ଜାପାନରେ ହ୍ରାସ ପାଉଛି ଜନ୍ମହାର

ଟୋକିଓ, ୭ା୩ : ଜାପାନରେ ଜନ୍ମହାର ଦ୍ରୁତ ବେଗରେ ହ୍ରାସ ପାଇଚାଲିଛି। ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ ନ କଲେ ଜାପାନ ସମ୍ପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ପରାମର୍ଶଦାତା ମାସାକୋ ମୋରି କହିଛନ୍ତି। ଜନ୍ମହାର କମୁଥିବାରୁ ସାମାଜିକ ନିରାପତ୍ତା ଓ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି ହୋଇଛି। ଜନ୍ମହାର ଏହି ଅନୁପାତରେ ଖସିଚାଲିଲେ, ଦିନେ ଦେଶ ଲୋପ ପାଇଯିବ। ଗତବର୍ଷ ଜାପାନରେ ସବୁଠୁ କମ୍‌ ଶିଶୁ ଜନ୍ମ ହୋଇଥିବା ଗତ ମାସ ୨୮ରେ ସରକାର ଘୋଷଣା କରିଥିଲେ। ଅନ୍ତର୍ଦ୍ଧାନ ପ୍ରକ୍ରିୟା ମଧ୍ୟରେ ଯେଉଁମାନେ ରହିବେ ସେମାନଙ୍କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଭୟଙ୍କର ରୋଗ ପିଲାମାନଙ୍କୁ କଲବଲ କରିବ ବୋଲି ମୋରି କହିଛନ୍ତି। ଗତବର୍ଷ ଜାପାନରେ ଯେତିକି ଶିଶୁ ଜନ୍ମ ହୋଇଥିଲେ, ତା’ର ଦୁଇଗୁଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୨୨ରେ ୮ ଲକ୍ଷରୁ ଅଧିକ ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ମୃତ୍ୟୁସଂଖ୍ୟା ଥିଲା ୧୫.୮ ଲକ୍ଷ। ଜନ୍ମହାର ବଢ଼ାଇବା ପାଇଁ ଶିଶୁ ଓ ପରିବାର ବିଭାଗରେ ବ୍ୟୟ ଦୁଇଗୁଣା କରିବାକୁ ପ୍ରଧାନମନ୍ତ୍ରୀ କିଶିଡ଼ା ନିଷ୍ପତ୍ତି ନେଇଛନ୍ତି।
ଶିଶୁ ଜନ୍ମହାର କମୁଥିବାରୁ ଜାପାନ ଜନସଂଖ୍ୟା ମଧ୍ୟ ଦ୍ରୁତ ହ୍ରାସ ପାଉଛି। ୨୦୦୮ରେ ସେଠାର ଲୋକସଂଖ୍ୟା ୧୨କୋଟି ୮୦ ଲକ୍ଷରୁ ଅଧିକ ଥିବାବେଳେ ଏବେ ତାହା ୧୨ କୋଟି ୪୬ ଲକ୍ଷକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସ୍କଙ୍କ ଅନୁପାତ ଗତବର୍ଷ ୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ଜାପାନରେ ଶିଶୁ ଜନ୍ମ ଧୀରେ ଧୀରେ କମୁନାହିଁ, ହଠାତ୍‌ ହ୍ରାସ ପାଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ଉଚ୍ଚ ସଦନର ସଦସ୍ୟା ମୋରି କହିଛନ୍ତି। ଏ ଦିଗରେ କିଛି କରା ନ ଗଲେ ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ, ଶିଳ୍ପ ଓ ଆର୍ଥିକ ସମାର୍ଥ୍ୟ ହ୍ରାସ ପାଇବ। ଦେଶକୁ ସୁରକ୍ଷା ଦେବା ଲାଗି ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ ଯଥେଷ୍ଟ ଲୋକ ମିଳିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି। ତେବେ ସନ୍ତାନ ଜନ୍ମ ବୟସ ବର୍ଗର ମହିଳାଙ୍କ ସଂଖ୍ୟା କମିଥିବାରୁ ଜନ୍ମହାର ହ୍ରାସ ରୋକିବା ସହଜ କଥା ନୁହେଁ। ଏଥିପାଇଁ ସରକାରଙ୍କୁ ଅନେକ କିଛି କରିବାକୁ ପଡ଼ିବ ବୋଲି ମୋରି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri