Posted inଜାତୀୟ

ସ୍ବାମୀଙ୍କୁ ବଦନାମ କରିବା ମଦ୍ୟପ କହିବା କ୍ରୁରତା, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୫।୧୦ : ବମ୍ବେ ହାଇକୋର୍ଟ ପରିବାର କୋର୍ଟର ଆଦେଶକୁ କାଏମ ରଖି ରାୟ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା କହିବା ଏବଂ ମଦ୍ୟପ ବୋଲି କହିବା କ୍ରୁରତା ଶ୍ରେଣୀଭୁକ୍ତ। ଜଷ୍ଟିସ ନିତିନ ଜାମଦାର ଏବଂ ଜଷ୍ଟିସ ଶର୍ମିଲା ଦେଶମୁଖଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ୫୦ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତିି।

ଏହି ମାମଲାରେ ନଭେମ୍ବର ୨୦୦୫ ରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଛାଡପତ୍ର ଆଦେଶ ପୁଣେର ଏକ ପରିବାର କୋର୍ଟ ଦ୍ୱାରା ଚ୍ୟାଲେଞ୍ଜ କରାଯାଇଥିଲା। ଏହା ଏକ ପାରିବାରିକ ନିଷ୍ଠୁରତା ବୋଲି ହାଇକୋର୍ଟ କହିଛନ୍ତି।

ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ମହିଳା ଜଣକ ନିଜ ବିବୃତ୍ତି ବ୍ୟତୀତ ତାଙ୍କ ଅଭିଯୋଗକୁ ପ୍ରମାଣ କରିବା ପାଇଁ କୌଣସି ପ୍ରମାଣ ଦେଇ ନାହାନ୍ତି। ଇତିମଧ୍ୟରେ ତାଙ୍କ ସ୍ବାମୀଙ୍କ୍‌ ମୃତ୍ୟୁ ମଧ୍ୟ ଘଟିସାରିଛି। ମୃତ ସ୍ବାମୀଙ୍କ ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି ଯେ ଆବେଦନକାରୀ ମହିଳା ମିଥ୍ୟା ଏବଂ ବଦନାମ କରିବା ଲାଗି ଏଭଳି ଅଭିଯୋଗ କରି ତାଙ୍କ ସ୍ବାମୀଙ୍କୁ ମାନସିକ ଯନ୍ତ୍ରଣା ଦେଇଛନ୍ତି। ବେଞ୍ଚ କହିଛନ୍ତି ଯେ ଆବେଦନକାରୀଙ୍କ ସ୍ବାମୀ ସେନାରୁ ଅବସର ନେଇଛନ୍ତି। ସେ ସମାଜର ସମ୍ମାନୀୟ ବ୍ୟକ୍ତିଥିଲେ। ସମାଜରେ ତାଙ୍କର ସୁନାମ ଥିଲା। ଏପରିସ୍ଥଳେ ମହିଳାଙ୍କ ଏଭଳି ଅଭିଯୋଗ କ୍ରୁରତା ଶ୍ରେଣିଭୁକ୍ତ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri