ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପହଞ୍ଚି ଗଲେ ମୃତବ୍ୟକ୍ତି, ଚକିତ ହେଲେ କର୍ମଚାରୀ; ଆଉ ତା’ ପରେ..

ପାଟଣା: କେବେ ଆପଣ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ମୃତଦେହ(ଶବ) ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଛି। ହୁଏତ ନା। କିନ୍ତୁ ଏପରି ଏକ ସତ୍ୟ ଘଟଣା ବିହାରର ପାଟଣାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତବ୍ୟକ୍ତି ନିଜର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଉଠାଇବା ଲାଗି ବ୍ୟାଙ୍କରେ ପହଞ୍ଚିଥିଲେ। ଏହା ଦେଖି ବ୍ୟାଙ୍କରେ ଥିବା କର୍ମଚାରୀ ଚମକି ପଡ଼ିଥିଲେ। ଏପରିକି ବ୍ୟାଙ୍କରେ ହୋ-ହଲ୍ଲା ହୋଇଥିଲା। ପରେ ବହୁତ କଷ୍ଟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ମଙ୍ଗଳବାର ପାଟଣା ସହରର ଶାହଜହାଁପୁରର ସିଗରିୟାବା ଗାଁର ମହେଶ ଯାଦବ(୫୫)ଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗାଁଲୋକେ ଅନ୍ତିମ ସଂସ୍କାର ପାଇଁ ଏକାଠି ହୋଇଥିଲେ। ହେଲେ ତାଙ୍କ ଘରେ ଟଙ୍କାଟିଏ ବି ନ ଥିଲା। କିଭଳି ଭାବେ ଶେଷକୃତ୍ୟ କରାଯିବ ସେ ନେଇ ଚିନ୍ତା ବଢ଼ିଥିଲା। ଏହାପରେ ମହେଶଙ୍କ ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ଉଠାଇବାକୁ ପରିବାରଲୋକେ ଯୋଜନା କରିଥିଲେ। ଗ୍ରାମବାସୀ ବ୍ୟାଙ୍କରେ ପହଞ୍ଚି ମ୍ୟାନେଜରଙ୍କୁ ଟଙ୍କା ଦେବାକୁ କହିଥିଲେ। ହେଲେ ସେ ତାଙ୍କ ଖାତାରେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହାପରେ ଗ୍ରାମବାସୀ ରାଗି ଯାଇଥିଲେ। ସମସ୍ତେ ମିଶି ମହେଶଙ୍କ ମୃତଦେହ ନେଇ ବ୍ୟାଙ୍କରେ ପହଞ୍ଚିଯାଇଥିଲେ।

ପରେ ଗ୍ରାମବାସୀ ସମସ୍ତଙ୍କ ସମ୍ମୁଖରେ ମରଶରୀରକୁ ରଖି ଦେଇଥିଲେ। ଏହା ଦେଖି ସେଠାରେ ଥିବା କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ଡରି ଯାଇଥିଲେ। କ’ଣ ଘଟୁଛି କେହି ଜାଣିପାରି ନ ଥିଲେ। ତିନି ଘଣ୍ଟା ଧରି ମହେଶଙ୍କ ମୃତଦେହ ସେଭଳି ପଡ଼ି ରହିଥିଲା। ଗ୍ରାମବାସୀ ବ୍ୟାଙ୍କରେ ମଧ୍ୟ ବସି ରହିଥିଲେ। ଘଟଣା ଚିନ୍ତାର କାରଣ ପାଲଟିବା ପରେ ମ୍ୟାନେଜରଜଣଙ୍କ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ସେ ମାନି ନ ଥିଲେ। ଶେଷରେ ନିଜ ପକେଟରୁ ସେ ୧୦ହଜାର ଟଙ୍କା କାଢ଼ି ଲୋକମାନଙ୍କୁ ଦେଇଥିଲେ। ଏହାପରେ ସେମାନେ ମୃତଦେହକୁ ଅନ୍ତିମସଂସ୍କାର ପାଇଁ ନେଇଥିଲେ।

ଅପରପକ୍ଷେ ମହେଶ ଅବିବାହିତ ଥିବା କୁହାଯାଉଛି। ତାଙ୍କର ପରିବାରରେ କେହି ନ ଥିବାରୁ ଶେଷକୃତ୍ୟ କରିବା କଷ୍ଟକର ହୋଇଥିଲା। ହେଲେ ତାଙ୍କ ବ୍ୟାଙ୍କ ଖାତାରେ ୧୮ହଜାର ଟଙ୍କା ଥିବାରୁ ସେହି ଟଙ୍କା ଉଠାଇବାକୁ ଗ୍ରାମବାସୀ ଯାଇଥିଲେ। ନୋମିନି ନ ଥିବାରୁ ତାହା ସମ୍ଭବ ନୁହେଁ ବାଲି ମ୍ୟାନେଜର କହିଥିଲେ। ଏହାପରେ ଯାହା ଘଟିଲା ତାହା ଏବେ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri