Categories: ଖେଳ

ଦୀପକ ହୁଦା ଗୋଟିଏ ସିଜନ୍‌ ପାଇଁ ସସ୍‌ପେଣ୍ଡ

ଭଦୋଦରା, ୨୩ା୧ (ପି.ଟି.)-ବରୋଦ କ୍ରିକେଟ ଆସୋସିଏଶନ (ବିସିଏ) ଏହାର ସିନିୟର ଖେଳାଳି ଦୀପକ ହୁଦାଙ୍କୁ ସସ୍‌ପେଣ୍ଡ କରିଛି। ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଙ୍କର ବଚସା ହେବାରୁ ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହେବା ପୂର୍ବରୁ ସେ ବିନା ଅନୁମତିରେ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ। ନିଜ ଟିମ୍‌ କିମ୍ବା ବିସିଏକୁ ନ ଜଣାଇ ସେ ବାୟୋ ବବଲ ଛାଡ଼ି ଚାଲିଯାଇଥିଲେ। ଏହି ବିଶୃଙ୍ଖଳା ପାଇଁ ତାଙ୍କୁ ଗୋଟିଏ ସିଜନ ପାଇଁ ସସ୍‌ପେଣ୍ଡ କରାଯାଇଥିବା ବିସିଏ ସମ୍ପାଦକ ଅଜିତ ଲେଲେ ପ୍ରକାଶ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ବରୋଦା କ୍ରିକେଟ ଆସୋସିଏଶନ ଆପେକ୍ସ କାଉନ୍‌ସିଲ ବୈଠକରେ ହୁଦାଙ୍କୁ ସସ୍‌ପେଣ୍ଡ କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ହୁଦାଙ୍କୁ ବରୋଦା ଦଳର ଉପଅଧିନାୟକ ମନୋନୀତ କରାଯାଇଥିଲା। ଜାନୁୟାରୀ ୯ରେ ସେ ବାୟୋ ବବଲ ଛାଡ଼ି ଚାଲିଯାଇଥିଲେ। ୪୬ ବର୍ଷୀୟ ହୁଦା ତାଙ୍କ ଇ-ମେଲ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଅଧିନାୟକ ପାଣ୍ଡ୍ୟା ତାଙ୍କ ଟିମ୍‌ମେଟ୍‌ ଓ ଅନ୍ୟ ଟିମ୍‌ର ଖେଳାଳିମାନଙ୍କ ଉପସ୍ଥିତିରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିପାଇଁ ସେ ହତାଶ, ଉଦାସୀନ ଓ ଚାପରେ ରହିଥିଲେ। ହୁଦାଙ୍କଠାରୁ ଚିଠି ପାଇବା ପରେ ବିସିଏ ମ୍ୟାନେଜରଙ୍କଠାରୁ ରିପୋର୍ଟ ମଗାଇଛି।

Share