ଟ୍ରାଇ କଲର୍‌ ଥିମ୍‌ରେ ସଜାନ୍ତୁ ଘର

ସ୍ବାଧୀନତା ଦିବସ ଅବସରରେ ମନରେ ଜାତୀୟତା ଭାବ ଆଣିବା ପାଇଁ କିଏ ଟ୍ରାଇ କଲର୍‌ ଥିମ୍‌ ବାଲା ପୋଷାକ ପରିଧାନ କରନ୍ତି ତ ଆଉ କିଏ ଟ୍ରାଇ କଲର୍‌ର ବିଭିନ୍ନ ଫ୍ୟାଶନ ଆସେସରିଜ୍‌କୁ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଏହି ବିଶେଷ ଦିବସ ଅବସରରେ ଘରର ସାଜସଜ୍ଜାରେ କିଛିଟା ପରିବର୍ତ୍ତନ ଆଣି ଘରକୁ ଭିନ୍ନ ଲୁକ୍‌ ଦେବା ସହ ଘରର ସଦସ୍ୟଙ୍କ ମନରେ ଦେଶପ୍ରୀତିର ଭାବନା ସୃଷ୍ଟି କରିପାରିବେ। ଯେମିତିକି…

* ଯଦି ଆପଣଙ୍କ ଘରେ ଅଦରକାରୀ ଭାବେ ମିଲ୍କସେକ୍‌ ମଗ୍‌ କିମ୍ବା କୁକିଜ୍‌ ଜାର୍‌ ଅଛି, ତେବେ ତାହାକୁ ଭଲ ଭାବେ ସଫାକରି ତ୍ରିରଙ୍ଗା ରଙ୍ଗରେ ପେଣ୍ଟିଂ କରି ସେଥିରେ ଫୁଲ ରଖି ଘରକୁ ସଜାଇପାରିବେ।

* ତ୍ରିରଙ୍ଗାର ତିନି ରଙ୍ଗକୁ ମ୍ୟାଚ୍‌ କଲା ଭଳି ଭିନ୍ନ ଭିନ୍ନ ରଙ୍ଗୀନ କାଗଜ ଆଣି ସେଥିରେ ବିଭିନ୍ନ ଡିଜାଇନ୍‌ ଫୁଲ ହେଉ ଅବା ପ୍ରଜାପତି ଶେପ୍‌ର କାଟି ତାହାକୁ କାନ୍ଥରେ ଟାଙ୍ଗି ମଧ୍ୟ ଘରକୁ ଭିନ୍ନ ଳୁକ୍‌ ଦେଇପାରିବେ।

* ପିଲାମାନଙ୍କର ଷ୍ଟଡି ଟେବୁଲ୍‌କୁ ଡେକୋରେଟ୍‌ କରିବା ସହ ତାଙ୍କ ମନରେ ତ୍ରିରଙ୍ଗା ପ୍ରତି ସମ୍ମାନ ବୃଦ୍ଧି କରିବାକୁ ଚାହୁଁଥିଲେ, ତାଙ୍କ ଷ୍ଟଡି ଟେବୁଲ୍‌ ପାଖରେ ଛୋଟ ଛୋଟ ତ୍ରିରଙ୍ଗାର ଚିତ୍ର ଲଗାଇପାରିବେ।

* ତ୍ରିରଙ୍ଗାର ତିନୋଟି ରଙ୍ଗକୁ ମ୍ୟାଚ୍‌ କଲା ଭଳି ବେଲୁନ୍‌ କିଣି ମଧ୍ୟ ଘରକୁ ସଜାଇବା ଏକ ସହଜ ଆଉ ସୁନ୍ଦର ଆଇଡିଆ।

*ବେଡ୍‌ରୁମ୍‌ର ସାଜସଜ୍ଜା ପାଇଁ ଆପଣ ଚାହିଁଲେ ନାରଙ୍ଗୀ, ଧଳା ତଥା ସବୁଜ ରଙ୍ଗର ଡୋର୍‌ ସ୍କ୍ରିନ୍‌ ଲଗାଇ ମଧ୍ୟ ରୁମ୍‌କୁ ଡେକୋରେଟ୍‌ କରିପାରିବେ।

* ସେହିପରି ଡ୍ରଇଂ ରୁମ୍‌ରେ ଥିବା ସୋଫା ହେଉ ଅବା କୁସନ୍‌ ପାଇଁ ତ୍ରିରଙ୍ଗା ରଙ୍ଗକୁ ମ୍ୟାଚ୍‌ କଲା ଭଳି ଭିନ୍ନ ଭିନ୍ନ ରଙ୍ଗର କଭର୍‌ କିଣି ମଧ୍ୟ ତାହାକୁ ଭିନ୍ନ ଲୁକ୍‌ ଦେଇପାରିବେ।

* ଛତାଦ୍ୱାରା ବି ଘରକୁ ସଜାଇହେବ। ନାରଙ୍ଗୀ, ଧଳା ଆଉ ସବୁଜ ରଙ୍ଗର କେତୋଟି ଛତା ଆଣି ତାହାକୁ ଘରର ବିଭିନ୍ନ ସ୍ଥାନରେ ଷ୍ଟାଇଲିଶ୍‌ ଭାବେ ଟଙ୍ଗାଇ ଘରକୁ ଭିନ୍ନ ଲୁକ୍‌ ଦେଇପାରିବେ।

* ଅନ୍ୟପକ୍ଷେ ଡାଇନିଂ ଟେବୁଲକୁ ମଧ୍ୟ ଟ୍ରାଇ କଲର୍‌ ଥିମ୍‌ର ସାଲାଡ୍‌ ଦ୍ୱାରା ସଜାଇ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇପାରିବେ।

* ଇଣ୍ଡୋର୍‌ ପ୍ଲାଣ୍ଟର ସଠିକ୍‌ ଯତ୍ନ ନେଲେ ଘର ପ୍ରଦୂଷଣ ମୁକ୍ତ ରହିବା ସଙ୍ଗେସଙ୍ଗେ ଘରେ ସକାରାତ୍ମକ ଊର୍ଜ୍ଜା ବଢିଥାଏ। ଏହାସହିତ ଘରକୁ ଭିନ୍ନ ଲୁକ୍‌ ବି ମିଳିଥାଏ। ତେବେ ଏହି ସ୍ବାଧୀନତା ଦିବସ ଅବସରରେ ଆପଣ ଚାହିଁଲେ ଟ୍ରାଇ କଲର୍‌ ଥିମ୍‌ର ଫୁଲକୁଣ୍ଡ ଆଣି ତାହାକୁ ଫୁଲ ଦ୍ୱାରା ସଜାଇ ପାରିବେ ନଚେତ୍‌ ସେଥିରେ କିଛିଟା ଇଣ୍ଡୋର ପ୍ଲାଣ୍ଟ ବି ଲଗାଇପାରିବେ।

* ଏସବୁ ବ୍ୟତିତ ରଙ୍ଗୋଲୀ ଦ୍ୱାରା ବି ସ୍ବାଧୀନତା ଦିବସରେ ଘରକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ଟ୍ରାଇ କଲର୍‌ ଥିମ୍‌ର ରଙ୍ଗୋଲୀରେ ଘରର ବିଭିନ୍ନ ସ୍ଥାନରେ ଖୁବ୍‌ ସୁନ୍ଦର ସୁନ୍ଦର ଝୋଟି କରି ଘରକୁ ସୁନ୍ଦର ଭାବେ ସଜାଇ ଆପଣ କାହାର ବି ମନ ସହଜରେ କିଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri