ଟ୍ରାଇ କଲର୍‌ ଥିମ୍‌ରେ ସଜାନ୍ତୁ ଘର

ସ୍ବାଧୀନତା ଦିବସ ଅବସରରେ ମନରେ ଜାତୀୟତା ଭାବ ଆଣିବା ପାଇଁ କିଏ ଟ୍ରାଇ କଲର୍‌ ଥିମ୍‌ ବାଲା ପୋଷାକ ପରିଧାନ କରନ୍ତି ତ ଆଉ କିଏ ଟ୍ରାଇ କଲର୍‌ର ବିଭିନ୍ନ ଫ୍ୟାଶନ ଆସେସରିଜ୍‌କୁ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଏହି ବିଶେଷ ଦିବସ ଅବସରରେ ଘରର ସାଜସଜ୍ଜାରେ କିଛିଟା ପରିବର୍ତ୍ତନ ଆଣି ଘରକୁ ଭିନ୍ନ ଲୁକ୍‌ ଦେବା ସହ ଘରର ସଦସ୍ୟଙ୍କ ମନରେ ଦେଶପ୍ରୀତିର ଭାବନା ସୃଷ୍ଟି କରିପାରିବେ। ଯେମିତିକି…

* ଯଦି ଆପଣଙ୍କ ଘରେ ଅଦରକାରୀ ଭାବେ ମିଲ୍କସେକ୍‌ ମଗ୍‌ କିମ୍ବା କୁକିଜ୍‌ ଜାର୍‌ ଅଛି, ତେବେ ତାହାକୁ ଭଲ ଭାବେ ସଫାକରି ତ୍ରିରଙ୍ଗା ରଙ୍ଗରେ ପେଣ୍ଟିଂ କରି ସେଥିରେ ଫୁଲ ରଖି ଘରକୁ ସଜାଇପାରିବେ।

* ତ୍ରିରଙ୍ଗାର ତିନି ରଙ୍ଗକୁ ମ୍ୟାଚ୍‌ କଲା ଭଳି ଭିନ୍ନ ଭିନ୍ନ ରଙ୍ଗୀନ କାଗଜ ଆଣି ସେଥିରେ ବିଭିନ୍ନ ଡିଜାଇନ୍‌ ଫୁଲ ହେଉ ଅବା ପ୍ରଜାପତି ଶେପ୍‌ର କାଟି ତାହାକୁ କାନ୍ଥରେ ଟାଙ୍ଗି ମଧ୍ୟ ଘରକୁ ଭିନ୍ନ ଳୁକ୍‌ ଦେଇପାରିବେ।

* ପିଲାମାନଙ୍କର ଷ୍ଟଡି ଟେବୁଲ୍‌କୁ ଡେକୋରେଟ୍‌ କରିବା ସହ ତାଙ୍କ ମନରେ ତ୍ରିରଙ୍ଗା ପ୍ରତି ସମ୍ମାନ ବୃଦ୍ଧି କରିବାକୁ ଚାହୁଁଥିଲେ, ତାଙ୍କ ଷ୍ଟଡି ଟେବୁଲ୍‌ ପାଖରେ ଛୋଟ ଛୋଟ ତ୍ରିରଙ୍ଗାର ଚିତ୍ର ଲଗାଇପାରିବେ।

* ତ୍ରିରଙ୍ଗାର ତିନୋଟି ରଙ୍ଗକୁ ମ୍ୟାଚ୍‌ କଲା ଭଳି ବେଲୁନ୍‌ କିଣି ମଧ୍ୟ ଘରକୁ ସଜାଇବା ଏକ ସହଜ ଆଉ ସୁନ୍ଦର ଆଇଡିଆ।

*ବେଡ୍‌ରୁମ୍‌ର ସାଜସଜ୍ଜା ପାଇଁ ଆପଣ ଚାହିଁଲେ ନାରଙ୍ଗୀ, ଧଳା ତଥା ସବୁଜ ରଙ୍ଗର ଡୋର୍‌ ସ୍କ୍ରିନ୍‌ ଲଗାଇ ମଧ୍ୟ ରୁମ୍‌କୁ ଡେକୋରେଟ୍‌ କରିପାରିବେ।

* ସେହିପରି ଡ୍ରଇଂ ରୁମ୍‌ରେ ଥିବା ସୋଫା ହେଉ ଅବା କୁସନ୍‌ ପାଇଁ ତ୍ରିରଙ୍ଗା ରଙ୍ଗକୁ ମ୍ୟାଚ୍‌ କଲା ଭଳି ଭିନ୍ନ ଭିନ୍ନ ରଙ୍ଗର କଭର୍‌ କିଣି ମଧ୍ୟ ତାହାକୁ ଭିନ୍ନ ଲୁକ୍‌ ଦେଇପାରିବେ।

* ଛତାଦ୍ୱାରା ବି ଘରକୁ ସଜାଇହେବ। ନାରଙ୍ଗୀ, ଧଳା ଆଉ ସବୁଜ ରଙ୍ଗର କେତୋଟି ଛତା ଆଣି ତାହାକୁ ଘରର ବିଭିନ୍ନ ସ୍ଥାନରେ ଷ୍ଟାଇଲିଶ୍‌ ଭାବେ ଟଙ୍ଗାଇ ଘରକୁ ଭିନ୍ନ ଲୁକ୍‌ ଦେଇପାରିବେ।

* ଅନ୍ୟପକ୍ଷେ ଡାଇନିଂ ଟେବୁଲକୁ ମଧ୍ୟ ଟ୍ରାଇ କଲର୍‌ ଥିମ୍‌ର ସାଲାଡ୍‌ ଦ୍ୱାରା ସଜାଇ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇପାରିବେ।

* ଇଣ୍ଡୋର୍‌ ପ୍ଲାଣ୍ଟର ସଠିକ୍‌ ଯତ୍ନ ନେଲେ ଘର ପ୍ରଦୂଷଣ ମୁକ୍ତ ରହିବା ସଙ୍ଗେସଙ୍ଗେ ଘରେ ସକାରାତ୍ମକ ଊର୍ଜ୍ଜା ବଢିଥାଏ। ଏହାସହିତ ଘରକୁ ଭିନ୍ନ ଲୁକ୍‌ ବି ମିଳିଥାଏ। ତେବେ ଏହି ସ୍ବାଧୀନତା ଦିବସ ଅବସରରେ ଆପଣ ଚାହିଁଲେ ଟ୍ରାଇ କଲର୍‌ ଥିମ୍‌ର ଫୁଲକୁଣ୍ଡ ଆଣି ତାହାକୁ ଫୁଲ ଦ୍ୱାରା ସଜାଇ ପାରିବେ ନଚେତ୍‌ ସେଥିରେ କିଛିଟା ଇଣ୍ଡୋର ପ୍ଲାଣ୍ଟ ବି ଲଗାଇପାରିବେ।

* ଏସବୁ ବ୍ୟତିତ ରଙ୍ଗୋଲୀ ଦ୍ୱାରା ବି ସ୍ବାଧୀନତା ଦିବସରେ ଘରକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ଟ୍ରାଇ କଲର୍‌ ଥିମ୍‌ର ରଙ୍ଗୋଲୀରେ ଘରର ବିଭିନ୍ନ ସ୍ଥାନରେ ଖୁବ୍‌ ସୁନ୍ଦର ସୁନ୍ଦର ଝୋଟି କରି ଘରକୁ ସୁନ୍ଦର ଭାବେ ସଜାଇ ଆପଣ କାହାର ବି ମନ ସହଜରେ କିଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୫ରୁ ଗ୍ରହଙ୍କ ଶୁଭ ସଂଯୋଗ, ଧନୁ-ମକର ସମେତ ୫ ରାଶିଙ୍କ ବଢିବ ବ୍ୟାଙ୍କ୍‌ ବାଲାନ୍ସ, ମାଲାମାଲ୍‌ ହେବେ…

ଆଜି ଶନିବାର ସନ୍ଧ୍ୟା ୪ଟା ୫୧ ମିନିଟ୍‌ରେ ବୁଧ ଏବଂ ଗୁରୁ (ବୃହସ୍ପତି) ଦୁଇ ଗ୍ରହ ୦ ଡିଗ୍ରୀରେ ଉପସ୍ଥିତ ରହିବେ। କର୍କଟ ରାଶିରେ ଏହି ଦୁଇ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri