Posted inଫୁରସତ

ଅଧିକ ମୋବାଇଲ ବ୍ୟବହାରରୁ ଶୁକ୍ରାଣୁ ହ୍ରାସ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ଅଧ୍ୟୟନ ମୋବାଇଲ ଫୋନ ବ୍ୟବହାର ଏବଂ ପୁରୁଷ ଶୁକ୍ରାଣୁ ସଂଖ୍ୟା ହ୍ରାସ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍‌କୁ ଅନୁଧ୍ୟାନ କରିଛି। ଗତ ଅର୍ଦ୍ଧଶତାବ୍ଦୀରେ ବିଶ୍ୱର ଶୁକ୍ରାଣୁ ସଂଖ୍ୟାରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ଘଟିଥିବା ଦେଖାଯାଇଛି। ଯାହା ଅନୁସନ୍ଧାନକାରୀଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି। ୧୮ରୁ ୨୨ ବର୍ଷ ବୟସର ଯୁବକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ଯେଉଁମାନେ ଦିନକୁ ୨୦ରୁ ଅଧିକ ଥର ମୋବାଇଲ ବ୍ୟବହାର କରନ୍ତି, ସେମାନଙ୍କ ଶୁକ୍ରାଣୁ ସଂଖ୍ୟା କମ୍‌ ହେବାରେ ୨୧ ପ୍ରତିଶତ ଅଧିକ ବିପଦ ରହିଛି। ତେବେ ଯୁଗର ଆଧୁନିକତା ଯୋଗୁ ଏହା ଆଗକୁ ୨୧ ପ୍ରତିଶତରୁ ବୃଦ୍ଧି ପାଇ ୩୦ ପ୍ରତିଶତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଓ ଏବେର ପାଠ୍ୟକ୍ରମରେ ଅନେକ ଅନ୍ତର ରହିଛି। ଏବେ ସବୁ ପାଠ୍ୟକ୍ରମରେ ଫୋନ ବ୍ୟବହାର ପଦ୍ଧତି ବୃଦ୍ଧିପାଇଛି। ୧୩ ବର୍ଷର ଅଧ୍ୟୟନ ଭିତରେ ଫୋନ ଟେକ୍ନୋଲୋଜି ବିକଶିତ ଓ ଉନ୍ନତ ହୋଇଛି, ଯାହା ଶୁକ୍ରାଣୁ ଗଣନା ଉପରେ ପ୍ରତିକୂଳ ପ୍ରଭାବ ଧୀରେ ଧୀରେ କମିଛି। ଶୁକ୍ରାଣୁ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ତାଙ୍କ ଗତି, କ୍ଷମତା, ସୁସ୍ଥ, ଠିକ୍‌ ଆକୃତି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଫର୍ଟିଲିଟି କ୍ଲିନିକ୍ସର ନେଟ୍‌ୱର୍କ କେୟାର ଫର୍ଟିଲିଟିର ମୁଖ୍ୟ ଏଲିସନ କ୍ୟାମ୍ପ୍‌ବେଲ କହିଛନ୍ତି। ଗର୍ଭଧାରଣ କରିବାକୁ ଚାହୁଁଥିବା କିମ୍ବା ସେମାନଙ୍କ ଶୁକ୍ରାଣୁ ସୁସ୍ଥରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ପୁରୁଷମାନେ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ଧୂମପାନରୁ ଦୂରେଇ ରହିବା, ମଦ୍ୟପାନକୁ ସୀମିତ ରଖିବା ଆଦି କ୍ଷେତ୍ରରେ ଧ୍ୟାନ ଦେବାକୁ ହେବ ବୋଲି କ୍ୟାମ୍ପ୍‌ବେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri