Posted inଜାତୀୟ

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ସଂକୀର୍ଣ୍ଣ ଗଳି ଏବଂ ପାଖରେ କୌଣସି ଜଳ ଉତ୍ସ ନ ଥିବାରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନିଆଁ ଲାଗିବା ପରେ ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ ବିଲ୍ଡିଂରେ ଥିବା ଅକ୍ସିଜେନ୍‌ ସିଲିଣ୍ଡରଗୁଡ଼ିକ ବିସ୍ଫୋରଣ ହେବାରୁ ପାଖରେ ଥିବା କେତେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ପରେ ଫେରାର ଥିବା ହସ୍ପିଟାଲର ମାଲିକ ଡ. ନବୀନ କିଚିଙ୍କୁ ରବିବାର ଗିରଫ କରାଯାଇଛି। ସେ ଦିଲ୍ଲୀରେ ଅନ୍ୟ କେତେକ ହସ୍ପିଟାଲ ଚଳାଉଥିବା ପୋଲିସ କହିଛି। ଚିକିତ୍ସାରେ ଅବହେଳା ଏବଂ ରୋଗୀ ପ୍ରତି କ୍ଷତି ଘଟାଇବା ନେଇ ପୂର୍ବରୁ କିଚିଙ୍କ ବିରୋଧରେ ମାମଲା ରହିଛି। ୨୦୨୧ରେ ତାଙ୍କ ହସ୍ପିଟାଲର ପଞ୍ଜୀକରଣକୁ ବାତିଲ କରାଯିବା ସହ ଜରିମାନା କରାଯାଇଥିଲା।
ହସ୍ପିଟାଲରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଶିଶୁଙ୍କୁ ଅନ୍ୟତ୍ର ଚିକିତ୍ସା କରାଯାଉଛି। ହସ୍ପିଟାଲ ବିଲ୍ଡିଂର ସମ୍ଭବତଃ ଏନ୍‌ଓସି (ଆପତ୍ତିବିହୀନ ପ୍ରମାଣପତ୍ର) ନ ଥିଲା ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଲାଗି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଏବଂ ସ୍ବାସ୍ଥତ୍‌ୟମନ୍ତ୍ରୀ ସୌରଭ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ସେନା ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଘଟଣାର ତଦନ୍ତ ଲାଗି କମିଟି ଗଠନ କରିବାକୁ କହିଥିବାବେଳେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବା ଲାଗି ଭରଦ୍ୱାଜ ସ୍ବାସ୍ଥ୍ୟ ସଚିବ ଓ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘଟଣାକୁ ହୃଦୟ ବିଦାରକ ବୋଲି କହିବା ସହ ଅବହେଳା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଏନ୍‌ସିପିସିଆର୍‌(ଜାତୀୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗ) ମଧ୍ୟ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌କୁ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri