ହୋଟେଲରେ ଡିଲ୍‌ ଚାଲିଥିବା ବେଳେ ଜବତ ହେଲା ହାତୀ ଦାନ୍ତ

ସମ୍ବଲପୁର,୭ା୭(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବାସନ୍ତି ଲଜ୍‌ରେ ହାତୀଦାନ୍ତ ଡିଲ୍‌ ବେଳେ ବନ ବିଭାଗ ଚଢାଉ କରି ୩ଜଣଙ୍କୁ ଅଟକ ରଖିଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କା କରି ବିଭାଗ ପକ୍ଷରୁ ସେମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ। ସମ୍ବଲପୁର ଓ ବୌଦ୍ଧ ବନଖଣ୍ଡର ମିଳିତ ଟିମ୍‌ ଏହି ଚଢ଼ାଉ କରିଥିଲେ। ଅଭିଯୁକ୍ତଙ୍କଠାରୁ ୨ ହାତୀ ଦାନ୍ତ ଜବତ ହୋଇଛି। ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ସମ୍ବଲପୁର ବନଖଣ୍ଡ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ବିଶ୍ୱନାଥ ନୀଳାମ୍ବର ସୂଚନା ଦେଇଛନ୍ତି।
ସେ ଆହୁରି କହିଥିଲେ, ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଧୀନରେ ଏକ ଦନ୍ତାହାତୀ ଶିକାର କରାଯାଇଥିଲା। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ ବାସନ୍ତି ହୋଟେଲରେ ହାତୀ ଦାନ୍ତ ଡିଲ୍‌ ହେଉଥିବାର ଖବର ମିଳିଥିଲା। ପରେ ମିଳିତ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଅନ୍ୟପକ୍ଷେ ବୌଦ୍ଧ ବନଖଣ୍ଡ ବଗିଆପଡା ଭୁର୍କିପଡା ଜଙ୍ଗଲରେ ମେ ୨୪ରେ ଏକ ଗଳିତ ଦନ୍ତାର ମୃତଦେହ ଉଦ୍ଧାର ହୋଇଥିଲା। ଅଭିଯୁକ୍ତମାନେ ଦାନ୍ତ ପାଇଁ ହାତୀ ଶିକାର କରିଥିବା ଏବଂ ଜବତ ଦାନ୍ତ ଉକ୍ତ ହାତୀର ବୋଲି ସ୍ବୀକାର କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅଟକ ଥିବା ସମସ୍ତ ଅଭିଯୁକ୍ତ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ। ଦାନ୍ତ କାହାକୁ ବିକ୍ରି କରୁଥିଲେ ବା କେଉଁମାନେ ଗ୍ରାହକ ଅଛନ୍ତି ସେ ନେଇ ତଦନ୍ତ କରାଯାଉଛି। ପଡିଆବାହାଲ ରେଞ୍ଜ ଅଧୀନରେ ଘଟିଥିବା ଘଟଣାର ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି। ଖବରଦାତା ସମ୍ମିଳନୀରେ ବୌଦ୍ଧ ଡିଏଫ୍‌ଓ ଦେବପ୍ରିୟ କମ୍ପ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri