Posted inଖେଳ

ଜ୍ୟୋତିଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ, ୨୦ା୯: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଅଷ୍ଟ୍ରେଲିଆ ଟୁର୍‌ ପାଇଁ ମନୋନୀତ ୨୩ ଜଣିଆ ଜୁନିୟର ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେବେ ଡିଫେଣ୍ଡର ଜ୍ୟୋତି ସିଂ। ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ମ୍ୟାଚଗୁଡ଼ିକ କାନବେରାସ୍ଥିତ ନ୍ୟାଶନାଲ ହକି ସେଣ୍ଟରଠାରେ ଖେଳାଯିବ।

ଭାରତୀୟ ଦଳ ଅଷ୍ଟ୍ରେଲିଆ ଜୁନିୟର ଦଳ ବିପକ୍ଷରେ ତିନୋଟି ଏବଂ ଅଷ୍ଟ୍ରେଲିଆର ହକି ଓ୍ବାନ ଲିଗ୍‌ରେ ଭାଗ ନେଉଥିବା କ୍ଲବ କାନବେରା ଚିଲ୍‌ ସହିତ ଦୁଇଟି ମ୍ୟାଚ ଖେଳିବ।

ଡିସେମ୍ବରରେ ଚିଲିର ସାଣ୍ଟିଆଗୋଠାରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ ୨୦୨୫ ପାଇଁ ଏହି ଟୁର୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବିବେଚନା କରାଯାଉଛି।

ଡିଫେଣ୍ଡର, ମିଡ୍‌ଫିଲ୍ଡର ଓ ଫରଓ୍ବାର୍ଡର ସନ୍ତୁଳିତ ମିଶ୍ରଣ ବିଶିଷ୍ଟ ଏହି ଦଳର ନେତୃତ୍ୱ ନେବେ। ଜ୍ୟୋତି ଇତିମଧ୍ୟରେ ଚଳିତବର୍ଷ ପ୍ରାରମ୍ଭରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ରେ ସିନିୟର ଦଳ ତରଫରୁ ଖେଳି ସାରିଛନ୍ତି। ଡିଫେନ୍ସ ପାଇଁ ମନିଷା, ଜ୍ୟୋତି ଲାଲ୍‌ଥାଣ୍ଟ ଲୁଆଙ୍ଗି, ମମିତା ଓରାମ, ସାକ୍ଷୀ ଶୁକ୍ଳା, ପୂଜା ସାହୁ ଏବଂ ନନ୍ଦିନୀଙ୍କୁ ମନୋନୀତ କରାଯାଇଛି।

ମିଡ୍‌ଫିଲ୍ଡରରେ ପ୍ରିୟଙ୍କା ଯାଦବ, ସାକ୍ଷୀ ରାଣା, ଖାଇଦେମ ଶିଲିମା ଚାନୁ, ରଜନୀ କେରକେଟା, ବିନିମା ଧନ୍‌, ଇଶିକା, ସୁନେଲିତା ଟୋପ୍ପୋ ଓ ଅନିଷା ସାହୁ ଦାୟିତ୍ୱ ସମ୍ଭାଳିବାକୁ ଥିବାବେଳେ ଫରଓ୍ବାର୍ଡ ଲାଇନ୍‌ରେ ଲାଲ୍‌ରିନ୍‌ପୁଇ, ନିଶା ମିଞ୍ଜ, ପୁର୍ଣ୍ଣିମା ଯାଦବ, ସୋନମ କନିକା ସିଓ୍ବାଚ ଓ ସୁଖବୀର କୌର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri