Posted inଖେଳ

ପରାଜୟ ସହ ଭାରତର ଆଶା ଶେଷ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚାପ ସ୍ଥିିତିକୁ ହାତେଇ ପାରିଲାନି ଭାରତ। ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଏକାଧିକ ତ୍ରୁଟି କରି ୩ଟି ଗୋଲ ବରଣ କଲା। ଫଳରେ ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ‘ଏ’ ମ୍ୟାଚରେ ଘରୋଇ ଦଳ ଶୁକ୍ରବାର ମରକ୍କୋଠାରୁ ୦-୩ ଗୋଲରେ ହାରିଲା। କ୍ରମାଗତ ଦ୍ୱିତୀୟ ପରାଜୟ ସହ ଭାରତର କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ମଧ୍ୟ ଶେଷ ହୋଇ ଯାଇଛି। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୦-୮ ଗୋଲରେ ଆମେରିିକାଠାରୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ବିଜୟ ସହ ମରକ୍କୋର କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ହୋଇଛି। ଭାରତ ଏହାର ଶେଷ ଲିଗ୍‌ ମ୍ୟାଚ ୧୭ ତାରିଖରେ ବ୍ରାଜିଲକୁ ଭେଟିବ। ଏହା କେବଳ ଔପଚାରିକତା ଦୃଷ୍ଟିରୁୁ ଖେଳାଯିବ। ମରକ୍କୋ ସେହିଦିନ ଏହାର ଶେଷ ଲିଗ୍‌ ମ୍ୟାଚ ଆମେରିକା ସହିତ ମାର୍ଗାଓରେ ଖେଳିବ। ପ୍ରଭାବୀ ପ୍ରଦର୍ଶନ ପାଇଁ ମରକ୍କୋର ସମ୍ୟା ମସନୋଇ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଭାରତ ୪-୫-୧ ଓ ମରକ୍କୋ ୪-୪-୨ ଲାଇନ୍‌ଅପ୍‌ରେ ଖେଳ ଆରମ୍ଭ କରିଥିଲା। ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଉଭୟ ଭାରତ ଓ ମରକ୍କୋ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲେ। ଗୋଲ ସ୍କୋର କରି ଅଗ୍ରଣୀ ନେବା ସହ ପ୍ରତିପକ୍ଷ ଉପରେ ଚାପ ପକାଇବା ଥିଲା ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ଏକାଧିକ ଫାଉଲ୍‌ ମଧ୍ୟ ଦେଖିବାକୁ ମିିଳିଥିଲା। ବିପଜ୍ଜନକ ପ୍ରଦର୍ଶନ ପାଇଁ୨୩ତମ ମିନିଟରେ ମରକ୍କୋର ୨ ନମ୍ବର ଖେଳାଳି ହଜର ସଇଦଙ୍କୁ ୟେଲୋ କାର୍ଡ ମିଳିଥିଲା। ୪୧ତମ ମିନିଟରେ ଭାରତର ଶିିଲ୍‌କି ହେମାମଙ୍କୁ ମଧ୍ୟ ୟେଲୋ କାର୍ଡ ଦେଖାଇଥିଲେ ମେକ୍ସିକାନ ରେଫରି କଟିଆ ଗାର୍ସିଆ। ଉଭୟ ଦଳ ପକ୍ଷରୁୁ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲେ ହେଁ କେହି ଗୋଲ କରିିପାରି ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ଭଲ ଆରମ୍ଭ କରିଥିଲା। ମାତ୍ର ୫୦ତମ ମିନିଟ ଦଳ ପାଇଁ ଖରାପ ସମୟ ଆସିଥିଲା। ଭାରତୀୟ ଗୋଲପୋଷ୍ଟର ପେନାଲ୍ଟି ବକ୍ସ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ନକେତାଙ୍କ ହାତରେ ବଲ୍‌ ବାଜି ଯାଇଥିଲା। ରେଫରି ଗାର୍ସିଆଙ୍କ ନଜରକୁ ଏହା ଆସିଥିଲା। ଫଳରେ ସେ ମରକ୍କୋକୁ ପେନାଲ୍ଟି କିକ୍‌ ସୁଯୋଗ ଦେଲେ। ଏହାର ସଦୁପଯୋଗ କରି ଦୋହା ଏଲ୍‌ ମଦାନି ଗୋଲ ଦେବାସହ ମରକ୍କୋକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ କରାଇଥିଲେ। ମଦାନିଙ୍କ ଶଟ୍‌ ଭାରତୀୟ ଗୋଲକିପର କେଇଶାମଙ୍କୁ ଚକ୍‌ମା ଦେଇ ଗୋଲପୋଷ୍ଟର ଲେଫ୍ଟ କର୍ନର ସ୍ପର୍ଶ କରିଥିଲା। ଏହାପରେ ଭାରତୀୟ ଖେଳାଳି ଚାପକୁ ଆସି ଯାଇଥିଲେ। ଏଥିରୁ ପୂରା ଫାଇଦା ଉଠାଇଥିଲା ମରକ୍କୋ। ୬୨ତମ ମିନିଟରେ ୟସମିନ ଜୋଉହିର ଲେଫ୍ଟ ଫୁଟ୍‌ ଶଟ୍‌ ସହାୟତାରେ ଗୋଲ ଦେଇ ମରକ୍କୋର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ବିଜୟ ବାସ୍ନା ପାଇଥିବା ମରକ୍କୋ ଏହାପରେ ସ୍ବାଭାବିକଭାବେ ଅତି ଉତ୍ସାହୀ ପ୍ରଦର୍ଶନ କରିଥିଲା। ୭୧ ତମ ମିନିଟରେ ଫାଉଲ କରିବସିବାରୁ ଏହି ଦଳର ସମ୍ୟା ମସନୋଇ ୟେଲୋ କାର୍ଡ ପାଇଥିଲେ। ଭାରତୀୟ ଦଳ ଅନେକ ଥର ପ୍ରତିପକ୍ଷ ଗୋଲପୋଷ୍ଟର ନିକଟତର ହୋଇଥିଲେ ହେଁ ଫିନିଶିଂ କରିପାରି ନ ଥିଲା। ଅନ୍ୟପକ୍ଷରେ ମରକ୍କୋର ଡିଜେନା ଚେରିଫ ୯୦+୧ ମିନିଟରେ ଆଉ ଗୋଟିଏ ଗୋଲ କରି ନିଜ ଦଳର ବିଜୟ ପକ୍କା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri