Posted inଖେଳ

ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟ୍‌କା

ନୂଆଦିଲ୍ଲୀ,୨୩।୨: ଗୁରୁବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଡବଲ୍‌ ଝଟ୍‌କା ଲାଗିଛି। ଦଳର ଦୁଇ ଷ୍ଟାର ଖେଳାଳି ଏହି ସିରିଜରୁ ବାଦ ପଡ଼ିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟ କୁମାର ଯାଦବ ଓ ଦ୍ରୁତ ବୋଲର ଦୀପକ ଚହର ଆହତ କାରଣରୁ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ ନାହିଁ। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ଦୀପକ ବୋଲିଂ କରୁଥିଲେ। ଏହି ସମୟରେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ସେହିପରି ଶେଷ ଟି-୨୦ ମ୍ୟାଚରେ ଫିଲି୍ଡଂ କରିବା ପରେ ସୂର୍ଯ୍ୟ କୁମାର ଯାଦବ ଆହତ ହୋଇଥିଲେ। ଏବେ ଉଭୟ ରିହାବ ପାଇଁ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଯିବେ। ସେଠାରୁ ସୁସ୍ଥ ହେବା ପରେ ସେମାନେ ପୁଣି ଜାତୀୟ ଦଳକୁ ଫେରିବେ ବୋଲି ବିସିସିଆଇ କହିଛି।

ଅନ୍ୟପକ୍ଷରେ ମାର୍ଚ୍ଚ ଶେଷ ଭାଗରୁ ଆଇପିଏଲ୍‌ ଆରମ୍ଭ ହେବ। ଦୀପକ କେବେ ସୁସ୍ଥ ହେବ, ସେକଥା କୁହାଯାଇନାହିଁ। ଏପରି ସ୍ଥିତିରେ ସେ ଆଇପିଏଲ୍‌ ପାଇଁ ଉପଲବ୍ଧ ହେବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ: ୩୦ ସ୍ବର୍ଣ୍ଣ ହାସଲ କରିବା କଷ୍ଟକର: ଜାପାନ

ଟୋକିଓ,୨୯।୬ (ଏପି): ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଆୟୋଜକ ଜାପାନ ୩୦ଟି ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ପୂର୍ବରୁ ଦାବି...

ମାର୍ଟିନେଜ୍‌ ଜିତିଲେ ଓ୍ବାଲର୍‌ଡ ଫ୍ଲାଇଓ୍ବେଟ୍‌ ଟାଇଟଲ

ଲସ୍‌ ଆଞ୍ଜେଲ୍ସ, ୨୧ା୧୨ (ଏଏଫ୍‌ପି)-ମେକ୍ସିକୋର ଜୁଲିଓ ସେସାର୍‌ ମାର୍ଟିନେଜ୍‌ ଡବ୍ଲ୍ୟୁବିସି (ଓ୍ବାଲର୍‌ଡ ବକ୍ସିଂ କାଉନ୍‌ସିଲ) ଫ୍ଲାଇଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଶୁକ୍ରବାର ସେ ଏକ ୯ ରାଉଣ୍ଡ...

ହାଇଦ୍ରାବାଦ ସାମ୍ନାରେ ୨୦୯ ରନର ବିଶାଳ ଟାର୍ଗେଟ୍‌ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଶାରଜା, ୪।୧୦: ଚଳିତ ଆଇପିଏଲ୍‌ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି।...

ଧୋନୀଙ୍କ ପାଇଁ କବିତା ଲେଖିଲେ ଜାଡେଜା

କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟର ଏବେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର...

ବକ୍ସର ମନୀଷଙ୍କୁ ଅଲିମ୍ପିକ ଟିକେଟ୍‌

ଅମ୍ମନ (ଜୋର୍ଡାନ), ୧୧।୩ (ପି.ଟି.)- ବିଶ୍ୱ ବ୍ରୋଞ୍ଜ ପଦକ ବିଜେତା ମନୀଷ କୌଶିକ (୬୩ କିଗ୍ରା) ୯ମ ଭାରତୀୟ ବକ୍ସର ଭାବେ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ...

ଓ୍ବେଟରଙ୍କୁ ଖୋଜୁଛନ୍ତି ସଚିନ

ଚେନ୍ନାଇ,୧୫।୧୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଚେନ୍ନାଇର ଏକ ହୋଟେଲର ଜଣେ ଓ୍ବେଟରଙ୍କୁ ଖୋଜୁଛନ୍ତି। ୨୪ ବର୍ଷର ଲମ୍ବା କ୍ୟାରିୟରରେ ଏଲବୋ ଗାର୍ଡ ବ୍ୟବହାର ଯୋଗୁ...

ଅଲିମ୍ପିକ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁଙ୍କ ବିଜୟ ଅଭିଯାନ

  ଟୋକିଓ,୨୬।୭(ପି.ଟି): ଟୋକିଓ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ମହିଳା ତାରକା ଖେଳାଳି ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।...

ଲଗାତାର ୪ ମ୍ୟାଚ୍‌ରେ ହାରିବା ପରେ ବିରାଟଙ୍କୁ କରାଯାଉଛି କଟାକ୍ଷ, ସମର୍ଥନରେ ବାହାରିଲେ ରୁଟ୍‌

ଚେନ୍ନାଇ,୧୨।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ପରେ...

Advertisement
Archives

Model This Week