପରିବର୍ତ୍ତନ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଭଳି ପରିସ୍ଥିତିରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନର୍ସରି ସ୍ଥାପନା କରାଯାଇ ଚାରା ସୃଷ୍ଟି କରାଯାଉଛି। ତେବେ କେନ୍ଦୁଝର ବନଖଣ୍ଡ ଭୂୟଁା ଜୁଆଙ୍ଗପୀଢ ରେଞ୍ଜ ଅଧୀନ କାଞ୍ଜିପାଣି ସେକ୍ସନ କାଞ୍ଜିପାଣି ବିଟ୍‌ ତଣ୍ଡିଯୋଡା ନର୍ସରୀରେ ଚାରା ସୃଷ୍ଟି ପାଇଁ ବହୁ ସଂଖ୍ୟାରେ ଶାଳ ଗଜା କାଟି ସେଡ୍‌ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି।
ସେଡ୍‌ ନିର୍ମାଣ ପାଇଁ ବହୁ ଅର୍ଥ ଆସୁଥିଲେ ହେଁ ସେଥିରେ ବାଉଁଶ କିଣି ବ୍ୟବହାର କରା ନ ଯାଇ ପାଖ ଜଙ୍ଗଲରୁ ବ୍ୟାପକ ଶାଳ ଗଜା କାଟି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। କର୍ପୋରେଟ ସୋସିଆଲ ରେଶପନଶିବିଲିଟି (ସିଏସଆର) ସ୍କିମରେ ଏହି ନର୍ସରୀରେ ୧୧ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟ ଅଟକଳରେ ୮୮ ହଜାର ଚାରା ସୃଷ୍ଟି କରାଯାଇଛି। ଏହି ଚାରାଗୁଡ଼ିକ ୧୮ ମାସ ପରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବନୀକରଣ କରାଯିବ। ତେବେ ନର୍ସରୀରେ ସୃଷ୍ଟି କରାଯାଇଥିବା ଚାରାକୁ ଛାଇ କରିବା ପାଇଁ ଉପର ଛାତରେ ଶହ ଶହ ସଂଖ୍ୟାରେ ଶାଳ ଗଛ କାଟି ବ୍ୟବହାର କରାଯାଇଥିବାରୁ ବ୍ୟାପକ ପରିମାଣର ଜଙ୍ଗଲ ନଷ୍ଟ ହୋଇଛି। ସାଧାରଣ ଲୋକ ଗଛ କାଟିଲେ ବନ ବିଭାଗ ପକ୍ଷରୁ କେସ କରି ଗିରଫ କରାଯାଉଥିବାବେଳେ ନର୍ସରୀ ପାଇଁ ଏଭଳି ବେଆଇନ ଗଛ କାଟିଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌ଡି ଧନରାଜ ଏହାର ତଦନ୍ତ କରି ଶାଳ ଗଜା କାଟି ବ୍ୟବହାର କରିଥିବା ବନ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତମାନେ ଦାବି କରିଛନ୍ତି। ଏସମ୍ପର୍କରେ ଡିଏଫ୍‌ଓ କହିଛନ୍ତି ଏଥିରେ ଶାଳ ଗଛ ବ୍ୟବହାର ହୋଇନାହିଁ। ଏହା ଏକ ଅନ୍ୟ ଜାତିର ଗଛ। ଏହି ଅନାବନା ଗଛ ଜଙ୍ଗଲ ଅଭିବୃଦ୍ଧି ପାଇଁ ସଫା କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri