Posted inଖେଳ

ପରାଜୟ ସହ ଭାରତର ଆଶା ଶେଷ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଚାପ ସ୍ଥିିତିକୁ ହାତେଇ ପାରିଲାନି ଭାରତ। ପ୍ରଥମାର୍ଦ୍ଧରେ ଉତ୍ସାହୀ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଏକାଧିକ ତ୍ରୁଟି କରି ୩ଟି ଗୋଲ ବରଣ କଲା। ଫଳରେ ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ‘ଏ’ ମ୍ୟାଚରେ ଘରୋଇ ଦଳ ଶୁକ୍ରବାର ମରକ୍କୋଠାରୁ ୦-୩ ଗୋଲରେ ହାରିଲା। କ୍ରମାଗତ ଦ୍ୱିତୀୟ ପରାଜୟ ସହ ଭାରତର କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ମଧ୍ୟ ଶେଷ ହୋଇ ଯାଇଛି। ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୦-୮ ଗୋଲରେ ଆମେରିିକାଠାରୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ବିଜୟ ସହ ମରକ୍କୋର କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ହୋଇଛି। ଭାରତ ଏହାର ଶେଷ ଲିଗ୍‌ ମ୍ୟାଚ ୧୭ ତାରିଖରେ ବ୍ରାଜିଲକୁ ଭେଟିବ। ଏହା କେବଳ ଔପଚାରିକତା ଦୃଷ୍ଟିରୁୁ ଖେଳାଯିବ। ମରକ୍କୋ ସେହିଦିନ ଏହାର ଶେଷ ଲିଗ୍‌ ମ୍ୟାଚ ଆମେରିକା ସହିତ ମାର୍ଗାଓରେ ଖେଳିବ। ପ୍ରଭାବୀ ପ୍ରଦର୍ଶନ ପାଇଁ ମରକ୍କୋର ସମ୍ୟା ମସନୋଇ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଭାରତ ୪-୫-୧ ଓ ମରକ୍କୋ ୪-୪-୨ ଲାଇନ୍‌ଅପ୍‌ରେ ଖେଳ ଆରମ୍ଭ କରିଥିଲା। ନିଜର ପ୍ରଥମ ମ୍ୟାଚରେ ହାରିଥିବାରୁ ଉଭୟ ଭାରତ ଓ ମରକ୍କୋ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲେ। ଗୋଲ ସ୍କୋର କରି ଅଗ୍ରଣୀ ନେବା ସହ ପ୍ରତିପକ୍ଷ ଉପରେ ଚାପ ପକାଇବା ଥିଲା ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ଏକାଧିକ ଫାଉଲ୍‌ ମଧ୍ୟ ଦେଖିବାକୁ ମିିଳିଥିଲା। ବିପଜ୍ଜନକ ପ୍ରଦର୍ଶନ ପାଇଁ୨୩ତମ ମିନିଟରେ ମରକ୍କୋର ୨ ନମ୍ବର ଖେଳାଳି ହଜର ସଇଦଙ୍କୁ ୟେଲୋ କାର୍ଡ ମିଳିଥିଲା। ୪୧ତମ ମିନିଟରେ ଭାରତର ଶିିଲ୍‌କି ହେମାମଙ୍କୁ ମଧ୍ୟ ୟେଲୋ କାର୍ଡ ଦେଖାଇଥିଲେ ମେକ୍ସିକାନ ରେଫରି କଟିଆ ଗାର୍ସିଆ। ଉଭୟ ଦଳ ପକ୍ଷରୁୁ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲେ ହେଁ କେହି ଗୋଲ କରିିପାରି ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ଭଲ ଆରମ୍ଭ କରିଥିଲା। ମାତ୍ର ୫୦ତମ ମିନିଟ ଦଳ ପାଇଁ ଖରାପ ସମୟ ଆସିଥିଲା। ଭାରତୀୟ ଗୋଲପୋଷ୍ଟର ପେନାଲ୍ଟି ବକ୍ସ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ନକେତାଙ୍କ ହାତରେ ବଲ୍‌ ବାଜି ଯାଇଥିଲା। ରେଫରି ଗାର୍ସିଆଙ୍କ ନଜରକୁ ଏହା ଆସିଥିଲା। ଫଳରେ ସେ ମରକ୍କୋକୁ ପେନାଲ୍ଟି କିକ୍‌ ସୁଯୋଗ ଦେଲେ। ଏହାର ସଦୁପଯୋଗ କରି ଦୋହା ଏଲ୍‌ ମଦାନି ଗୋଲ ଦେବାସହ ମରକ୍କୋକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ କରାଇଥିଲେ। ମଦାନିଙ୍କ ଶଟ୍‌ ଭାରତୀୟ ଗୋଲକିପର କେଇଶାମଙ୍କୁ ଚକ୍‌ମା ଦେଇ ଗୋଲପୋଷ୍ଟର ଲେଫ୍ଟ କର୍ନର ସ୍ପର୍ଶ କରିଥିଲା। ଏହାପରେ ଭାରତୀୟ ଖେଳାଳି ଚାପକୁ ଆସି ଯାଇଥିଲେ। ଏଥିରୁ ପୂରା ଫାଇଦା ଉଠାଇଥିଲା ମରକ୍କୋ। ୬୨ତମ ମିନିଟରେ ୟସମିନ ଜୋଉହିର ଲେଫ୍ଟ ଫୁଟ୍‌ ଶଟ୍‌ ସହାୟତାରେ ଗୋଲ ଦେଇ ମରକ୍କୋର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ବିଜୟ ବାସ୍ନା ପାଇଥିବା ମରକ୍କୋ ଏହାପରେ ସ୍ବାଭାବିକଭାବେ ଅତି ଉତ୍ସାହୀ ପ୍ରଦର୍ଶନ କରିଥିଲା। ୭୧ ତମ ମିନିଟରେ ଫାଉଲ କରିବସିବାରୁ ଏହି ଦଳର ସମ୍ୟା ମସନୋଇ ୟେଲୋ କାର୍ଡ ପାଇଥିଲେ। ଭାରତୀୟ ଦଳ ଅନେକ ଥର ପ୍ରତିପକ୍ଷ ଗୋଲପୋଷ୍ଟର ନିକଟତର ହୋଇଥିଲେ ହେଁ ଫିନିଶିଂ କରିପାରି ନ ଥିଲା। ଅନ୍ୟପକ୍ଷରେ ମରକ୍କୋର ଡିଜେନା ଚେରିଫ ୯୦+୧ ମିନିଟରେ ଆଉ ଗୋଟିଏ ଗୋଲ କରି ନିଜ ଦଳର ବିଜୟ ପକ୍କା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri