ଗଙ୍ଗାରେ ଶବ

ବିହାର ବକ୍ସର ଜିଲାର ଗଙ୍ଗାନଦୀ କୂଳରେ ୪୫ ମୃତଦେହ ଭାସିବାର ଗୋଟିଏ ଦିନ ପରେ ୧୧ ମେ’ରେ ଉତ୍ତରପ୍ରଦେଶ ଗାଜିପୁରଠାରେ ଆହୁରି କିଛି ଶବ ଦେଖିବାକୁ ମିଳିଛି। ଏଗୁଡ଼ିକ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ଏସବୁ ଦେଖି ଅଭିଯୋଗ କରିବା ପରେ ମୃତଦେହଗୁଡ଼ିକ କେଉଁଠାରୁ ଆସିଛି ତାହାର ତଦନ୍ତ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କହିଛନ୍ତି। ମହାମାରୀ ସମୟରେ ଶବଗୁଡ଼ିକୁ ନଦୀ ଭିତରକୁ ଫିଙ୍ଗି ଦିଆଯିବା ଅତ୍ୟନ୍ତ ଗର୍ହିତ ଅପରାଧ। କାରଣ ଏହାଦ୍ୱାରା ସଂକ୍ରମଣ ସ୍ତର ବୃଦ୍ଧି ପାଇବ। ଏତେ ସଂଖ୍ୟକ ମୃତଦେହ ଭାସିଆସିବାର ଅର୍ଥ ଗୋଟିଏ। ଦାହ କରି ଥକିଯାଇଥିବା ଲୋକେ ଏହି ଶବଗୁଡ଼ିକୁ ପାଣିରେ ପକାଇ ଦେଇଛନ୍ତି। କୋଭିଡ୍‌ ସଂକ୍ରମିତ ହୋଇଥିଲେ ଏହା ସମ୍ପୂର୍ଣ୍ଣ ସ୍ଥାନୀୟ ପ୍ରଶାସନର ଭୁଲ ବୋଲି କୁହାଯିବ। ଯେହେତୁ କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ମୃତଦେହଗୁଡ଼ିକ ସତ୍କାର କରାଯାଉଛି, ସେଭଳି କୁକାର୍ଯ୍ୟ କୌଣସି ଘର ଲୋକ କରି ନ ଥିବେ। ବର୍ତ୍ତମାନର ସ୍ଥିତିକୁ ଦେଖିଲେ କୋଭିଡ୍‌ ରୋଗୀଙ୍କ ସଂଖ୍ୟା କମ୍‌ କରି ଦେଖାଇବା ଚିନ୍ତାଧାରାରେ ବୁଡ଼ି ରହିଥିବା ସ୍ଥାନୀୟ ପ୍ରଶାସନ ଏପରି ପଦକ୍ଷେପ ନେଇଥାଇପାରେ।
ଏବେ କରୋନାଜନିତ ମୃତଦେହଗୁଡ଼ିକୁ ସତ୍କାର କରିବା ସକାଶେ ଶ୍ମଶାନ ଓ କାଠର ଅଭାବ ଦେଖାଦେଲାଣି। ଏପ୍ରିଲ ୨୮ରେ ଦିଲ୍ଲୀର ଶ୍ମଶାନ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ କହିଥିଲେ ଯେ, ଏକାଥରେ ବହୁ ଶବ ଆସୁଥିବାରୁ ସେଗୁଡ଼ିକୁ ପୋଡ଼ିବା ସମ୍ଭବ ହେଉନାହିଁ। ସ୍ଥାନାଭାବ ସହିତ କାଠର ଘୋର ଅଭାବ ଦେଖାଦେଇଛି। ଏକ ଆକଳନ କରାଯାଇଛି ଯେ, ଗୋଟିଏ ମୃତଦେହ ପୋଡ଼ା ହେବା ଲାଗି ୩ରୁ ୪ କୁଇଣ୍ଟାଲ କାଠ ଦରକାର ପଡ଼ୁଛି। କେବଳ ନିଗମବୋଧ ଘାଟରେ ଏପ୍ରିଲ ୧ରୁ ୨୩ ମଧ୍ୟରେ ୨,୫୨୬ ଶବ ସତ୍କାର କରାଯାଇଛି, ଯେଉଁଥିରୁ ୨,୦୯୯ ଜଣଙ୍କ ଲାଗି କାଠ ବ୍ୟବହାର କରାଯାଇଥିଲା। ଏଥିଲାଗି ୮,୦୦୦ କୁଇଣ୍ଟାଲ ଲାଗିଥିବା ଉକ୍ତ ଖବରରେ ଦର୍ଶାଯାଇଥିଲା। ଏହାକୁ ମାପଦଣ୍ଡ ଭାବେ ଦେଖି ସରକାରୀ ତଥ୍ୟ ଅନୁଯାୟୀ ହିସାବ କଲେ ଗତ କିଛିଦିନ ହେବ ଦେଶରେ ଦୈନିକ ୪ ହଜାର ଲୋକଙ୍କ ପ୍ରାଣ ଯାଉଥିଲେ କେତେ କାଠ ଖର୍ଚ୍ଚ ହେଉଥିବ ବୁଝାପଡ଼ିଯାଉଛି। ପୁଣି ବେସରକାରୀ ସ୍ତରରେ ମୃତଦେହ ଯଥେଷ୍ଟ ରହୁଛି। ତେଣୁ ଶବଗୁଡ଼ିକୁ ସତ୍କାର ନ କରି ସ୍ଥାନୀୟ ପ୍ରଶାସନ ପାଣିରେ ଭସେଇ ଦେଉଥିବା ନେଇ ହେଉଥିବା ଅଭିଯୋଗର ପ୍ରମାଣ ୧୧ ମେ’ରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଜଣାପଡ଼ିଛି ଯେ, ଜଣେ ଆମ୍ବୁଲାନ୍ସ ଡ୍ରାଇଭର ମୃତଦେହଗୁଡ଼ିକୁ ଏକ ପୋଲ ଉପରୁ ପାଣିକୁ ଫିଙ୍ଗି ଦେଉଛନ୍ତି। ଏପରି କି ବିହାରର ଭାଜପା ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିଓ୍ବାଲ ମଧ୍ୟ ଅଭିଯୋଗ କରିଛନ୍ତି, ବିହାର ଓ ଉତ୍ତରପ୍ରଦେଶ ସୀମାନ୍ତ ସରନ୍‌ ନିକଟ ଜଇପ୍ରଭା ସେତୁ ଉପରୁ କୋଭିଡ୍‌ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କୁ ପାଣିକୁ ଫିଙ୍ଗି ଦିଆଯାଇଛି। ଆହୁରି କେତେକେ କହୁଛନ୍ତି, ବିହାରରେ ଲାଗିଥିବା ମୃତଦେହଗୁଡ଼ିକ ଉତ୍ତରପ୍ରଦେଶରୁ ଆସିଛି। ସେସବୁ ସଂଖ୍ୟା ଏବେ ୧୦୦ ଉପରେ କୁହାଗଲାଣି।
ଏଠାରେ କୁହାଯାଇପାରେ ଯେ, ମୃତଦେହଗୁଡ଼ିକ ଉତ୍ତର ଭାରତର ଯେଉଁ ରାଜ୍ୟରୁ ଆସିଥାଉ ପଛେ, ଏହା ପ୍ରମାଣ କରୁଛି ଯେ ସଂଖ୍ୟା ଲୁଚାଇବାର ଉଦ୍ୟମ ଅବ୍ୟାହତ ରହିଛି। କୋଭିଡ୍‌ଜନିତ ମୃତଦେହଗୁଡ଼ିକୁ ନିକଟ ସମ୍ପର୍କୀୟଙ୍କୁ ଦିଆଯାଉ ନ ଥିବାରୁ ସେଗୁଡ଼ିକୁ ପୋଡ଼ିବା ବା ପୋତିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେଥିପାଇଁ ଯେତେଶୀଘ୍ର ହୋଇପାରେ ସେଗୁଡ଼ିକୁ ନଷ୍ଟ କରିବାକୁ ଯାଇ ପ୍ରଶାସନ ଏଭଳି ସହଜ ମାଧ୍ୟମ ବୋଲି ଭାବିନେଉଛି। ଏହା କିନ୍ତୁ ଅସଂଖ୍ୟ ଲୋକଙ୍କ ପାଇଁ ବିପଦର କାରଣ ପାଲଟିବ। ମୁଣ୍ଡରୁ ଦାୟିତ୍ୱ ଖସେଇ ଦେବା ଉଦ୍ଦେଶ୍ୟ ରଖି ଯେଉଁମାନେ ଏଭଳି ପଦକ୍ଷେପ ନେଇଛନ୍ତି, ସେମାନଙ୍କୁ ଖୋଜି ବାହାର କରାଯାଇ ଦଣ୍ଡ ଦିଆଯିବା ଦରକାର। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଏହି ଘଟଣାକୁ କେବଳ ‘ଦୁର୍ଭାଗ୍ୟଜନକ’ କହି ରହିଗଲେ ଚଳିବ ନାହିଁ। ସେଥିପାଇଁ ଦୃଢ଼ ନିର୍ଦ୍ଦେଶ ଦେଇ ଦୋଷୀଙ୍କୁ କଠୋର ଶାସ୍ତି ଦିଆଇପାରିଲେ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ମନରେ ଡର ପଶନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri