Posted inଜାତୀୟ

ରାଜଗୋପାଳ ଚିଦାମ୍ବରମ୍‌ଙ୍କ ପରଲୋକ

ମୁମ୍ବାଇ,୫।୧(ପି.ଟି.): ୧୯୭୪ ଏବଂ ୧୯୯୮ରେ ଭାରତର ଆଣବିକ ପରୀକ୍ଷାରେ ପ୍ରମୁଖ ଭୂମିକା ନେଇଥିବା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ଅଣୁଅସ୍ତ୍ର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବା ଚିଦାମ୍ବରମ୍‌ ମୁମ୍ବାଇର ଯଶଲୋକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର
ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶୋକବ୍ୟକ୍ତ କରିଛନ୍ତି। ୧୯୩୬ରେ ଜନ୍ମିତ ରାଜଗୋପାଳ ଚିଦାମ୍ବରମ୍‌ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଏବଂ ଆଇଆଇଟି ବେଙ୍ଗାଲୁରୁରୁ ଶିକ୍ଷା ଗ୍ରହଣ କରିଥିଲେ। ୧୯୭୪ର ପ୍ରଥମ ଆଣବିକ ପରୀକ୍ଷାରେ ତାଙ୍କର ସମନ୍ବିତ ଭୂମିକା ରହିଥିଲା। ୧୯୯୮ରେ ରାଜସ୍ଥାନର ପୋଖରାନ୍‌ଠାରେ ଦ୍ୱିତୀୟ ଆଣବିକ ପରୀକ୍ଷା ବେଳେ ସେ ଆଣବିକ ଶକ୍ତି ବିଭାଗ ଟିମ୍‌ର ନେତୃତ୍ୱ ନେଇଥିଲେ। ତାଙ୍କ ଅବଦାନ ଭାରତକୁ ବିଶ୍ୱସ୍ତରରେ ଏକ ଆଣବିକ ଶକ୍ତିରେ ପରିଣତ କରିଥିଲା। ଜଣେ ବିଶ୍ୱଶ୍ରେଣୀୟ ବୈଜ୍ଞାନିକ ଭାବେ ହାଇପ୍ରେସର ଫିଜିକ୍ସ, କ୍ରିଷ୍ଟାଲୋଗ୍ରାଫି ଏବଂ ମ୍ୟାଟେରିଆଲ୍ସ ସାଇନ୍ସରେ ତାଙ୍କ ଗବେଷଣା ବୈଜ୍ଞାନିକ ସମୁଦାୟଙ୍କୁ ଏହି କ୍ଷେତ୍ରଗୁଡ଼ିକ ବୁଝିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଥିଲା। ଏହିସବୁ କ୍ଷେତ୍ରରେ ତାଙ୍କ କାର୍ଯ୍ୟ ଭାରତରେ ଆଧୁନିକ ମ୍ୟାଟେରିଆଲ୍ସ ସାଇନ୍ସର ଭିତ୍ତିପ୍ରସ୍ତର ପକାଇଥିଲା।

୬ ଦଶନ୍ଧିର କ୍ୟାରିୟର ମଧ୍ୟରେ ଚିଦାମ୍ବରମ୍‌ ବହୁ ସମ୍ମାନଜନକ ପଦବୀରେ ରହିଥିଲେ। ସେ ୨୦୦୧ରୁ ୨୦୧୮ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ରହିଥିଲେ। ଏଥିସହ ସେ ୧୯୯୦ରୁ ୧୯୯୩ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ, ୧୯୯୩ରୁ ୨,୦୦୦ ଅଣୁଶକ୍ତି ଆୟୋଗର ଅଧ୍ୟକ୍ଷ ଏବଂ ଭାରତ ସରକାରଙ୍କ ସଚିବ ରହିଥିଲେ। ଏହା ବ୍ୟତୀତ ସେ ୧୯୯୪-୯୫ରେ ଅନ୍ତର୍ଜାତୀୟ ଅଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ବୋର୍ଡ ଅଫ୍‌ ଗଭର୍ନର୍ସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରି ଏକ୍ଦ’ରେ ଲେଖିଛନ୍ତି, ଚିଦାମ୍ବରମ୍‌ ଭାରତୀୟ ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ ବିନ୍ଧାଣି ଥିଲେ ଏବଂ ଭାରତର ବିଜ୍ଞାନ ଓ ରଣନୀତି ସାମର୍ଥ୍ୟକୁ ସୁଦୃଢ଼ କରିବାରେ ତାଙ୍କର ଐତିହାସିକ ଅବଦାନ ରହିଥିଲା। ସାରା ଦେଶ ତାଙ୍କୁ କୃତଜ୍ଞତାର ସହ ମନେରଖିବ ଏବଂ ତାଙ୍କ ଉଦ୍ୟମଗୁଡ଼ିକ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ କରିଥିବା ୨ଟି ପରମାଣୁ ପରୀକ୍ଷା ପାଇଁ ଚିଦାମ୍ବରମ୍‌ ସ୍ମରଣୀୟ ହୋଇ ରହିବେ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ମେଧାବୀ ବୈଜ୍ଞାନିକଙ୍କ ପ୍ରତି ରାଷ୍ଟ୍ର ଋଣୀ। ତାଙ୍କ ମହାନ୍‌ ଅବଦାନ ସବୁଦିନ ପାଇଁ ଆମ ହୃଦୟରେ ରହିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର। ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ଅଷ୍ଟମ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri