Posted inଖେଳ

ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍‌

କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି। ତାଲିବାନ ଦେଶର ଉପକଣ୍ଠକୁ କବଜା କରି ଏବେ ପ୍ରଦେଶ ରାଜଧାନୀ ଆଡକୁ ଗତି କରୁଛି। ପରିସ୍ଥିତି ହୋଇଛି ଯେ, ତାଲିବାନ ଆଫଗାନିସ୍ତାନର ୮୦ ପ୍ରତିଶତ କବଜା କରି ସାରିଲାଣି। ଆମେରିକା ସେନା ପ୍ରତ୍ୟାହାର ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି। ଭାରତର ଆଇପିଏଲ, ପାକିସ୍ତାନର ପିଏସଏଲ, ଅଷ୍ଟ୍ରେଲିଆର ବିବିଏଲ ସମେତ ସାରା ବିଶ୍ୱରେ ଅନେକ ଫ୍ରାଞ୍ଚାଇଜ ଲିଗ ଖେଳିଥିବା ଆଫଗାନିସ୍ତାନ ଲେଗ ସ୍ପିନର ରସିଦ ଖାନ ତାଙ୍କ ଦେଶର ଲୋକଙ୍କ ପାଇଁ ବିଶ୍ୱ ନେତାମାନଙ୍କୁ ନିବେଦନ କରିଛନ୍ତି। ୨୨ ବର୍ଷୀୟ ଷ୍ଟାର ସ୍ପିନର ରସିଦ ତାଙ୍କ ଟୁଇଟର୍‌ରେ ଏକ ସ୍ପର୍ଶକାତର ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ବିଶ୍ୱର ନେତାମାନେ, ମୋ ଦେଶ ଅସୁବିଧାରେ ଅଛନ୍ତି। ଶିଶୁ ଏବଂ ମହିଳାଙ୍କ ସମେତ ହଜାର ହଜାର ନିରୀହ ଲୋକଙ୍କୁ ପ୍ରତିଦିନ ହତ୍ୟା କରାଯାଉଛିି, ଘର ଓ ସମ୍ପତ୍ତି ନଷ୍ଟ ହୋଇଯାଉଛି। ଆକ୍ରମଣ ଯୋଗୁ ହଜାର ହଜାର ପରିବାର ବିସ୍ଥାପିତ ହୋଇଛନ୍ତି। ଆମକୁ ଅସୁବିଧାରେ ଛାଡନ୍ତୁ ନାହିଁ। ଆଫଗାନିସ୍ତାନକୁ ରକ୍ଷା କରନ୍ତୁ ଏବଂ ଦେଶକୁ ଧ୍ୱଂସ କର ନାହିଁ। ଆମେ ଶାନ୍ତି ଚାହୁଁଛୁ। ି
ଆଫଗାନିସ୍ତାନ ସରକାରୀ ବାହିନୀ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅନେକ ପରିବାରକୁ ଭୂମିହୀନ କରିଦେଇଛି ଏବଂ ବହୁ ସଂଖ୍ୟାରେ ଶିଶୁ ଓ ମହିଳାଙ୍କୁ ଟାର୍ଗେଟ କରାଯାଇଛି। ଏପରିକି ପିଲାମାନଙ୍କୁ ସଶସ୍ତ୍ର ସଂଗଠନରେ ଯୋଗ ଦେବାକୁ ବାଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri