ଜାପାନରେ ହ୍ରାସ ପାଉଛି ଜନ୍ମହାର

ଟୋକିଓ, ୭ା୩ : ଜାପାନରେ ଜନ୍ମହାର ଦ୍ରୁତ ବେଗରେ ହ୍ରାସ ପାଇଚାଲିଛି। ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ ନ କଲେ ଜାପାନ ସମ୍ପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ପରାମର୍ଶଦାତା ମାସାକୋ ମୋରି କହିଛନ୍ତି। ଜନ୍ମହାର କମୁଥିବାରୁ ସାମାଜିକ ନିରାପତ୍ତା ଓ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି ହୋଇଛି। ଜନ୍ମହାର ଏହି ଅନୁପାତରେ ଖସିଚାଲିଲେ, ଦିନେ ଦେଶ ଲୋପ ପାଇଯିବ। ଗତବର୍ଷ ଜାପାନରେ ସବୁଠୁ କମ୍‌ ଶିଶୁ ଜନ୍ମ ହୋଇଥିବା ଗତ ମାସ ୨୮ରେ ସରକାର ଘୋଷଣା କରିଥିଲେ। ଅନ୍ତର୍ଦ୍ଧାନ ପ୍ରକ୍ରିୟା ମଧ୍ୟରେ ଯେଉଁମାନେ ରହିବେ ସେମାନଙ୍କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ। ଭୟଙ୍କର ରୋଗ ପିଲାମାନଙ୍କୁ କଲବଲ କରିବ ବୋଲି ମୋରି କହିଛନ୍ତି। ଗତବର୍ଷ ଜାପାନରେ ଯେତିକି ଶିଶୁ ଜନ୍ମ ହୋଇଥିଲେ, ତା’ର ଦୁଇଗୁଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୨୨ରେ ୮ ଲକ୍ଷରୁ ଅଧିକ ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ମୃତ୍ୟୁସଂଖ୍ୟା ଥିଲା ୧୫.୮ ଲକ୍ଷ। ଜନ୍ମହାର ବଢ଼ାଇବା ପାଇଁ ଶିଶୁ ଓ ପରିବାର ବିଭାଗରେ ବ୍ୟୟ ଦୁଇଗୁଣା କରିବାକୁ ପ୍ରଧାନମନ୍ତ୍ରୀ କିଶିଡ଼ା ନିଷ୍ପତ୍ତି ନେଇଛନ୍ତି।
ଶିଶୁ ଜନ୍ମହାର କମୁଥିବାରୁ ଜାପାନ ଜନସଂଖ୍ୟା ମଧ୍ୟ ଦ୍ରୁତ ହ୍ରାସ ପାଉଛି। ୨୦୦୮ରେ ସେଠାର ଲୋକସଂଖ୍ୟା ୧୨କୋଟି ୮୦ ଲକ୍ଷରୁ ଅଧିକ ଥିବାବେଳେ ଏବେ ତାହା ୧୨ କୋଟି ୪୬ ଲକ୍ଷକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସ୍କଙ୍କ ଅନୁପାତ ଗତବର୍ଷ ୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ଜାପାନରେ ଶିଶୁ ଜନ୍ମ ଧୀରେ ଧୀରେ କମୁନାହିଁ, ହଠାତ୍‌ ହ୍ରାସ ପାଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ଉଚ୍ଚ ସଦନର ସଦସ୍ୟା ମୋରି କହିଛନ୍ତି। ଏ ଦିଗରେ କିଛି କରା ନ ଗଲେ ଦେଶର ସାମାଜିକ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ, ଶିଳ୍ପ ଓ ଆର୍ଥିକ ସମାର୍ଥ୍ୟ ହ୍ରାସ ପାଇବ। ଦେଶକୁ ସୁରକ୍ଷା ଦେବା ଲାଗି ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ ଯଥେଷ୍ଟ ଲୋକ ମିଳିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି। ତେବେ ସନ୍ତାନ ଜନ୍ମ ବୟସ ବର୍ଗର ମହିଳାଙ୍କ ସଂଖ୍ୟା କମିଥିବାରୁ ଜନ୍ମହାର ହ୍ରାସ ରୋକିବା ସହଜ କଥା ନୁହେଁ। ଏଥିପାଇଁ ସରକାରଙ୍କୁ ଅନେକ କିଛି କରିବାକୁ ପଡ଼ିବ ବୋଲି ମୋରି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri