ସାଆନ୍ତଙ୍କ ସେବାରେ ସମର୍ପିତ

ଢେଙ୍କାନାଳ ଅଫିସ, ୫।୭: ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଛି ବଡ଼ଦିଅଁଙ୍କ ଅଣସରନୀତି। ଜ୍ୱରରେ ଥରୁଥିବା କାଳିଆ ଠାକୁରଙ୍କ ଉପଶମ ପାଇଁ ମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତସେବା। ଢେଙ୍କାନାଳସ୍ଥିତ ଶ୍ରୀବଳରାମ ମନ୍ଦିରରେ ଅଣସର ଘରେ ଶ୍ରୀଜୀଉଙ୍କ ଏହି ନୀତିରେ ନିୟୋଜିତ ଅଛନ୍ତି ଓଡ଼ାପଡ଼ା ବ୍ଲକ ପଞ୍ଚୁପଟି ଗ୍ରାମର ବିଜୟ ମହାପାତ୍ର ଏବଂ ତାଙ୍କ ସାନ ଭାଇ ଦିଲୀପ ମହାପାତ୍ର। ବର୍ଷକୁ ଥରେ ଅଣସର ଘରେ ଠାକୁରଙ୍କ ଶ୍ରୀଅଙ୍ଗ ସେବା କରିବାର ସୌଭାଗ୍ୟ ମିଳୁଛି। ଏହା ଠାକୁରଙ୍କ ଆଶୀର୍ବାଦ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଭାବବିହ୍ବଳ କଣ୍ଠରେ କୁହନ୍ତି ଦୁଇଭାଇ।
ଶିଳ୍ପୀ ଦିଲୀପ କୁହନ୍ତି, କେଉଁ ଆବହମାନ କାଳରୁ ତାଙ୍କ ପରିବାର ସଦସ୍ୟ ମୂର୍ତ୍ତି, ମନ୍ଦିର ନିର୍ମାଣ ସହ କାଠ କାମ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ପ୍ରତିବର୍ଷ ଶ୍ରୀବଳରାମ ମନ୍ଦିରରେ ଅଣସର ନୀତି ସମୟରେ ପରିବାରର ଗୁରୁଦାୟିତ୍ୱ ବଢ଼ିଯାଏ। ବଡ଼ଭାଇ ବିଜୟ ଏବଂ ଅନ୍ୟ ସଦସ୍ୟମାନେ ଅଣସର ଘରେ ଠାକୁରଙ୍କ ଗୁପ୍ତସେବାରେ ନିୟୋଜିତ ହୋଇଥା’ନ୍ତି। ବାପା, ଜେଜେ ଏହି କାର୍ଯ୍ୟ କରୁଥିଲେ। ଏବେ ସ୍ବତ୍ୱାଧିକାର ଆଧାରରେ ତାଙ୍କୁ ଶ୍ରୀଜୀଉଙ୍କ ସେବା କରିବାର ସୁଯୋଗ ମିଳିଛି। ଏହାକୁ ବାଦ୍‌ଦେଲେ ଅଣସର ସମୟରେ ପରମ୍ପରା ଅନୁଯାୟୀ ଅଞ୍ଚଳବାସୀ ଘରେ ପୂଜା କରୁଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ରଙ୍ଗ କରିବାକୁ ମନ୍ଦିରକୁ ଆଣିଥାଆନ୍ତି। ପୀଠ ପରିସରରେ ଶୁଦ୍ଧପୂତ ଭାବେ ଏହି କାର୍ଯ୍ୟ କରାଯାଇଥାଏ ବୋଲି ଦିଲୀପ କହିଛନ୍ତି।
କରୋନା ସମୟରେ ଠାକୁରଙ୍କ ସେବା ଏବଂ ଜୀବନଜୀବିକା ସମ୍ପର୍କରେ ସୂଚନା ଦେଇ ଦିଲୀପ କୁହନ୍ତି, ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ମହାମାରୀ କାଳରେ ଯଦିଓ କୌଳିକ ବୃତ୍ତି ପ୍ରଭାବିତ ହୋଇଛି, ତଥାପି ମହାପ୍ରଭୁ ବଳରାମଙ୍କ କାର୍ଯ୍ୟରେ ସେ ଏବଂ ତାଙ୍କ ପରିବାର ସମର୍ପିତ। ଗତ ଦୁଇବର୍ଷ ହେଲା କରୋନା ପାଇଁ ମୂର୍ତ୍ତି ଓ ମନ୍ଦିର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷ ହାତଗଣତି ଶ୍ରଦ୍ଧାଳୁ ସେମାନଙ୍କ ବିଗ୍ରହ ଚିତ୍ରିତ କରିବା ଲାଗି ଦେଇଛନ୍ତି। ଦେବୋତ୍ତର ବିଭାଗ ପକ୍ଷରୁ ମିଳୁଥିବା ପାରିଶ୍ରମିକ ମଧ୍ୟ ଖୁବ୍‌ କମ୍‌। ତଥାପି ଜୀବନ ଥିବା ଯାଏ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ସେବା କରିଚାଲିଥିବେ ବୋଲି ସେ କହିଛନ୍ତି।

ଭାଗ୍ୟବାନ ମନେକରୁଛୁ
ମହାପ୍ରଭୁ ବଳରାମଙ୍କ ଶ୍ରୀଅଙ୍ଗ ସେବାରେ ନିୟୋଜିତ ହେବାର ସୁଯୋଗ ପାଇ ଭାଗ୍ୟବାନ ମନେକରୁଛୁ। ସ୍ନାନପୂର୍ଣ୍ଣିମାଠାରୁ ଅଣସର ନୀତି ଶେଷ ହେବା ଯାଏ ପାଖାପାଖି ୧୫ ଦିନ ମନ୍ଦିରରେ ରହିବାକୁ ପଡ଼େ। ପୂର୍ବରୁ ବାପା, ଜେଜେ ଏହି କାର୍ଯ୍ୟ କରୁଥିଲେ। ଏବେ ଆମେ କରୁଛୁ। କରୋନା ପାଇଁ କୌଳିକ ବୃତ୍ତି ପ୍ରଭାବିତ ହୋଇଛି। ରାଜ୍ୟ ସରକାର ଶିଳ୍ପୀ ପରିବାର ପାଇଁ ଆଗେଇ ଆସିବା ଜରୁରୀ।
-ବିଜୟ ମହାପାତ୍ର, ଶିଳ୍ପୀ

ବିଗ୍ରହଙ୍କୁ ନୂଆ ରୂପ ଦିଅନ୍ତି କାରିଗର
ସ୍ନାନଯାତ୍ରା ପରେ ଶ୍ରୀଜୀଉମାନେ ଅଣସର ଘରକୁ ବିଜେ କରିଥାନ୍ତି। ଏହାପରେ ମହାପାତ୍ର ପରିବାରର ସଦସ୍ୟମାନେ ଶ୍ରୀବିଗ୍ରହଙ୍କ ସେବା, ରଙ୍ଗଲାଗି କରିବାକୁ ଆସିଥାଆନ୍ତି। ସେମାନେ ବିଗ୍ରହଙ୍କୁ ଚିତ୍ରିତ କରିବା ସହିତ ନୂଆ ରୂପ ଦେଇଥାଆନ୍ତି। କେଉଁ ଆବହମାନ କାଳରୁ ଏହି ପରମ୍ପରା ପ୍ରଚଳିତ। କୋଭିଡ୍‌ କଟକଣା ଭିତରେ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି।
-ବ୍ରଜବିହାରୀ ମହାପାତ୍ର, ପାଳିଆ ସେବକ

ଖର୍ଚ୍ଚ ବହନ କରୁଛି ଦେବୋତ୍ତର ବିଭାଗ
ସ୍ନାନପୂର୍ଣ୍ଣିମା ପରେ ଷଷ୍ଠୀଠାରୁ ଶିଳ୍ପୀମାନେ ମନ୍ଦିରରେ ପ୍ରବେଶ କରନ୍ତି। ନେତ୍ରୋତ୍ସବ ପର୍ଯ୍ୟନ୍ତ ସେମାନେ ପୀଠରେ ରହି ବିଗ୍ରହଙ୍କୁ ରଙ୍ଗଲାଗି କରିଥାଆନ୍ତି। ଦେବୋତ୍ତର ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପ୍ରଦାନ କରାଯାଇଥାଏ।
-ପ୍ରଦ୍ୟୁମ୍ନ ତ୍ରିପାଠୀ,ଦେବୋତ୍ତର ନିରୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri