ହାଟ ମଝିରେ ସତ୍କାର

ବିଶୋଇ, ୭।୧୧(ଡି.ଏନ.ଏ.): ଜମି ବିବାଦକୁ କେନ୍ଦ୍ର କରି ଅନ୍ତିମ ସଂସ୍କାର କରାଇ ନ ଦେବାରୁ ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତଦେହ ୨୪ ଘଣ୍ଟା ପଡ଼ିରହିଲା। ଶେଷରେ ପୋଲିସ ଫୋର୍ସ ଉପସ୍ଥିତିରେ ସାପ୍ତାହିକ ହାଟ ମଝିରେ ଶବସତ୍କାର କରାଯାଇଛି। ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଓଷାଡ଼ଲା ଗ୍ରାମରେ ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି।
ଓଷାଡ଼ଲା ଗ୍ରାମରେ ରହୁଥିବା ହେଜଲ ନାଏକ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଇନ୍ଦିରାଆବାସ ଘରେ ଦୀର୍ଘ ବର୍ଷ ଧରି ଏକାକି ରହି ଆସୁଥିଲେ। ଶୁକ୍ରବାର ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ପରଲୋକ ହୋଇଥିଲା। ଗ୍ରାମବାସୀଙ୍କ ସହାୟତାରେ ହେଜଲ ରହୁଥିବା ଏହି ବାସସ୍ଥାନ ପରିସରରେ ଶବ ସତ୍କାର ପାଇଁ ଯୋଜନା ଚାଲିଥିଲା।

ଉକ୍ତ ସ୍ଥାନରେ ଗାତ ଖୋଳା ଚାଲିଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ହେଜଲ ରହୁଥିବା ଘରର ଜମିଟି ଉକ୍ତ ବ୍ୟକ୍ତିଙ୍କ ପୈତୃକ ଜମି ହୋଇଥିବା ଯୋଗୁ ସେ ଏହାକୁ ବାରଣ କରିଥିଲେ। ଫଳରେ ଏହାକୁ ନେଇ ଶୁକ୍ରବାର ରାତିତମାମ ଉତ୍ତେଜନା ଦେଖାଯାଇଥିଲା। ଶନିବାର ସକାଳୁ ମୃତ ହେଜଲଙ୍କ ସମ୍ପର୍କୀୟ ନାତୁଣୀ ଓ ଗ୍ରାମ ଲୋକେ ଏନେଇ ବିଶୋଇ ଥାନାକୁ ଖବର ଦେବାରୁ ପୋଲିସ ଫୋର୍ସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ବୁଝାଶୁଝା କରିଥିଲେ। ସେ ରାଜି ନ ହେବାରୁ ଅନ୍ୟ କୌଣସି ଉପାୟ ନ ପାଇ ହେଜଲଙ୍କ ପ୍ରଥମ ସ୍ବାମୀଙ୍କ ଜମି ଥିବା ଓଷାଡ଼ଲା ସାପ୍ତାହିକ ହାଟ ହେଉଥିବା ସ୍ଥାନରେ ଅନ୍ତିମ ସଂସ୍କାର ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ସର୍ବସାଧାରଣ ସ୍ଥାନରେ ମୃତଦେହ ପୋତିବାକୁ ନେଇ ବିରୋଧ ସତ୍ତ୍ୱେ ହାଟ ମଝିରେ ପୋତା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

୪ ଥାକିଆ ହେବ ପିପିଲି-କୋଣାର୍କ ରାସ୍ତା

ଗୋପ,୧୦ା୬(ଭାରତୀ ଭୂଷଣ ଉପାଧ୍ୟାୟ): ପର୍ଯ୍ୟଟନର ବିକାଶ ଲାଗି ଖୁବ୍‌ଶୀଘ୍ର ପିପିଲି-କୋଣାର୍କ ରାଜ୍ୟ ରାଜପଥକୁ ୪ ଥାକିଆ ରାସ୍ତା କରାଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ…

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri