ନିୟମିତ ଯାଞ୍ଚ ପାଇଁ ନିଷ୍ପତ୍ତି

ଦେବଗଡ଼,୨।୧୧(ଡି.ଏନ.ଏ):  ଦେବଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲା ସଡକ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ଆନୁକୂଲ୍ୟରେ ତଥା ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଏସ୍‌ପି ଅଙ୍କୁର ମଲ୍ଲିକ, ଏମ୍‌ଭିଆଇ ଗୋଲାପ ହାଁସଦା, ଟ୍ରାଫିକ୍‌ ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଧନୁର୍ଜୟ ମହନ୍ତ, ଜିଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରା, ଜିଲା ଅବକାରୀ ଅଧୀକ୍ଷକ କରୁଣାଶଙ୍କର ତିୱାରୀ, ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଏନ୍‌ଏଚ୍‌ଏଆଇ କେନ୍ଦୁଝର ଓ ରାଉରକେଲାର ଅଧିକାରୀ, ସଡକ ସୁରକ୍ଷା କମିଟି ସଦସ୍ୟ ସିଦ୍ଧାର୍ଥ ଗୁରୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଦୁର୍ଘଟଣା ଏଡାଇବା ନିମନ୍ତେ ରାସ୍ତାଘାଟ ମରାମତି, ରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ, ହେଲମେଟ ବ୍ୟବହାର ପାଇଁ ଗୁରୁତ୍ୱାରୋପ ଓ ପୋଲିସ-ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଞ୍ଚଳିକ ପରିବହନ ବିଭାଗର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରୁଦ୍ର ପ୍ରସାଦ ଭଞ୍ଜ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା, କଲ୍ୟାଣ ମଣ୍ଡପ କାର୍ଯ୍ୟର ସମୀକ୍ଷା କଲେ ଉପଜିଲାପାଳ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ ଗୁରୁବାର ସନ୍ଧ୍ୟାରେ ଯୋଡାଠାରେ ଥିବା କଲ୍ୟାଣ ମଣ୍ଡପ ଓ ରଣାଶାଳ ଘାଟିଠାରୁ ବାଂଶପାଣି ରାସ୍ତାର...

ପାରିବାରିକ କଳହରୁ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା

ପରଜଙ୍ଗ,୧୮।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସାନମସମସା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛନ୍ତି ମଦ୍ୟପ...

ଯୁବକଙ୍କୁ ଘେରିଗଲେ ୩ ଭାଲୁ: ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଧର୍ମଗଡ଼ ବ୍ଲକ ଅଧୀନ ବଡ଼ଘୁମର ଗ୍ରାମର...

ସାନଭାଇ ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା

କାଳିଆପାଣି,୨୯ା୭(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦେଓଗଁା ଅଶୋକଝର ଗାଁରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ମଦ ନିଶାରେ ଗାଁର...

ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ: ମହିଳାଙ୍କ ଧାରଣା

ବାଲିକୁଦା,୧।୨(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ପଞ୍ଚାୟତର ବଡ ଅସିଲୋ ଗ୍ରାମର ବିଭିନ୍ନ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ...

ସାପ କାମୁଡ଼ାରେ ନବବିବାହିତାଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୩ା୭: ବିଷାନ୍ତ ସାପ କାମୁଡ଼ାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ନବବିବାହିତାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଗଡ଼ ଥାନା ଅଧୀନ ଦଳପତିନଗରର ବିପଦ...

ଜମି ଅଧିଗ୍ରହଣରେ ଚଞ୍ଚକତା

ବାଲିଆପାଳ,୪।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ରେଳ ରାସ୍ତା ପାଇଁ ଚଞ୍ଚକତା କରାଯାଇ ଜମି ଅଧିଗ୍ରହଣ କରାଯାଇଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ...

ମହାନଦୀ ପାରି ହେବାବେଳେ ବୁଡି ଗଲା ଡଙ୍ଗା: ପହଁରି ପହଁରି କୂଳରେ ଲାଗିଲେ ଶ୍ରମିକ

ମହାକାଳପଡା,୧୯।୬(ଡି.ଏନ୍‌.ଏ)-କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ରାମନଗର ପିତାପାଟ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମହାନଦୀ ପାରି ହୋଇ ପାରାଦୀପକୁ କାମ କରିବାକୁ ଯାଉଥିବାବେଳେ...

Advertisement
Archives

Model This Week