ସଜେଇ ହେଉଛି କ୍ଷୀରନଦୀ ପୀଠ

ରସୁଲପୁର,୨୦ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ଓ ଶ୍ରୀବନ୍ତପୁର ପଞ୍ଚାୟତର ମଧ୍ୟବର୍ତ୍ତୀ ସ୍ଥଳ କ୍ଷୀର ନଦୀ ପୀଠରେ ମା’ ବିରଜା ବିଶ୍ୱରୂପା ନବକୁଣ୍ଡିୟ ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମା’ ବିରଜାଙ୍କ ନିର୍ଦ୍ଦେଶକ୍ରମେ ଭୂମିପୂଜନ ଦିବସରୁ ଆଜ୍ଞାମାଳ ଅଣାଯାଇ କାର୍ଯ୍ୟ ଚାଲିଛି। ଏପ୍ରିଲ ୨ ରୁ ୬ ତାରିଖ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମହାଯଜ୍ଞ ପାଇଁ ଯଜ୍ଞ ପଡ଼ିଆ ସଜେଇ ହୋଇଉଠିଛି। ନଠୁଆବର ଓ ଭଗୀରଥପୁର ଗାଁର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବିସ୍ତୀର୍ଣ୍ଣ ଖେଳ ପଡ଼ିଆରେ ମା’ ବିଶ୍ୱରୂପାଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ଛାଞ୍ଚ ବନ୍ଧା ଆରମ୍ଭ ହୋଇଛି। ମା’ ବିରଜାଙ୍କ ବାଲୁକା ମୂର୍ତ୍ତି ସ୍ଥାପନ ନେଇ ପ୍ରସ୍ତୁତି କରାଯାଉଛି। ଯଜ୍ଞସ୍ଥଳରେ ସାଧୁଗ୍ରାମ ସ୍ଥାପନ, ଅଖଣ୍ଡ ଅନ୍ନଯଜ୍ଞ, ମା’ ବିରଜାଙ୍କ ମାହାତ୍ମ୍ୟ, ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର ପାଇଁ ଷ୍ଟଲ୍‌ ସ୍ଥାପନ, ଅତିଥିଙ୍କ ବିଶ୍ରାମ, ଅପେକ୍ଷା ହଲ, ଶ୍ରଦ୍ଧାଳୁଙ୍କ ସୁବିଧା ସକାଶେ ଯଜ୍ଞସ୍ଥଳରେ ଉଠା ଦୋକାନ, ସାମୂହିକ ଶୌଚାଳୟ, ଯଜ୍ଞ ସ୍ଥଳରୁ ନିର୍ଗତ ବର୍ଯ୍ୟବସ୍ତୁ ପରିଚାଳନାର ସୁବନ୍ଦୋବସ୍ତ, ଯଜ୍ଞସ୍ଥଳକୁ ଭକ୍ତଙ୍କ ପ୍ରବେଶ, ପ୍ରସ୍ଥାନ ବ୍ୟବସ୍ଥା, ମୋଟର ସାଇକେଲ, ଚାରିଚକିଆ ଯାନ ଓ ପରିବହନରେ ବ୍ୟବହୃତ ଗାଡ଼ିଗୁଡିକର ପାର୍କିଂ, ସୂଚନା ଓ ପରାମର୍ଶ କେନ୍ଦ୍ର, ଗଣମାଧ୍ୟମ ପ୍ରତିନିଧିଙ୍କ ଗ୍ୟାଲେରି, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଯଜ୍ଞସ୍ଥଳକୁ ସୁରକ୍ଷିତ ରଖିବା ବ୍ୟବସ୍ଥା, ସାଧୁସନ୍ଥମାନଙ୍କ ପ୍ରବଚନ ମଞ୍ଚ ଓ ସର୍ବୋପରି ବିଶାଳ ଯଜ୍ଞ ମଣ୍ଡପରେ ୯ କୁଣ୍ଡର ବ୍ୟବସ୍ଥାକୁ ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଯାଜପୁର ଜିଲାର ୫୦ରୁ ଊର୍ଦ୍ଧ୍ୱ କାରିଗରଙ୍କ ଦ୍ୱାରା ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯାଉଛି। ଯଜ୍ଞ ପରିଚାଳନାରେ ନିୟୋଜିତ ଆଞ୍ଚଳିକ ଶ୍ରୀବିରଜା ବିଶ୍ୱାରୂପା ବିଶ୍ୱକଲ୍ୟାଣ ଯଜ୍ଞ କମିଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ତଦାରଖ କରାଯାଉଛି ବୋଲି ଯଜ୍ଞର ମୁଖ୍ୟ ପୁରୋଧା ବିରଜା ପୁତ୍ର ପୂଜ୍ୟ ସ୍ବାମୀ ଉଦୟାନନ୍ଦ ପର୍ବତ ମହାରାଜ ସୂଚନା ଦେଇଛନ୍ତି। ଏହି ଯଜ୍ଞରେ ଶୁଦ୍ଧ ଦେଶୀ ଗାଈ ଘିଅରେ ୧୮୦୦୦ ଆହୁତି ପ୍ରଦାନ କରାଯିବ। ଏଥିସହିତ ଅନନ୍ତ ମୁଖି ଭାଗବତ ପାଠ, ଧର୍ମସଭା, ରାଷ୍ଟ୍ରୀୟ ସାଧୁସନ୍ଥ ସମ୍ମିଳନୀ ଭଳି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ନେଇ ପ୍ରସ୍ତୁତି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?