ପ୍ରତିରକ୍ଷା ବିପନ୍ନ

ଭାରତ ଓ ଚାଇନା ମଧ୍ୟରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମେ’ ୨୦୨୦ରେ ଦୁଇ ଦେଶର ସେନା କିଭଳି ମୁହାଁମୁହିଁ ହୋଇଥିଲେ ତାହା ସମସ୍ତଙ୍କୁ ଜଣା। ଏଥିରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଇନା ତା’ର ସୈନ୍ୟଙ୍କ ମୃତ୍ୟୁ ସଂକ୍ରାନ୍ତରେ କିଛି ସୂଚନା ଦେଇ ନ ଥିଲା। ପରବର୍ତ୍ତୀ ସମୟରେ ଦୁଇ ଦେଶ ପଛକୁ ଘୁଞ୍ଚତ୍ଥିଲେ ବୋଲି ଆମକୁ ସୂଚନା ଦିଆଯାଇଥିଲା। ଏଭଳି ସ୍ଥଳେ ସତ୍ୟ କ’ଣ ଭାରତରେ କେହି ଜାଣିବା ସମ୍ଭବପର ନୁହେଁ। ଏବେ ପୁଣି ଚାଇନା ପୂର୍ବ ଲଦାଖ ସୀମା ଓ ଉତ୍ତର ଫ୍ରଣ୍ଟରୁ ଇଷ୍ଟର୍ନ କମାଣ୍ଡ ପର୍ଯ୍ୟନ୍ତ ତା’ର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)କୁ ମୁତୟନ କରିଛି। ଏ ବିଷୟ ଜାଣିବା ପରେ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି, ସୀମାରେ ଚାଇନା ଅଧିକ ସୈନ୍ୟ ମୁତୟନ କରିବା ଉଦ୍‌ବେଗର ବିଷୟ। ଏଥିରୁ ବୁଝିବାକୁ ହେବ ଯେ, ଭରତ ପକ୍ଷରୁ ଉଚିତ ପ୍ରସ୍ତୁତିର ଅଭାବ ଥିବା ହେତୁ ତା’ର ସୁଯୋଗ ନେଇ ପିଏଲ୍‌ଏ ମାଡ଼ିଆସୁଛି। ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଲାଗିରହିଥିବା ମୁହଁାମୁହିଁ ସ୍ଥିତି ଓ ସେନା ପ୍ରତ୍ୟାହାର ନେଇ ଆସନ୍ତା ସପ୍ତାହରେ ତ୍ରୟୋଦଶ ପର୍ଯ୍ୟାୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ନରଓ୍ବାଣେ କହିଛନ୍ତି, ସେହି ଆଲୋଚନା ବେଳେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି। କିନ୍ତୁ ଏହା ପୂର୍ବରୁ ନୂଆ କରି ଚାଇନା ଦଖଲକୁ ଭାରତର ଭୂମି ଚାଲିଗଲାଣି।
ଭାରତୀୟ ସେନାର ଉପରିଭାଗରେ ବସିଥିବା ପଦବୀଧାରୀ ବାସ୍ତବରେ କ୍ଷେତ୍ରୀୟ ସ୍ତରରେ କ’ଣ ଘଟୁଛି ସେହି ଦିଗରେ ବିଶେଷ ଅବଗତ ହେଉନାହାନ୍ତି। ତାହା ନ ହୋଇଥିଲେ ନରଓ୍ବାଣେ ଉଦ୍‌ବେଗ ପ୍ରକାଶ କରି ନ ଥାନ୍ତେ। ପିଏଲ୍‌ଏ କ୍ରମାଗତ ଏଲ୍‌ଏସି ନିକଟରେ ତା’ର ଶକ୍ତି ପ୍ରଦର୍ଶନ କରିବା ସହ ଯୁଦ୍ଧାସ୍ତ୍ର ମୁତୟନ କରିଚାଲିଛି। ଏଭଳି ସ୍ଥଳେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ୍‌ ରାଓ୍ବତ କୌଣସି ମନ୍ତବ୍ୟ ଦେଇଥିବା ଦୃଷ୍ଟିଗୋଚର ହୋଇନାହିଁ। ସ୍ଥଳ, ବାୟୁ ଓ ନୌବାହିନୀ ମୁଖ୍ୟଙ୍କ ଉପରେ ସିଡିଏସ୍‌ଙ୍କୁ ବସାଯାଇଛି। ସାମରିକ ବାହିନୀର ଗତିବିଧି ଓ ପଦକ୍ଷେପ ସଂକ୍ରାନ୍ତରେ ସରକାରଙ୍କ ସହ ସମନ୍ବୟ ରକ୍ଷାକରିବା ସିଡିଏସ୍‌ଙ୍କ ଦାୟିତ୍ୱ ବୋଲି କୁହାଯାଉଛି। ମାତ୍ର ଏହା ଏକ ସମ୍ପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି। ରାଓ୍ବତଙ୍କ ସେଭଳି କୌଣସି ଆଖିଦୃଶିଆ କାମ ଥିବା ଭଳି ମନେହେଉ ନାହିଁ। ସେ ତିନି ବାହିନୀ ମଧ୍ୟରେ ସମ୍ମିଶ୍ରଣ ବା କନଭରଜେନ୍ସ ବିଷୟରେ ବ୍ୟସ୍ତ ରହୁଛନ୍ତି। ଏହାଦ୍ୱାରା ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ହେବା ପରିବର୍ତ୍ତେ ରାଓ୍ବତଙ୍କ କ୍ଷମତା ବୃଦ୍ଧି ପାଇବ। ଅର୍ଥାତ୍‌ ନିଜ ପଦବୀକୁ ସୁଦୃଢ଼ କରିବା ସହ ତିନି ବାହିନୀ ଉପରେ କାଟ୍‌ତି ବଜାୟ ରଖିବା ଯେଭଳି ହୋଇଯାଇଛି ତାଙ୍କ ଚିନ୍ତା। ସିଡିଏସ୍‌ ଅନେକ ଥର କହିଲେଣି ଯେ ଭବିଷ୍ୟତ ନିରାପତ୍ତାକୁ ଦୃଷ୍ଟିରେ ରଖାଯାଇ ତିନି ବାହିନୀକୁ ସମ୍ମିଶ୍ରଣ ମାଧ୍ୟମରେ ସୁଦୃଢ଼ କରାଯାଇପାରିବ। ହେଲେ ବାୟୁସେନା ମୁଖ୍ୟ ଭାବେ ଅବସର ନେଇଥିବା ଆର୍‌କେଏସ୍‌ ଭାଦୁରିଆ ସାମରିକ କ୍ଷେତ୍ରରେ ଏଭଳି ପଦକ୍ଷେପକୁ ନେଇ କିଛି ମାସ ତଳେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଯୁକ୍ତି ଥିଲା ତିନି ବାହିନୀର କାର୍ଯ୍ୟ ଭିନ୍ନ ଓ ପ୍ରତ୍ୟେକ ଶାଖାକୁ ବ୍ୟବସ୍ଥିତ କରାଯିବା ପରେ ନୂଆ ପଦକ୍ଷେପ ନିଆଯାଇପାରେ। ଏଥିରୁ ଖିଅ ଟାଣି ଆଲୋଚନା କରାଗଲେ ଯେଉଁ ବିଷୟ ଭାରତୀୟଙ୍କୁ ନିଶ୍ଚିତ ବ୍ୟଥିତ କରିବ, ତାହା ହେଲା ସାମରିକ ବାହିନୀକୁ ସୁଦୃଢ଼ କରିବା ଦିଗରେ ସେନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଘୋର ଅଭାବ ଅଛି। ଓଡ଼ିଆରେ ଢଗ ଅଛି-‘ପଗଡ଼ି ବାନ୍ଧୁ ବାନ୍ଧୁ କଚେରି ବରଖାସ୍ତ’। ଅର୍ଥାତ୍‌ ସଜବାଜ ହୋଇ ଯୁଦ୍ଧ କ୍ଷେତ୍ରକୁ ଗଲା ବେଳକୁ ଶତ୍ରୁ ଦେଶ ଭିତରକୁ ପ୍ରବେଶ କରିସାରିଲାଣି। ପୂର୍ବରୁ ବହୁଥର ଆମେ ଏହି ସ୍ତମ୍ଭରେ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟକୁ ଆଧାର କରି ଉଲ୍ଲେଖ କରିଛୁ ଯେ, ଯଦି କାହା ସହ ଭାରତର ଯୁଦ୍ଧ ହୁଏ ତାହା ହେଲେ ମାତ୍ର ୨୦ ଦିନରେ ଆମ ଯୁଦ୍ଧାସ୍ତ୍ରର ସମାପ୍ତି ଘଟିବ। ଏଭଳି ପରିପ୍ରେକ୍ଷୀରେ ଭାରତର ସାମରିକ ଶକ୍ତି କେତେ ସୁଦୃଢ଼ ତାହା ଅନୁମାନ କରିହେଉଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ଗୋଳାବାରୁଦ କାରଖାନା (ଇଣ୍ଡିଆନ୍‌ ଅର୍ଡନାନ୍ସ ଫାକ୍ଟ୍ରି)ର ପରିଚାଳନା ବୋର୍ଡକୁ ଭାଙ୍ଗିଦେଲା। ଏହାପରେ ସେଥିରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ ବିଭିନ୍ନ ସରକାରୀ ନିଗମକୁ ପଠାଇଦେଲା। ଏହାର ଅର୍ଥ ହେଲା ଭାରତର ନିଜସ୍ବ ଚାହିଦା ପାଇଁ ପ୍ରୟୋଜନ ଥିବା ଗୋଳାବାରୁଦ, ଯୁଦ୍ଧାସ୍ତ୍ର ଇତ୍ୟାଦି ଏବେ ବିଦେଶରୁ ଆମଦାନୀ କରିବାକୁ ପଡ଼ିବ। ଅନ୍ୟପଟେ ଭାରତର ଏହି ଚାହିଦାକୁ ମେଣ୍ଟାଇବା ସକାଶେ ଘରୋଇ ବ୍ୟବସାୟୀଙ୍କୁ ଉତ୍ସାହିତ କରାଯିବ। ତେବେ ସେମାନେ କାରଖାନା ବସାଇ ଉନ୍ନତ ମାନର ସାମଗ୍ରୀ ତିଆରି କରିବା ଯାଏ ବିଦେଶରୁ ଆମଦାନୀ ଜାରି ରହିବ। ସେଥିରେ ନିଷ୍ପତ୍ତି ନେଉଥିବା ରାଜନେତା ଓ ଅଫିସର ନିଜ ପକେଟ ଗରମ କରିବେ। ଏଥିସହ ଭାରତୀୟ ଘରୋଇ କମ୍ପାନୀର ମାଲିକଙ୍କ ପାଇଁ ପ୍ରତିରକ୍ଷା ସାମଗ୍ରୀ ବଜାର ସୃଷ୍ଟି କରିଦିଆଗଲା। ଏହି ବ୍ୟବସାୟିକ ଦୁର୍ନୀତିରେ ଦେଶର ନିରାପତ୍ତା ବିପନ୍ନ ହେବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri