ନିଷ୍ପତ୍ତି ଥିଲା ଠିକ, ପ୍ରତ୍ୟାବର୍ତ୍ତନ ବ୍ୟତୀତ ନ ଥିଲା ଅନ୍ୟ ବିକଳ୍ପ…

ଓ୍ବାଶିଂଟନ,୧।୯: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଠିକ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ଯୁଦ୍ଧକୁ ଆଉ ବଢ଼ାଯିବାର ଆବଶ୍ୟକତା ନ ଥିଲା। ଆମେରିକାର ହିତ କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବାଇଡେନ୍‌ କହିଛନ୍ତି। ତେବେ ଆମେରିକା ମିଶନ ସଫଳ ରହିଥିବା ବାଇଡେନ୍‌ କହିଛନ୍ତି। ଆଫଗାନିସ୍ତାନରେ ଆମେରିକା ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିଛି। ଏହି ଅଭିଯାନ ଦେଶ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି।

ଆଫଗାନିସ୍ତାନରେ ଆମେରିକା ସୈନ୍ୟ ବାହିନୀ ଯାହା କରିଛନ୍ତି ତାହା ଅତ୍ୟନ୍ତ ଗୌରବର ବିଷୟ। ସୈନ୍ୟ ବାହିନୀ ସେଠାରେ ଥିବାବେଳେ ଶାନ୍ତି ପ୍ରତିଷ୍ଠା ହୋଇ ପାରିଥିଲା। ମୁଁ ଏହି ନିଷ୍ପତ୍ତି ପାଇଁ ସମ୍ପୂର୍ଣ୍ଣ ଦାୟୀ। କିଛି ଲୋକ ପୂର୍ବରୁ ଏହି ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ମୁଁ ଏହା ସହ ସହମତ ନୁହେଁ। ଯଦି ଏହା ପୂର୍ବରୁ ହୋଇଥାନ୍ତା ତେବେ ବିଶୃଙ୍ଖଳା ବ୍ୟାପିଥାନ୍ତା ଏବଂ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଥାନ୍ତା। ଚ୍ୟାଲେଞ୍ଜ୍‌ ଏବଂ ଧମକ ବିନା ସ୍ଥାନାନ୍ତର ସମ୍ଭବ ହୋଇ ପାରି ନ ଥାନ୍ତା ବୋଲି ବାଇଡେନ୍‌ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଯିଏ ଆମେରିକାର କ୍ଷତି କରିବାକୁ ଚେଷ୍ଟା କରିବ ଅବା ଆମ ସହଯୋଗୀଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ କଳାପରେ ଲିପ୍ତ ହେବ, ଏହାକୁ ଆମେରିକା ସହ୍ୟ କରିବ ନାହିଁ। ଆମେ ତାଙ୍କୁ କ୍ଷମା କରିବୁ ନାହିଁ କି ଭୁଲି ପାରିବୁ ନାହିଁ। ସେମାନଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ। ଇତିମଧ୍ୟରେ ୧ ଲକ୍ଷ ୨୫,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଆମେ ଆଫଗାନିସ୍ତାନ ଅଭିଯାନ ପାଇଁ ୩ ଲକ୍ଷ ସୈନ୍ୟଙ୍କୁ ପ୍ରସ୍ତୁତ କରିଥିଲୁ। ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଅନେକ ଘଟଣା ଘଟିଛି। ଆମେ ସେଠାରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛୁ। ମୁଁ ଯୁଦ୍ଧକୁ ବଢ଼ାଇବାକୁ ଚାହୁଁ ନ ଥିଲି। ତେଣୁ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଇଡେନ୍‌ କହିଛନ୍ତି।

ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘନି ଦେଶ ଛାଡି ପଳାଇଥିଲେ। ଘନିଙ୍କ ପଳାୟନ ଯୋଗୁ ଆଫଗାନିସ୍ତାନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଆମେ ଚୀନ ଠାରୁ କଡ଼ା ଆହ୍ବାନ ସମ୍ମୁଖୀନ ହେଉଛୁ। ସେହିପରି ରୁଷିଆ ମଧ୍ୟ ଚ୍ୟାଲେଞ୍ଜ ପ୍ରଦାନ କରିଛି। ଆଫଗାନିସ୍ତାନରେ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମେ ଚାହୁଁ ନାହୁଁ ବୋଲି ବାଇଡେନ୍‌ କହିଛନ୍ତି।

ଆମର ବୈଦେଶିକ ନୀତି ଦେଶର ସ୍ବାର୍ଥରେ ରହିବା ଉଚିତ। ଆଫଗାନିସ୍ତାନ ଲୋକଙ୍କୁ ସାହାଯ୍ୟ କରିବାକୁ, ମହିଳା, ଶିଶୁ ଏବଂ ମାନବିକ ଅଧିକାର ପାଇଁ ଆମେ ସର୍ବଦା ପ୍ରସ୍ତୁତ ରହିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri