କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହିତ ସମୁଦ୍ର ମଧ୍ୟ ଅଶାନ୍ତ ହେଉଛି । ଆସନ୍ତା ୩-୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରାତି ସୁଦ୍ଧା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

କଳିଙ୍ଗପଟନମ ନିକଟ ହୋଇ ଗଭୀର ଅବପାତ ଅତିକ୍ରମ କରିବ । ଯଦି ଦେଖିବା ଗଭୀର ଅବପାତର ଗତି ଧୀର ରହିଛି । ଘଣ୍ଟାପ୍ରତି ୭କିମି ବେଗରେ ଗତି କରୁଛି । ତେବେ ଲ୍ୟାଣଫଲ ସମୟରେ ପବନର ବେଗ ସର୍ବାଧିକ ୫୦ରୁ ୬୦ କିମି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଲ୍ୟାଣ୍ଡଫଲ କରିବା ପରେ ପବନର ବେଗ କ୍ରମାଗତ ଭାବେ ହ୍ରାସ ପାଇବ । IMD ଡିଜିଙ୍କ କହିବା ଅନୁସାରେ, ସମୁଦ୍ର ଥିବା ପର୍ଯ୍ୟନ୍ତ ଶକ୍ତିଶାଳୀ ରହିବ ଗଭୀର ଅବପାତ । ସ୍ଥଳ ଭାଗକୁ ଆସିଲେ ବି ଧିରେ ଧିରେ ଦୁର୍ବଳ ହେବ, ତେଣୁ ଅଧିକ ବର୍ଷିବ । ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ ।

 

Dharitri – Odisha’s No.1 Odia Daily

Share