ସାଆନ୍ତଙ୍କ ସେବାରେ ସମର୍ପିତ

ଢେଙ୍କାନାଳ ଅଫିସ, ୫।୭: ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଛି ବଡ଼ଦିଅଁଙ୍କ ଅଣସରନୀତି। ଜ୍ୱରରେ ଥରୁଥିବା କାଳିଆ ଠାକୁରଙ୍କ ଉପଶମ ପାଇଁ ମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତସେବା। ଢେଙ୍କାନାଳସ୍ଥିତ ଶ୍ରୀବଳରାମ ମନ୍ଦିରରେ ଅଣସର ଘରେ ଶ୍ରୀଜୀଉଙ୍କ ଏହି ନୀତିରେ ନିୟୋଜିତ ଅଛନ୍ତି ଓଡ଼ାପଡ଼ା ବ୍ଲକ ପଞ୍ଚୁପଟି ଗ୍ରାମର ବିଜୟ ମହାପାତ୍ର ଏବଂ ତାଙ୍କ ସାନ ଭାଇ ଦିଲୀପ ମହାପାତ୍ର। ବର୍ଷକୁ ଥରେ ଅଣସର ଘରେ ଠାକୁରଙ୍କ ଶ୍ରୀଅଙ୍ଗ ସେବା କରିବାର ସୌଭାଗ୍ୟ ମିଳୁଛି। ଏହା ଠାକୁରଙ୍କ ଆଶୀର୍ବାଦ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଭାବବିହ୍ବଳ କଣ୍ଠରେ କୁହନ୍ତି ଦୁଇଭାଇ।
ଶିଳ୍ପୀ ଦିଲୀପ କୁହନ୍ତି, କେଉଁ ଆବହମାନ କାଳରୁ ତାଙ୍କ ପରିବାର ସଦସ୍ୟ ମୂର୍ତ୍ତି, ମନ୍ଦିର ନିର୍ମାଣ ସହ କାଠ କାମ କରି ଜୀବିକା ନିର୍ବାହ କରି ଆସୁଛନ୍ତି। ପ୍ରତିବର୍ଷ ଶ୍ରୀବଳରାମ ମନ୍ଦିରରେ ଅଣସର ନୀତି ସମୟରେ ପରିବାରର ଗୁରୁଦାୟିତ୍ୱ ବଢ଼ିଯାଏ। ବଡ଼ଭାଇ ବିଜୟ ଏବଂ ଅନ୍ୟ ସଦସ୍ୟମାନେ ଅଣସର ଘରେ ଠାକୁରଙ୍କ ଗୁପ୍ତସେବାରେ ନିୟୋଜିତ ହୋଇଥା’ନ୍ତି। ବାପା, ଜେଜେ ଏହି କାର୍ଯ୍ୟ କରୁଥିଲେ। ଏବେ ସ୍ବତ୍ୱାଧିକାର ଆଧାରରେ ତାଙ୍କୁ ଶ୍ରୀଜୀଉଙ୍କ ସେବା କରିବାର ସୁଯୋଗ ମିଳିଛି। ଏହାକୁ ବାଦ୍‌ଦେଲେ ଅଣସର ସମୟରେ ପରମ୍ପରା ଅନୁଯାୟୀ ଅଞ୍ଚଳବାସୀ ଘରେ ପୂଜା କରୁଥିବା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ରଙ୍ଗ କରିବାକୁ ମନ୍ଦିରକୁ ଆଣିଥାଆନ୍ତି। ପୀଠ ପରିସରରେ ଶୁଦ୍ଧପୂତ ଭାବେ ଏହି କାର୍ଯ୍ୟ କରାଯାଇଥାଏ ବୋଲି ଦିଲୀପ କହିଛନ୍ତି।
କରୋନା ସମୟରେ ଠାକୁରଙ୍କ ସେବା ଏବଂ ଜୀବନଜୀବିକା ସମ୍ପର୍କରେ ସୂଚନା ଦେଇ ଦିଲୀପ କୁହନ୍ତି, ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ମହାମାରୀ କାଳରେ ଯଦିଓ କୌଳିକ ବୃତ୍ତି ପ୍ରଭାବିତ ହୋଇଛି, ତଥାପି ମହାପ୍ରଭୁ ବଳରାମଙ୍କ କାର୍ଯ୍ୟରେ ସେ ଏବଂ ତାଙ୍କ ପରିବାର ସମର୍ପିତ। ଗତ ଦୁଇବର୍ଷ ହେଲା କରୋନା ପାଇଁ ମୂର୍ତ୍ତି ଓ ମନ୍ଦିର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷ ହାତଗଣତି ଶ୍ରଦ୍ଧାଳୁ ସେମାନଙ୍କ ବିଗ୍ରହ ଚିତ୍ରିତ କରିବା ଲାଗି ଦେଇଛନ୍ତି। ଦେବୋତ୍ତର ବିଭାଗ ପକ୍ଷରୁ ମିଳୁଥିବା ପାରିଶ୍ରମିକ ମଧ୍ୟ ଖୁବ୍‌ କମ୍‌। ତଥାପି ଜୀବନ ଥିବା ଯାଏ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ସେବା କରିଚାଲିଥିବେ ବୋଲି ସେ କହିଛନ୍ତି।

ଭାଗ୍ୟବାନ ମନେକରୁଛୁ
ମହାପ୍ରଭୁ ବଳରାମଙ୍କ ଶ୍ରୀଅଙ୍ଗ ସେବାରେ ନିୟୋଜିତ ହେବାର ସୁଯୋଗ ପାଇ ଭାଗ୍ୟବାନ ମନେକରୁଛୁ। ସ୍ନାନପୂର୍ଣ୍ଣିମାଠାରୁ ଅଣସର ନୀତି ଶେଷ ହେବା ଯାଏ ପାଖାପାଖି ୧୫ ଦିନ ମନ୍ଦିରରେ ରହିବାକୁ ପଡ଼େ। ପୂର୍ବରୁ ବାପା, ଜେଜେ ଏହି କାର୍ଯ୍ୟ କରୁଥିଲେ। ଏବେ ଆମେ କରୁଛୁ। କରୋନା ପାଇଁ କୌଳିକ ବୃତ୍ତି ପ୍ରଭାବିତ ହୋଇଛି। ରାଜ୍ୟ ସରକାର ଶିଳ୍ପୀ ପରିବାର ପାଇଁ ଆଗେଇ ଆସିବା ଜରୁରୀ।
-ବିଜୟ ମହାପାତ୍ର, ଶିଳ୍ପୀ

ବିଗ୍ରହଙ୍କୁ ନୂଆ ରୂପ ଦିଅନ୍ତି କାରିଗର
ସ୍ନାନଯାତ୍ରା ପରେ ଶ୍ରୀଜୀଉମାନେ ଅଣସର ଘରକୁ ବିଜେ କରିଥାନ୍ତି। ଏହାପରେ ମହାପାତ୍ର ପରିବାରର ସଦସ୍ୟମାନେ ଶ୍ରୀବିଗ୍ରହଙ୍କ ସେବା, ରଙ୍ଗଲାଗି କରିବାକୁ ଆସିଥାଆନ୍ତି। ସେମାନେ ବିଗ୍ରହଙ୍କୁ ଚିତ୍ରିତ କରିବା ସହିତ ନୂଆ ରୂପ ଦେଇଥାଆନ୍ତି। କେଉଁ ଆବହମାନ କାଳରୁ ଏହି ପରମ୍ପରା ପ୍ରଚଳିତ। କୋଭିଡ୍‌ କଟକଣା ଭିତରେ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି।
-ବ୍ରଜବିହାରୀ ମହାପାତ୍ର, ପାଳିଆ ସେବକ

ଖର୍ଚ୍ଚ ବହନ କରୁଛି ଦେବୋତ୍ତର ବିଭାଗ
ସ୍ନାନପୂର୍ଣ୍ଣିମା ପରେ ଷଷ୍ଠୀଠାରୁ ଶିଳ୍ପୀମାନେ ମନ୍ଦିରରେ ପ୍ରବେଶ କରନ୍ତି। ନେତ୍ରୋତ୍ସବ ପର୍ଯ୍ୟନ୍ତ ସେମାନେ ପୀଠରେ ରହି ବିଗ୍ରହଙ୍କୁ ରଙ୍ଗଲାଗି କରିଥାଆନ୍ତି। ଦେବୋତ୍ତର ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପ୍ରଦାନ କରାଯାଇଥାଏ।
-ପ୍ରଦ୍ୟୁମ୍ନ ତ୍ରିପାଠୀ,ଦେବୋତ୍ତର ନିରୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?