ଲାଲ୍‌ଚାନ୍ଦରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୪।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆଲୋକର ପର୍ବ ଦୀପାବଳି ଏବଂ ଧନ୍‌ତେରସ୍‌ ଉପଲକ୍ଷେ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ଏଠାରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୬୨୫ ଟଙ୍କା ରଖାଯାଇଥିବାବେଳେ ହୀରା ମୂଲ୍ୟ ଉପରେ ଫ୍ଲାଟ୍‌ ୨୦,୦୦୦ ଟଙ୍କା ପ୍ରତି କ୍ୟାରେଟ୍‌ ପିଛା ରିହାତି ଦିଆଯାଉଛି। ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ଓ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏହାସହ ଧନ୍‌ତେର୍‌ସକୁ ଦୃଷ୍ଟିରେ ରଖି ୨୫,୦୦୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ମୂଲ୍ୟର କିଣାକିଣି ଉପରେ ନିଶ୍ଚିତ ଉପହାର ଲାଲ୍‌ଚାନ୍ଦ ପକ୍ଷରୁ ପ୍ରଦାନ କରାଯାଉଛି। ଅପରପକ୍ଷରେ ଲାଲ୍‌ଚାନ୍ଦର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ୍‌ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ନେଇ ବିସ୍ତୃତ ସୂଚନା ଦିଆଯାଇଛି। ସେହିଭଳି ଲାଲ୍‌ଚାନ୍ଦ ଜୁଏଲର୍ସରେ ବିଶ୍ୱର ସର୍ବବୃହତ୍‌ ଅଳଙ୍କାର ମହୋତ୍ସବ ‘ଆଇଜେଏସ୍‌ଏଫ୍‌-୨୦୨୩’ ଚାଲିଥିବା ବେଳେ ଚଳିତ ଦୀପାବଳି ଓ ଧନ୍‌ତେରସ୍‌ରେ ଗ୍ରାହକଙ୍କର ଭାଗ୍ୟ ଚମକାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଏହି ପରିପ୍ରେକ୍ଷୀରେ ୨୫ ହଜାର ଟଙ୍କାର ଗହଣା କ୍ରୟ ଉପରେ ନିଶ୍ଚିତ କୁପନ ଏବଂ ସୀମିତ ସଂସ୍କରଣର ରୁପା ମୁଦ୍ରା ମିଳୁଛି। ଏହି ଅବିଶ୍ୱସନୀୟ ପୁରସ୍କାର ପର୍ଯ୍ୟାୟକ୍ରମେ ଡ୍ର’ରେ ୫୦୦୦ କୁପନର ପ୍ରତି ସେଟ୍‌ରେ ୨୫ ଗ୍ରାମ୍‌ ସୁନାମୁଦ୍ରା ଜିତିପାରିବେ। ଏଥିସହ ୧ କିଲୋଗ୍ରାମ ସୁନାର ୫ଟି ପୁରସ୍କାର, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଜୁଡାଉ ଜୁଏଲେରି, ୧୦ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଟେମ୍ପଲ୍‌ ଜୁଏଲେରି, ୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ହୀରା ଓ ମୂଲ୍ୟବାନ୍‌ ପଥର ଖଚିତ ଜୁଏଲେରି, ୨.୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ସୁନାଗହଣା ଏବଂ ଡିଭାଇନ୍‌ ସଲିଟେଆରରୁ ୧୦୦ଟି ହୀରା ଖଚିତ ସ୍ବର୍ଣ୍ଣ ମୁଦ୍ରା ଜିତିବାର ଅପୂର୍ବ ସୁଯୋଗ ରହିଛି। ଏହା ସହ ଲାଲ୍‌ଚାନ୍ଦ୍‌ରେ ସମସ୍ତ ଆକାର ଏବଂ ଓଜନର ୯୯୯ଶୁଦ୍ଧତା ବିଶିଷ୍ଟ ସ୍ବର୍ଣ୍ଣ ମୁଦ୍ରା ଉପଲବ୍ଧ। ବିଶେଷକରି ଲାଲ୍‌ଚାନ୍ଦ୍‌ର ସମସ୍ତ ଷ୍ଟୋରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଫେଷ୍ଟିଭ୍‌ ଟ୍ରିଟ୍‌ ପ୍ରଦାନ କରାଯାଉଛି। ଏହି କ୍ରମରେ ସର୍ବନିମ୍ନ ୪୦,୦୦୦ ଟଙ୍କାର ନେଣଦେଣ ଉପରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ କ୍ରେଡିଟ୍‌-ଡେବିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ତୁରନ୍ତ ୫% ଏବଂ ସର୍ବାଧିକ ୩,୦୦୦ ଟଙ୍କାର ଛାଡ଼ ମିଳିବ।
ଏ ସମ୍ପର୍କରେ ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ କହିଛନ୍ତି, ଆମେ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସମୟରେ ସଚେତନତା ଅଭିଯାନ ଚଳାଇ ଆସୁଛୁ। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କୁ ଅପ୍‌ ଟୁ ଅଥବା ‘ପର୍ଯ୍ୟନ୍ତ’ ସ୍କାମ୍‌ ଏବଂ ସର୍ତ୍ତମୂଳକ ଅଫରରୁ ବିରତ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ମଧ୍ୟ ସଚେତନ କରାଉଛି। ଆଗକୁ ବି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଥିବା ସମସ୍ତ ପ୍ରତିଷ୍ଠାନର ପର୍ଦ୍ଦାଫାଶ କରିବାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପ୍ରତିଶ୍ରୁତିବଦ୍ଧ ବୋଲି ସଞ୍ଜୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ମାଇଲ ଗୋଲ୍ଡର ବମ୍ପର ଅଫର, ଆକର୍ଷଣୀୟ ରିହାତି ଘୋଷଣା

ଭୁବନେଶ୍ୱର,୯।୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଶହୀଦନଗରସ୍ଥିତ ସ୍ମାଇଲ ଗୋଲ୍ଡ ଜୁଏଲର୍ସ ପକ୍ଷରୁ ‘ବମ୍ପର ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର...

ରୁଚି ଫୁଡ୍‌ଲାଇନର ନୂତନ ଟିଭିସି ଲୋକାର୍ପିତ

ଭୁବନେଶ୍ୱର,୯।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ‘ରୁଚି ଫୁଡ୍‌ଲାଇନ୍‌’ର ବହୁ ପ୍ରତୀକ୍ଷିତ ତଥା ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ବା...

ଡିସ୍‌ ଟିଭି ସ୍ମାର୍ଟ+ ସେବାର ଶୁଭାରମ୍ଭ

ଭୁବନେଶ୍ୱର,୯।୫: ଡିସ୍‌ ଟିଭି ଇଣ୍ଡିଆ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ‘ଡିସ୍‌ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri