ଆକ୍ରମଣ ଜୋର୍‌ଦାର: ଇରାନ୍‌ରେ ମୃତ୍ୟୁସଂଖ୍ୟା ୫୫୫

ତେହରାନ୍‌, ୨ା୩: ଇରାନ୍‌ରେ ଆମେରିକା ଓ ଇସ୍ରାଏଲ୍‌ ସୋମବାର ଜୋର୍‌ଦାର ଆକ୍ରମଣ କରିଥିବାବେଳେ ମୃତ୍ୟୁସଂଖ୍ୟା ୫୫୫ରେ ପହଞ୍ଚିଥିବା ଇରାନୀୟ ରେଡ୍‌ କ୍ରିସେଣ୍ଟ ସୋସାଇଟି ପକ୍ଷରୁ କୁହାଯାଇଛି। ଏହାର ଜବାବରେ ଇରାନ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଥିବା ଇସ୍ରାଏଲ୍‌ ଓ ଆମେରିକାର ସାମରିକ ବେସ୍‌ ଉପରେ ଆକ୍ରମଣ କରିଛି। ସୋମବାର ସକାଳେ ଇରାନର ଫାର୍ସ ପ୍ରଦେଶରେ ଆକ୍ରମଣ ଘଟି ଅନୂ୍ୟନ ୩୫ ଜଣ ନିହତ ହୋଇଥିବାବେଳେ ତେହରାନର ନିଲୁଫାର ସ୍କୋୟାରରେ ୨୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି। ସାନାନ୍ଦଜ ସହରରେ ବହୁ ବିଲ୍ଡିଂ ଧ୍ୱଂସ ହୋଇଥିବାବେଳେ ଅତିକମ୍‌ରେ ୨ ଜଣ ପ୍ରାଣ ହରାଇଥିବା ଫାର୍ସ ନ୍ୟୁଜ୍‌ ଏଜେନ୍ସି କହିଛି। ସହରର ବିଭିନ୍ନ ସ୍ଥାନରେ ଆମେରିକା ଏବଂ ଇସ୍ରାଏଲୀ ସେନା ୬ଟି ମିଶାଇଲ୍‌ ମାଡ଼ କରିଥିଲେ। ଇରାନର କେନ୍ଦ୍ରୀୟ ସହର କେର୍ମାନଶାହସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ବିଲ୍ଡିଂଗୁଡ଼ିକରୁ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଛି। ଆମେରିକା ଏବଂ ଇସ୍ରାଏଲ୍‌ ରବିବାର ଇରାନ୍‌ର ନାତାଞ୍ଜ ଆଣବିକ ସ୍ଥଳକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ କରିଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)କୁ ଇରାନ ରାଷ୍ଟ୍ରଦୂତ ରେଜା ନଜାଫି ଜଣାଇଛନ୍ତି।
ଲେବାନନ୍‌ ରାଜଧାନୀ ବେରୁଟ୍‌ରେ ଇସ୍ରାଏଲ୍‌ ଯୁଦ୍ଧବିମାନରୁ ବୋମାମାଡ଼ କରାଯିବାରୁ ୩୧ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୯ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ହାଇଫାସ୍ଥିତ ସାମରିକ ଘାଟିରେ ହେଜ୍‌ବୋଲ୍ଲା ଡ୍ରୋନ୍‌ ଏବଂ ରକେଟ୍‌ ଆକ୍ରମଣ କରିବାରୁ ଏହାର ଜବାବରେ ଇସ୍ରାଏଲ୍‌ ବେରୁଟ୍‌ରେ ଆକ୍ରମଣ କରିଛି। ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟାର ଜବାବରେ ତେହରାନ୍‌ ସମର୍ଥତ୍ତ ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ଇସ୍ରାଏଲ୍‌ର ସାମରିକ ଘାଟିକୁ ଟାର୍ଗେଟ କରିଥିଲା ବୋଲି କହିଛି। ହେଜ୍‌ବୋଲ୍ଲାକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍‌ କାଟ୍‌ଜ କହିଛନ୍ତି। ଯିଏ ଖାମେନେଇଙ୍କ ପଥ ଅନୁସରଣ କରିବ ତାଙ୍କର ଅନୁରୂପ ଦଶା ହେବ ବୋଲି କାଟ୍‌ଜ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri