ବିଜୁଳି କାଟ୍‌-ଚିକିତ୍ସା ଠପ୍‌: ୪୮ଘଣ୍ଟାରେ ମୃତ ସହରରେ ପରିଣତ ହେବ ଗାଜା

ଗାଜା,୨୫।୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୮ଦିନ ବିତିଯାଇଥିବାବେଳେ ଏହା ଥମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏତେଦିନ ମଧ୍ୟରେ ଗାଜାକୁ ଖାଦ୍ୟ, ଜଳ ଓ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ପହଞ୍ଚୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି। ଆଉ ୪୮ଘଣ୍ଟା ମଧ୍ୟରେ ଦୁନିଆର ଏକ ଅଂଶ ଯାହାର ନାମ ଗାଜା, ତାର ଅସ୍ତିତ୍ୱ ବିଲୁପ୍ତ ହେବାକୁ ଯାଉଛି। ଗାଜାର ଡାକ୍ତରଖାନାଗୁଡ଼ିକରେ ମାତ୍ର ୪୮ ଘଣ୍ଟା ଜେନେରେଟରଗୁଡି ବନ୍ଦ ହୋଇଯିବାକୁ ଯାଉଛି। ଏହାଦ୍ୱାରା ଚିକିତ୍ସା କରିବା ସମୟରେ ଅସୁବିଧା ଆସିପାରେ।

ଇସ୍ରାଏଲ ସେନା ଗାଜା ଉପରେ ଏୟାର ଷ୍ଟ୍ରାଇକ କରି ଅଧିକାଂଶ ଡାକ୍ତରଖାନାକୁ ନଷ୍ଟ କରିଦେଇଛି। ହମାସ ଦାବି କରିଛି ଯେ, ମଙ୍ଗଳବାର ଇସ୍ରାଏଲର ବାୟୁସେନା ବିମାନ ଗାଜାର ଖାନ ୟୁନିସ ଅଞ୍ଚଳରେ ଥିବା ଅଲ-ଅମାଲ ହସ୍ପିଟାଲରେ ବୋମା ମାଡ଼ କରିଛି। ଯେଉଁଥିରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯଦି ଏହି ସମସ୍ତ ଆହତ ଏବଂ ନିରୀହ ଶିଶୁଙ୍କ ଚିକିତ୍ସା ନକରାଯାଏ ତେବେ ୪୮ଘଣ୍ଟା ମଧ୍ୟରେ ସମସ୍ତେ ମୃତ୍ୟୁବରଣ କରିବେ।

ଉତ୍ତର ଗାଜାର ବିଟ ଲାହିଆ ଅଞ୍ଚଳରେ ଥିବା ଇଣ୍ଡୋନେସିଆନ ହସ୍ପିଟାଲରେ ବିଦ୍ୟୁତ ନାହିଁ। ମହଜୁଦ ଥିବା ସାମଗ୍ରୀ ଏବଂ ସୁବିଧା ମଧ୍ୟରେ ଡାକ୍ତରମାନେ ଅନ୍ଧାରରେ କୌଣସି ପ୍ରକାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତ। ଆହତଙ୍କୁ ପୋର୍ଟେବଲ ଲାଇଟ କିମ୍ବା ମୋବାଇଲ ଫୋନ ସାହାଯ୍ୟରେ ଚିକିତ୍ସା କରାଯାଉଛି। ଆହତଙ୍କ ସଂଖ୍ୟା ଏତେ ଅଧିକ ହୋଇଛି ଯେ ଆହତଙ୍କୁ ଭୂମିରେ ରଖି ଚିକିତ୍ସା କରାଯାଉଛି।

ହୁ’ରୁ ଆସିଥିବା ସୂଚନା ସମଗ୍ର ବିଶ୍ୱକୁ ଚକିତ କରିଛି। ଇସ୍ରାଏଲ ଆକ୍ରମଣରେ ଗାଜାର ଦୁଇ ତୃତୀୟାଂଶ ଡାକ୍ତରଖାନା ବନ୍ଦ ହୋଇଯାଇଛି। ୭୨ଟି ହସ୍ପିଟାଲ ମଧ୍ୟରୁ ୪୬ଟି ଡାକ୍ତରଖାନା ବନ୍ଦ ଅଛିି। ଏହିସବୁ ହସ୍ପିଟାଲରେ ବିଦ୍ୟୁତ ସେବା ନ ଥିବା ସହ ଜେନେରେଟର ମଧ୍ୟ ବନ୍ଦ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୨ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୧୮୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?