‘ଶାନ୍ତି’ର ମାନହାନି

ପଞ୍ଜାବର ଅମୃତସରସ୍ଥିତ ସ୍ଵର୍ଣ୍ଣମନ୍ଦିରରେ ଉତ୍ତ୍ୟକ୍ତ ଲୋକେ ଜଣଙ୍କୁ ପିଟି ମାରିଦେବାର ୨୪ ଘଣ୍ଟା ନ ପୂରୁଣୁ କପୁରଥାଲା ଜିଲାରେ ଅନ୍ୟ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଡିସେମ୍ବର ୧୮ରେ ସ୍ଵର୍ଣ୍ଣମନ୍ଦିରରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଅଣ ଶିଖ୍‌ ଯୁବକ ସେଠାରେ ପ୍ରବେଶ କରି ଗୁରୁଗ୍ରନ୍ଥ ସାହିବ ନିକଟରେ ଥିବା ଖଣ୍ଡାକୁ ଛୁଇଁବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଧର୍ମଗ୍ରନ୍ଥକୁ ଅସମ୍ମାନ କରିବାକୁ ସେ ଚାହୁଁଥିଲେ ବୋଲି ଧରି ନେଇ ଉପସ୍ଥିତି ଲୋକେ ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ। ସେହି ମାଡ଼ରେ ତାଙ୍କ ମୃତ୍ୟୁ ଘଟିଲା। ସେହିଭଳି ଅନ୍ୟ ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ, ସେ ଗୁରୁଦ୍ୱାରାରେ ନିଶାନ ସାହିବ ବା ଶିଖ୍‌ ପତାକା ଚୋରି କରିଥିଲେ।
ସ୍ଵର୍ଣ୍ଣମନ୍ଦିରର ଗର୍ଭଗୃହକୁ ପ୍ରବେଶକରି ଗୁରୁଗ୍ରନ୍ଥ ସାହିବ ନିକଟରେ ଥିବା ଖଣ୍ଡକୁ ଛୁଇଁବା ହେଉ ବା କପୁରଥାଲାରେ ନିଶାନ ସାହିବକୁ ଚୋରି କରିବା ଭଳି ଘଟଣା କାହିଁକି ଏହି ସମୟରେ ଘଟିଲା ତାହା ଏବେ ଚିନ୍ତାର ବିଷୟ। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରିବାର ନେତୃତ୍ୱ ଶିଖ୍‌ମାନେ ନେଇ ଆସୁଥିଲେ। ଶେଷରେ ସେମାନଙ୍କ ବିଜୟ ହେଲା। ଏଥିପାଇଁ କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। ନିଜର ଅହଂଭାବରେ ଜର୍ଜରିତ ଏହି ସରକାର କେବେହେଲେ ଭାବି ନ ଥିଲେ ଯେ, ତାଙ୍କ ନିଷ୍ପତ୍ତିକୁ ବିରୋଧ କରି ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ବିକ୍ଷୋଭ ଲାଗି ରହିବ। କୃଷକଙ୍କ ଧୈର୍ଯ୍ୟ ସମ୍ମୁଖରେ ସରକାର ହାର ମାନିଥାଇପାରନ୍ତି, କିନ୍ତୁ କ୍ରୋଧିତ ହୋଇଥିବାର କୌଣସି ସନ୍ଦେହ ନାହିଁ। ଇତିହାସକୁ ଦେଖିଲେ ଶିଖ୍‌ଧର୍ମ ପଛରେ ମୁସଲମାନ ବିରୋଧୀ କାରଣ ମୁଖ୍ୟ ରହିଛି। ଶିଖ୍‌ ଓ ହିନ୍ଦୁମାନଙ୍କ ମଧ୍ୟରେ ସାମାଜିକ ବନ୍ଧନ ଅତ୍ୟନ୍ତ ନିବିଡ଼ ଥିବା ହେତୁ ଆଜିର ରାଜନୀତିରେ ତାହା ଅସୁବିଧା ସୃଷ୍ଟି କରୁଥାଇପାରେ। ଭାରତୀୟ ସମାଜକୁ ବିଭାଜିତ କରି ରଖିପାରିଲେ ସବୁ ରାଜନୈତିକ ଦଳ ଲାଭବାନ୍‌ ହେବେ ବୋଲି ଚିନ୍ତା କରିବା ସ୍ବାଭାବିକ। ସେହିଭଳି ବିଭାଜନରୁ କେଉଁ ପ୍ରକାର ଲାଭ ମିଳୁଛି ତାହା ସମସ୍ତଙ୍କ ଆଖି ସମ୍ମୁଖରେ ଡେଉଁଛି। ଏଭଳି ବାତାବରଣରେ ଶିଖ୍‌ମାନଙ୍କ ରାଜନୈତିକ ଆଭିମୁଖ୍ୟ ଆଜିର ଶକ୍ତିଶାଳୀ ଗୋଷ୍ଠୀଗୁଡ଼ିକୁ ବିବ୍ରତ କରୁଥାଇପାରେ। ପୁନର୍ବାର ଶିଖ୍‌ଙ୍କୁ ହିଂସ୍ର ଏବଂ ଅସହିଷ୍ଣୁ ଭାବେ ଦର୍ଶାଇବା ହୁଏତ ଏକ ଲୁକ୍କାୟିତ ଏଜେଣ୍ଡା ରୂପରେ ଆବିର୍ଭାବ ହୋଇଛି। ଅମୃତସରର ସ୍ବର୍ଣ୍ଣମନ୍ଦିର ଓ କପୁରଥାଲାର ଗୁରୁଦ୍ୱାରାରେ ଘଟାଯାଇଥିବା ହିଂସା ଶିଖ୍‌ ସମ୍ପ୍ରଦାୟକୁ ଏକ ବିକୃତ ଢଙ୍ଗରେ ଚିତ୍ରଣ କରୁଥିବା ଭଳି ମନେହେଉଛି। ଅତୀତକୁ ମନେପକାଇଲେ ଦୁଇ ପୋଲିସ କର୍ମଚାରୀଙ୍କ ଦ୍ୱାରା ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ଖଲିସ୍ଥାନ ପ୍ରତିଷ୍ଠା ଲାଗି ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲାଙ୍କ ଉଦ୍ୟମ ସେତେବେଳେ ଦେଶରେ ଶିଖ୍‌ଙ୍କୁ ଦୋଷୀ ଆସନରେ ବସାଇ ଦେଇଥିଲା। ଅନୁରୂପ ଭାବେ ନିକଟରେ କୃଷକ ଆନ୍ଦୋଳନର ନେତୃତ୍ୱ ଓ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଖଲିସ୍ଥାନୀ ଓ ଦେଶଦ୍ରୋହୀ ଆଖ୍ୟ ଦିଆଯାଇଥିବା ବିଷୟ ସମସ୍ତଙ୍କୁ ଜଣା। ତେଣୁ ସବୁ ଦିଗକୁ ନେଇ ତର୍ଜମା କରାଗଲେ ଶିଖ୍‌ଙ୍କ ଧର୍ମପୀଠକୁ ଲକ୍ଷ୍ୟରେ ରଖାଯାଇ ଏବେ ଯେଉଁ ଧରଣର ଘଟଣା ଘଟିଛି, ତାହାକୁ ହାଲୁକା ଭାବେ ନିଆଯିବା ଉଚିତ ନୁହେଁ।
ଉପରୋକ୍ତ ଦୁଇ ଘଟଣାରେ ଶିଖ୍‌ ଧର୍ମକୁ ଅପମାନିତ କରାଯାଇଛି ବୋଲି ସେହି ସମ୍ପ୍ରଦାୟର ଅନେକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ସତ୍ୟାସତ୍ୟ ବୁଝିବାର କାରଣ ନାହିଁ, କାରଣ ଆଜିର ପୃଥିବୀରେ ଧର୍ମ ଅତ୍ୟଧିକ ମାତ୍ରାରେ ଗୁରୁତ୍ୱ ଧାରଣ କରିଛି। ଏହାର ଅର୍ଥ ନୁହେଁ ଯେ, ପୃଥିବୀରେ ଧାର୍ମିକ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବାସ୍ତବ ସ୍ଥିତିକୁ ଦେଖିଲେ ଅଧିକାଂଶ ଅଧର୍ମୀ ଏବେ ଧର୍ମର ମୁଖ୍ୟ ସାଜୁଛନ୍ତି। ଏହାର ସର୍ବୋଚ୍ଚ ଉଦାହରଣ ଭାବେ ତାଲିବାନକୁ ଦେଖାଯାଇପାରେ। ଅନୁରୂପ ଭାବେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଭଳି ଧର୍ମ ମଧ୍ୟରେ ସେହି ପ୍ରକାରର ଲୋକ ଆଗଧାଡ଼ିରେ ଅଛନ୍ତି। ଆଜିର ପୃଥିବୀରେ ‘ଶାନ୍ତି’ ଶବ୍ଦର ମାନହାନି ଘଟିଥିବା ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri