Posted inUncategorized

ସଂଖ୍ୟାଗରିଷ୍ଠତାରେ ମାନର ନୂ୍ୟନତା

ନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସଂଖ୍ୟାର ସଂସ୍ପର୍ଶରେ ଆସି ଜୀବନର ଗତିପଥକୁ ଭିନ୍ନଭିନ୍ନ ପରିଚୟରେ ନିବଦ୍ଧ କରିଥାଏ। କେତେବେଳେ ସଂଖ୍ୟା ମଣିଷ ପ୍ରତି ସଦୟ ହୋଇଥାଏ ତ ପୁଣି କେତେବେଳେ ସଂଖ୍ୟା ମଣିଷ ପ୍ରତି ନିର୍ଦ୍ଦୟ ହୋଇଥାଏ, ଯେଉଁଥିରେ ମଣିଷ ଜୟ ବିଜୟର ଭାଗ୍ୟ ନିର୍ଣ୍ଣୟ ହୋଇଥାଏ। ଯେତେବେଳେ ସଂଖ୍ୟାର ଗରିଷ୍ଠତାରେ ମଣିଷ ଉପବେଶନ କରିଥାଏ, ସେତେବେଳେ ସେ ନିଜକୁ ଚକ୍ରବର୍ତ୍ତୀ ସମ୍ରାଟ ଭାବି ବିଶ୍ୱର ଅଧୀଶ୍ୱର ବୋଲି ମନେକରେ, ମାତ୍ର ଯେତେବେଳେ ସଂଖ୍ୟାର ନୂ୍ୟନରେ ମଣିଷ ନିମଜ୍ଜିତ ହୁଏ, ସେତେବେଳେ ଅନେକ ଲାଞ୍ଛନା ଓ ଅସୂୟାଭାବ ମଣିଷ ପାଇଥାଏ ସମାଜ ନିକଟରୁ। ମାତ୍ର ଏହା ମଧ୍ୟ ସୁନିଶ୍ଚିତ ଯେ ସଦାବେଳେ ସଂଖ୍ୟାଗରିଷ୍ଠତା ଉପଯୁକ୍ତ ନିର୍ଣ୍ଣୟ ନେଇପାରି ନଥାଏ ବା ସଂଖ୍ୟାଗରିଷ୍ଠତା ଯେ ସବୁବେଳେ ଠିକ୍‌ କରିଥାଏ ତାହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା। ଅନେକ ସମୟରେ ସଂଖ୍ୟାନୂ୍ୟନ ମଧ୍ୟ ଉପଯୁକ୍ତ ବୁଦ୍ଧି ବିଚାର ଓ ନ୍ୟାୟୋଚିତ ନିଷ୍ପତ୍ତି ନେଇଥାଏ, ଯାହା ସମୟର ସ୍ରୋତରେ ଉଦ୍ଭାସିତ ହୋଇଥାଏ। ସଂଖ୍ୟାଗୁଡ଼ିକ ଦ୍ୱାରା ନିଷ୍ପତ୍ତି ହେଉଛି ପାର୍ଥକ୍ୟକୁ ନିୟନ୍ତ୍ରଣ କରିବାର ଏକ ବ୍ୟବହାରିକ ଉପାୟ। ଏକଚ୍ଛତ୍ରବାଦୀ ଶାସନରେ ପାର୍ଥକ୍ୟର କୌଣସି ଗୁରୁତ୍ୱ ନାହିଁ; କେବଳ ଜଣେ ବ୍ୟକ୍ତିଙ୍କ ମତ ଗଣନା କରାଯାଏ। ସାମ୍ପ୍ରତିକ ସମାଜରେ ଅନେକ କ୍ଷେତ୍ରରେ ପରିଲକ୍ଷିତ ତଥା ପ୍ରମାଣିତ ହୋଇଅଛି ଯେ ସଂଖ୍ୟାଗରିଷ୍ଠର ମତ ସମ୍ପୂର୍ଣ୍ଣ ଭୁଲ୍‌। ଏକଦା ଗାଲିଲିଓ କେବଳ ଜଣେ ବ୍ୟକ୍ତି, ଯିଏ କହିଥିଲେ ଯେ ସୂର୍ଯ୍ୟ ସ୍ଥିର, ପୃଥିବୀ ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ଘୂର୍ଣ୍ଣନ କରୁଅଛି। ମାତ୍ର ତାହା ସେତେବେଳେ ସ୍ବୀକାର କରାଯାଇନଥିଲା ଓ ସେତେବେଳେ ଗାଲିଲିଓଙ୍କୁ ଅନେକ ଅପମାନଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡ଼ିଥିଲା, ଯାହା ପରବର୍ତ୍ତୀ ସମୟରେ ସଂଖ୍ୟା ନୂ୍ୟନଙ୍କର ନିଷ୍ପତ୍ତି ଗ୍ରହଣୀୟ ହୋଇଥିଲା। ଅଦ୍ୟାବଧି ଉକ୍ତ ସତ୍ୟକୁ ଆଧାର କରି ସମାଜ ଦଣ୍ଡାୟମାନ ହୋଇଅଛି। ଏକଦା ମହାତ୍ମା ଗାନ୍ଧୀ କହିଥିଲେ, ଏକବିଂଶ ଶତାବ୍ଦୀରେ ଜଣେ ମହାନ ତଥା ଅତୁଳନୀୟ ନେତା ହେବାକୁ ଯଦି ଆବଶ୍ୟକତା ପଡେ, ତେବେ ସଂଖ୍ୟାଲଘୁ ହେବାର ଆଶଙ୍କାକୁ ସାମ୍ନା କରିବାକୁ ସାହସର ବିକାଶ କରିବାକୁ ପଡ଼ିବ। ଯଦି ଜଣେ ଅନେକ ଲୋକଙ୍କ ମଧ୍ୟରେ ଛିଡ଼ା ହେବାକୁ ଚାହାନ୍ତି, ତେବେ ସେମାନଙ୍କ ସହିତ ମିଶ୍ରଣ କରିବେ ନା ଛିଡ଼ା ହେବେ? ଅନେକଙ୍କ ମଧ୍ୟରେ ଭିଡ଼ରୁ ଛିଡ଼ା ହେବା ଅପେକ୍ଷା ସେମାନଙ୍କ ସହିତ ମିଶ୍ରଣ କରିବା ସହଜ ଉପାୟ ହୋଇଥାଏ। ମିଥ୍ୟା ସହିତ ଦୌଡ଼ିବା ଅତି ସହଜ। ବିଶେଷତଃ ଯେତେବେଳେ ସଂଖ୍ୟାଗରିଷ୍ଠତା ଏହା ସହିତ ଧାବମାନ କରିଥାଏ। କିନ୍ତୁ ସତ୍ୟ ସହିତ ଏକା ଦୌଡିବା ଅନେକ କଷ୍ଟ ହୋଇଥାଏ ଓ ଏଥିରେ ଲାଞ୍ଛନା ଅନେକ ସହ୍ୟ କରିବାକୁ ହୋଇଥାଏ, ମାତ୍ର ତାହା ନୂ୍ୟନ ହୋଇ ନଥାଏ। ସମୟକ୍ରମେ ଉକ୍ତ ସଂଖ୍ୟାଗରିଷ୍ଠତା ନୂ୍ୟନ ହୋଇପାରେ, ମାତ୍ର ସତ୍ୟର ଏକାନ୍ତ ନିଷ୍ପତ୍ତି ସମୟକ୍ରମେ ଗରିଷ୍ଠ ହୋଇଥାଏ। ତେଣୁ ଅନେକ ଭୁଲ୍‌ ବ୍ୟକ୍ତି ସହିତ ଛିଡା ହେବା ଓ ଭୁଲ ହେବା ଅପେକ୍ଷା, ଏକାକୀ ସତ୍ୟ ଓ ନ୍ୟାୟ ସହିତ ଛିଡ଼ା ହେବା ବରଂ ଭଲ। ଅନେକ ଲୋକ ଭୁଲ୍‌ ଥିବାବେଳେ ଜଣେ ବ୍ୟକ୍ତି ଠିକ୍‌ ହେବା ସମ୍ଭବ ବୋଲି ବିଚାର ଲାଗୁ ନଥିଲେ ମଧ୍ୟ ତାହା ନୀତି ଓ ନିୟମର ସ୍ପଷ୍ଟ ଚିତ୍ର ହୋଇଥାଏ। ମଣିଷର କୌଣସି ନିଷ୍ପତ୍ତି ନେବାରେ ସର୍ବଦା ନିଜକୁ ସଂଖ୍ୟାଗରିଷ୍ଠତା ସହିତ ଠିଆ ହେବାର ଅଭ୍ୟାସରେ ବିରାମ ଦେବା ଆବଶ୍ୟକ, ଯାହା ସଂଖ୍ୟାଗରିଷ୍ଠତା ସର୍ବଦା ଠିକ୍‌ ନୁହେଁ। ଆକାଶରେ ଗୋଟିଏ ଚନ୍ଦ୍ର ସମଗ୍ର ବିଶ୍ୱକୁ ଆଲୋକିତ କରୁଥିବା ବେଳେ ସଂଖ୍ୟାଗରିଷ୍ଠତାର ତାରାମାନେ କେବଳ ଆକାଶର ଶୋଭା ବର୍ଦ୍ଧନ କରିଥାନ୍ତି। ମାତ୍ର ପୃଥିବୀକୁ ଆଲୋକିତ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି।

ମହାଭାରତ ଯୁଦ୍ଧରେ କୌରବ ପକ୍ଷରେ ସଂଖ୍ୟାଗରିଷ୍ଠ ଯୋଦ୍ଧା ଓ ସେନା ଥିଲାବେଳେ ପାଣ୍ଡବ ପକ୍ଷରେ କେବଳ ନୂ୍ୟନତମ ଯୋଦ୍ଧା ଓ ସେନା ରହିଥିଲେ, ହେଲେ ପରିଶେଷରେ ସଂଖ୍ୟାଗରିଷ୍ଠତା ସେଠାରେ ନୂ୍ୟନ ହୋଇ ସଂଖ୍ୟା ନୂ୍ୟନ ନିକଟରେ ନୂ୍ୟନ ହୋଇଗଲା। ରାମାୟଣରେ ରାବଣଙ୍କର ଅସଂଖ୍ୟ ସେନା ଓ ଯୋଦ୍ଧା ଥିଲେ ମଧ୍ୟ ରାମଚନ୍ଦ୍ରଙ୍କର ସାମାନ୍ୟ ସୈନ୍ୟ ନିକଟରେ ପରାସ୍ତ ହୋଇଥିଲେ। ଏଠାରେ ସଂଖ୍ୟାଗରିଷ୍ଠତା ଯେ ଉପଯୁକ୍ତ ନିର୍ଣ୍ଣୟର ଅଧିକାରୀ ତାହା ଭୁଲ୍‌ ବୋଲି ପ୍ରମାଣିତ ହୋଇଥାଏ। ସାମ୍ପ୍ରତିକ ସମାଜରେ ଗଣତାନ୍ତ୍ରିକ ପଦ୍ଧତିରେ ସଂଖ୍ୟାଗରିଷ୍ଠତାକୁ ଚାରୋଟି ସ୍ତମ୍ଭରେ ବିଭକ୍ତ କରାଯାଇଥାଏ, ଯାହା ସରଳ, ସମ୍ପୂର୍ଣ୍ଣ, ବିଶେଷ ଓ ପ୍ରଭାବଶାଳୀ ସଂଖ୍ୟାଗରିଷ୍ଠତା। ଏହା ନିଶ୍ଚିତ ଯେ ସଂଖ୍ୟାଗରିଷ୍ଠତା ହୁଏତ ଆଇନର ପରିଧି ମଧ୍ୟରେ ସିଦ୍ଧାନ୍ତକୁ ସହମତି ଦେଇପାରେ, ମାତ୍ର ଧାର୍ମିକ ଓ ସାମାଜିକ ଜୀବନ କ୍ଷେତ୍ରରେ ତାହା ପରାସ୍ତ ହୋଇଥାଏ। କାରଣ ସଂଖ୍ୟା ନୂ୍ୟନର ମତ ବା ସିଦ୍ଧାନ୍ତ ସଦାବେଳେ ଯେ ନୂ୍ୟନ ତାହା ବିବେଚନା କରିବା ଭୁଲ୍‌। ନିଷ୍ପତ୍ତି ଓ ସିଦ୍ଧାନ୍ତ ପରିସ୍ଥିତି ଓ ପରିବେଶର ଆବଶ୍ୟକତା ତଥା ସାମୂହିକ ସାର୍ଥକୁ ଆଲିଙ୍ଗନ କରିଥାଏ, ଯେଉଁଥିରେ ନିହିତ ଥାଏ ବିବେକର ଅନ୍ତର୍ଦାହ। ସମାଜରେ ଅନେକ କ୍ଷେତ୍ରରେ ଦୃଶ୍ୟମାନ ହୋଇଥାଏ ଯେ ଗଣ ନିଷ୍ପତ୍ତି ହେଉଛି ସର୍ବୋଚ୍ଚ ନିଷ୍ପତ୍ତି ଓ ଜଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଅଗ୍ରାହ୍ୟ ବୋଲି ସିଦ୍ଧ ହୋଇଥାଏ। ସେଠାରେ ଗଣଙ୍କର ଅହଙ୍କାର ଓ ଆତ୍ମବଡିମା ନିର୍ଦ୍ଦେଶ ଦେଇଥାଏ ଯେ, ଆମେ ସଂଖ୍ୟାଗରିଷ୍ଠ ନିଷ୍ପତ୍ତି ନେଇଛୁ ତାହା ସ୍ବୀକାର କରିବାକୁ ପଡ଼ିବ ଓ ତାହା ଭୁଲ୍‌ ବା ଅନୁଚିତ ହୋଇଥିଲେ ମଧ୍ୟ ଗ୍ରହଣୀୟ କରିବା ପାଇଁ ବାଧ୍ୟ କରାଯାଏ। ସଂଖ୍ୟାଗରିଷ୍ଠ ମଧ୍ୟରୁ ମଧ୍ୟ ଯଦି କିଏ ସେଥିରେ ଦ୍ୱିମତ ରଖିଥାଏ ତେବେ ସେ ବିଦ୍ରୋହୀ ବୋଲି ପ୍ରମାଣିତ ହୋଇ ସଂଖ୍ୟାଗରିଷ୍ଠ ସଦସ୍ୟରୁ ବିତାଡିତ ହୋଇଥାଏ, ବାକ୍‌ ସାଧୀନତା ସେଠାରେ ହୋଇଥାଏ ବାକ୍‌ରୁଦ୍ଧର ଅଭିନୟ।

ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରାଯିବା ଆବଶ୍ୟକ, କିନ୍ତୁ ସଂଖ୍ୟାଲଘୁଙ୍କୁ ମଧ୍ୟ ଉଚିିତ ସମ୍ମାନ ଦିଆଯିବା ବିଧେୟ। କାରଣ ଗଣତନ୍ତ୍ରରେ ଅତ୍ୟାଚାର ଏକଚ୍ଛତ୍ରବାଦୀ ଶାସନକୁ ରୋକିବା ଅତ୍ୟନ୍ତ ଜରୁରୀ। ଯଦି ଏକ ପଦ୍ଧତି କେବଳ ସଂଖ୍ୟାଗରିଷ୍ଠତାକୁ ସମ୍ମାନ କରେ, ତେବେ ସଂଖ୍ୟାଗରିଷ୍ଠତାର ଅତ୍ୟାଚାରରେ ସଂଖ୍ୟାଲଘୁ ଶିକାର ହୋଇଥାନ୍ତି। ନିଷ୍ପତ୍ତି ଗ୍ରହଣକାରୀ ଦଳର କାର୍ଯ୍ୟକାରିତା ମୁଖ୍ୟତଃ ସେମାନଙ୍କର ଏକୀକରଣ ଓ ସୂଚନାର ଦକ୍ଷତା ଉପରେ ନିର୍ଭର କରେ। ଫଳସ୍ବରୂପ, ଅଧିକାଂଶ ସମୟରେ ଅନେକ ନିଷ୍ପତ୍ତି ଉନ୍ନତମାନର ନିଷ୍ପତ୍ତି ହୋଇଥିବା ବେଳେ ସଂଖ୍ୟା ଗରିଷ୍ଠତାର ଅହମିକାରେ କେତେକ ନୂ୍ୟନ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଥାଏ, ଯାହା ଜନସାଧାରଣ ସ୍ବୀକାର କରିବାକୁ ଗଣତନ୍ତ୍ରରେ ବାଧ୍ୟ ହୋଇଥାନ୍ତି। ଉନ୍ନବିଂଶ ଶତାବ୍ଦୀର ଫ୍ରାନ୍ସର ରାଜନୈତିକ ଚିନ୍ତକ ଆଲେକ୍ସସ ଡି ଟୋକ୍କିଭିଲ ତାଙ୍କ ପୁସ୍ତକ ଆମେରିକାର ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାର ଅତ୍ୟାଚାର ବିଷୟରେ ନିଖୁଣ ଭାବରେ ଚେତାବନୀ ଦେଇଥିଲେ ଯେ, ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାର ଯେତିକି ଗୁରୁତ୍ୱ ସଂଖ୍ୟାନୂ୍ୟନକୁ ମଧ୍ୟ ଉପଯୁକ୍ତ ମତକୁ ଉଚିତ ସମ୍ମାନ ଦେବା ବିଧେୟ। ତାଙ୍କ କହିବାନୁସାରେ, ସଂଖ୍ୟାଗରିଷ୍ଠତାର ମତ ଏକ ଭୟଙ୍କର ଶକ୍ତି ହୋଇପାରେ, ଯାହା ସଂଖ୍ୟାଲଘୁମାନଙ୍କୁ ନୀରବ କରି ଚିନ୍ତା ଓ ଅଭିବ୍ୟକ୍ତିର ସ୍ବାଧୀନତାକୁ ପ୍ରଭାବିତ କରିଥାଏ। ଏହି ଧାରଣା ସମ୍ପ୍ରତି ଏକ ପରୀକ୍ଷଣରେ ଛିଡା ହୋଇଛି, ଯାହା ବର୍ତ୍ତମାନର ସମାଜରେ ଅନେକ ବିବାଦ ଓ ବିଶୃଙ୍ଖଳାକୁ ପ୍ରୋତ୍ସାହନ ଦେଉଅଛି। ଅନେକ ସମୟରେ ଅନେକ ନିଷ୍ପତ୍ତି ଯେଉଁଠାରେ ସଂଖ୍ୟାଗରିଷ୍ଠତାର ନିଷ୍ପତ୍ତି ନିଶ୍ଚିତ ଭାବରେ ‘ଠିକ୍‌’ କିମ୍ବା ‘ନ୍ୟାୟ’ ନିଷ୍ପତ୍ତି ସହିତ ସମାନ ହୋଇନଥାଏ, ସେଠାରେ ତଥାପି ଉକ୍ତ ନିଷ୍ପତ୍ତି କାର୍ଯ୍ୟ କରିଥାଏ, ଯାହା ଥାଏ ଅନୈତିକ ଛାୟା ଶକ୍ତି। ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ପ୍ରମାଣ ଅଭାବରୁ ଯେପରି ନ୍ୟାୟାଳୟରୁ ନିର୍ଦ୍ଦୋଷ ହୋଇ ନିଜର ଅପକର୍ମକୁ ପୁନଃ ସଞ୍ଚାଳିତ କରେ, ଠିକ୍‌ ସେହିପରି ସଂଖ୍ୟାଗରିଷ୍ଠତା ଗରିଷ୍ଠ ନିଷ୍ପତ୍ତି ନେବାରେ ଯେତେବେଳେ ଅସହାୟ ହୁଏ, ସେତେବେଳେ ତାହା ବିପଥଗାମୀ ହୋଇଥାଏ।
ଅତଏବ ନୈତିକତା, ଆଦର୍ଶ, ସାଭିମାନ, ଉଚିତ ଆଦି ମାନରେ ବିଚାରର ନିରପେକ୍ଷ ନିଷ୍ପତ୍ତି ସଂଖ୍ୟାଗରିଷ୍ଠତାର ମାନ ଉପରେ ଆଧାର କରିବା ଉଚିତ, ଯେଉଁଠି ପ୍ରକୃତ ବିଚାରଧାରା ଓ ସାମୂହିକ ସାର୍ଥର ନିଷ୍ପତ୍ତି ନୂ୍ୟନ ନ ହୋଇ ସଂଖ୍ୟାଲଘୁର ଶକ୍ତି ଦାରା ପ୍ରସ୍ତାବିତ ହୋଇଥିଲେ ମଧ୍ୟ ତାହା ବିଚାରକୁ ଗ୍ରହଣ କରିବା ଓ କାର୍ଯ୍ୟକାରୀ କରିବା ଏକାନ୍ତ ବାଞ୍ଛନୀୟ।

ସହାୟକ ନିର୍ଦ୍ଦେଶକ, ଜାତୀୟଅଭିଲେଖାଗାର,
ଭାରତ ସରକାର, ୟୁନିଟ୍‌ ୪, ଭୁବନେଶ୍ୱର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?