Categories: ଖେଳ

ଦୀପ୍ତି ଶର୍ମା ୟୁପି ଓ୍ବାରିୟର୍ଜ ଉପଅଧିନାୟିକା

ଲକ୍ଷ୍ନୌ, ୨୬ା୨: ଆଗାମୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଲାଗି ଭାରତୀୟ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ଓ୍ବାରିୟର୍ଜର ଉପଅଧିନାୟିକା ଘୋଷଣା କରାଯାଇଛି। ଭାରତୀୟ ମହିଳା ଦଳର ଏହି ୨୫ବର୍ଷୀୟା ପ୍ରମୁଖ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ୨.୬ କୋଟି ଟଙ୍କା ବିନିମୟରେ କ୍ରୟ କରିଛି। ପୂର୍ବରୁ ଏଲିସା ହିଲି ୟୁପି ଓ୍ବାରିୟର୍ଜର ଅଧିନାୟିକା ମନୋନୀତ ହୋଇସାରିଛନ୍ତି। ଇଂଲଣ୍ଡର ଜନ୍‌ ଲିଓ୍ବିସ ଦଳର କୋଚ୍‌ ଓ ଅଞ୍ଜୁ ଜୈନ ସହକାରୀ କୋଚ୍‌ ରହିଥିବା ବେଳେ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଆଶ୍‌ଲେ ନଫ୍‌କି ବୋଲିଂ କୋଚ୍‌ ଏବଂ ୪ଥର ବିଶ୍ୱ ଚାମ୍ପିୟନ ଲିସା ଷ୍ଟାଲେକର ଦଳର ମେଣ୍ଟର ରହିଛନ୍ତି। ଓମେନ୍ସ ପ୍ରିମିୟର ଲିଗ୍‌ ମୁମ୍ବାଇର ବ୍ରାବୋର୍ନ ଓ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ।

Share