ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼,୨ା୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ଭାଜପା। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଚାଲୁ ରହିବ। ସମସ୍ତ ଦୋକାନ ବଜାର ସହ ଗାଡ଼ମୋଟର ମଧ୍ୟ ବନ୍ଦ ରହିଛି। କେବଳ ପରୀକ୍ଷା ଦେଇ ଯାଉଥିବା ଛାତ୍ରୀଛାତ୍ରଙ୍କ ଗାଡ଼ି ଏବଂ ଜରୁରିକାଳୀନ ସେବାକୁ ଏଥରୁ ବାଦ୍‌ ଦିଆଯାଇଛି। କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାୟକ ଭାଜପା କର୍ମୀଙ୍କ ସହ ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ତିଲେଇବଣୀ ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ରବିବାର ଭୁବନେଶ୍ୱରରୁ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର ୨ ଜଣ ସମର୍ଥକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ଆସନ୍ତା ୭ ତାରିଖ ପରବର୍ତ୍ତୀ ଶୁଣାଣି କରାଯିବ କହିଛନ୍ତି କୋର୍ଟ। ଅନ୍ୟପଟେ ବିଧାୟକଙ୍କ ଅଭିଯୋଗକୁ ଅଣଦେଖା କରାଯାଇ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଭାଜପା ପ୍ରତିବାଦ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀପଲ ଭାଙ୍ଗିଲେ ୨ ଘର

ବଡ଼ସାହି,୨୫ା୧୧(ସ୍ବ.ପ୍ର.)-ନୀଳଗିରି ବନାଞ୍ଚଳକୁ ଯିବା ବାଟରେ ଝାଡଖଣ୍ଡ ହାତୀପଲ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲ୍ଳକ ଜଙ୍ଗଲତଳି ଇଲାକାରେ ଉପଦ୍ରବ ଚଳାଇଛନ୍ତି। ରବିବାର ବିଳମ୍ବିତ ରାତିରେ ସେମାନେ ଭୀମଦା...

ଶୋଇଥିବାବେଳେ ଜଳିଗଲା କାର୍‌, ଦୁଇଟି ବାଇକ, ସ୍କୁଟି

ରାଉରକେଲା ଅଫିସ, ୩୦।୧୨: ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲାର ବାସନ୍ତୀ କଲୋନି ଏଲ-୫୭(ଫେଜ -୧) ଘରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କାର, ଦୁଇଟି ମୋଟର ବାଇକ,...

୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଜୟପୁର,୫।୧୨(ଡି.ଏନ.ଏ.): କୋରାପୁଟ ଜିଲା ଜୟପୁର ବ୍ଲକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ...

ଶେରଗଡ଼ ବ୍ଲକର ସମସ୍ତ ପଞ୍ଚାୟତରେ ଖୋଲିଲା କୋଭିଡ୍‌ କେୟାର ହୋମ୍‌ : ପ୍ରତି ପଞ୍ଚାୟତରେ ରହିଛି ୧୦ଜଣଙ୍କ ପାଇଁ ବ୍ୟବସ୍ଥା

ଶେରଗଡ଼,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ୨୨ଟି ପଞ୍ଚାୟତକୁ ନେଇ ଗଠିତ। କରୋନା ମୁକିବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁସବୁ ନିର୍ଦ୍ଦେଶନାମା ରହିଛି ତାକୁ...

ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ:ଏଟିଏମ୍‌ ଓ ଆଧାର କାର୍ଡରୁ ମିଳିଲା ପରିଚୟ

ଚଣ୍ଡିଖୋଲ(ଡି.ଏନ୍‌.ଏ)/ବାଲିଚନ୍ଦ୍ରପୁର(ସ୍ବ.ପ୍ର.),୨୭।୮-ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଗୋଳନ୍ଥରା ରେଳଧାରଣା ପାର୍ଶ୍ୱରୁ ମଙ୍ଗଳବାର ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପକେଟରୁ ମିଳିଥିବା ଏଟିଏମ୍‌ ଓ...

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା...

ଆଜି ରାଜ୍ୟରେ ୫୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୮୩ ଜଣ...

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍‌ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ

ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର...

Advertisement
Archives

Model This Week