ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି

ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ ଛାୟା ପରି ଶେରା ମଧ୍ୟ ତାଙ୍କ ସହିତ ରୁହନ୍ତି ଏବଂ ସଲମାନ ମଧ୍ୟ ଶେରାଙ୍କୁ ତାଙ୍କ ଭାଇ ଭଳି ବ୍ୟବହାର କରନ୍ତି। ଅଭିନ୍ରେତୀ ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ଜଲାଲ ମଧ୍ୟ ତାଙ୍କର ବେଶ୍‌ ନିକଟତର।
ଦୀପିକା ପାଦୁକୋନ ଗତ କିଛି ବର୍ଷ ଧରି ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ। ଫିଲ୍ମ ‘ଓମ ଶାନ୍ତି ଓମ’ ରେ ଡେବ୍ୟୁ କରିବା ପରେ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରହିଛନ୍ତି। ଦୀପିକା ଯେତେବେଳେ, ଲୋକଙ୍କ ଗହଣରେ ଥାଆନ୍ତି, ଅନେକ ଲୋକ ତାଙ୍କ ଝଲକ ପାଇବାକୁ ଚେଷ୍ଟା କରନ୍ତି। ଏଭଳି ପରିସ୍ଥିତିରେ ଦୀପିକାଙ୍କୁ ଭିଡ଼ରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ତାଙ୍କ ଅଙ୍ଗରକ୍ଷୀ ଜଲାଲ ଏକ ବଡ଼ ଦାୟିତ୍ୱ ଗ୍ରହଣ କରନ୍ତି। ସେ ଗତ କିଛି ବର୍ଷ ଧରି ଏହି କାମକୁ ଭଲ ଭାବରେ କରିଆସୁଛନ୍ତି।
ଦୀପିକା ଜଲାଲଙ୍କୁ କେବଳ ଜଣେ ସହାୟକ କର୍ମଚାରୀ ନୁହଁନ୍ତି ବରଂ ପରିବାର ସଦସ୍ୟ ଭାବରେ ବିବେଚନା କରନ୍ତି। ସେଥିପାଇଁ ଜଲଲ ଏହି ପଦବୀରେ ବହୁ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଜଲାଲ ଭାଇ ଭଳି ତାଙ୍କ ସାଥ୍‌ ଦିଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ରାଖୀରେ ଦୀପିକା ମଧ୍ୟ ଜଲାଲଙ୍କ ହାତରେ ରାଖୀ ବାନ୍ଧନ୍ତି। ଦୀପିକାଙ୍କୁ ସୁରକ୍ଷା ଦେବା ପାଇଁ ଜଲାଲଙ୍କୁ ବହୁତ ଦରମା ମିଳିଥାଏ। ତାଙ୍କ ବାର୍ଷିକ ପ୍ୟାକେଜ ପ୍ରାୟ ୮୦ ଲକ୍ଷ ଟଙ୍କା। ତେବେ ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୭ ମସିହାରେ ଜଲାଲଙ୍କ ଦରମା ବାର୍ଷିକ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଆଜିକାଲି ଦୀପିକା ପାଦୁକୋନ ଅନେକ ବଡ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତ। ତାଙ୍କୁ ଖୁବ ଶୀଘ୍ର ସ୍ବାମୀ ରଣବୀର ସିଂଙ୍କ ସହ ‘୮୩’ ରେ ଦେଖିବାକୁ ମିଳିବ। ଏହା ସହିତ ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଇଣ୍ଟର୍ନ’ ଏବଂ ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ରେ ମଧ୍ୟ ସେ ନଜର ଆସିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri