ପୋଖରୀରୁ ମିଳିଲା ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ

ଢେଙ୍କାନାଳ ଅଫିସ, ୧୭ା୯: ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁରସ୍ଥିତ ନଟାପୋଖରୀରୁ ଶୁକ୍ରବାର ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଠାବ କରାଯାଇଛି। କୌଣସି ଘରୋଇ କ୍ଲିନିକ୍‌ରେ ଗର୍ଭପାତ କରାଇବା ପରେ ଘଟଣାକୁ ଲୁଚାଇବା ନିମନ୍ତେ କେହି ମୃତଦେହ ଆଣି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଜିଲାରେ ପ୍ରଥମ ବୋଲି କୁହାଯାଉଛି। ନବଜାତକଙ୍କ ଲିଙ୍ଗ ପରୀକ୍ଷା ପାଇଁ କଟକ ଏସ୍‌ସିବି ଫରେନ୍‌ସିକ୍‌ ମେଡିସିନ୍‌ ଆଣ୍ଡ ଟକ୍ସିକୋଲୋଜି (ଏଫ୍‌ଏମ୍‌ଟି)କୁ ପଠାଯାଇଥିବାବେଳେ ପୋଲିସ ତନାଘନା ଆରମ୍ଭ କରିଛି।
ଗ୍ରାମବାସୀଙ୍କ କହିବା କଥା, ପ୍ରାତଃ ସମୟରେ କେତେଜଣ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାକୁ ନେଇ ଅଞ୍ଚଳରେ ଭିନ୍ନମତ ପ୍ରକାଶ ପାଇଛି। ଲୋକଲଜ୍ଜାରେ କେହି ଜଣେ କୁଅଁାରୀ ମା’ ଗର୍ଭପାତ କରି ଭୂ୍ରଣ ଫିଙ୍ଗି ଦେଇଥିବା ଆଲୋଚନା ଜୋର୍‌ ଧରିଛି। ଅନ୍ୟ କେତେକଙ୍କ କହିବା କଥା, ହୁଏତ ଜଣେ ମହିଳା ଗର୍ଭପାତ କରିବା ପରେ ପୋଖରୀରେ ଭ୍ରୂଣଗୁଡ଼ିକୁ ଫିଙ୍ଗି ଦେଇଛନ୍ତି। ସର୍ବସାଧାରଣ ବ୍ୟବହାର କରୁଥିବା ପୋଖରୀରେ ମୃତ ଶରୀର ଫିଙ୍ଗାଯିବା ଘଟଣାକୁ ଗ୍ରାମର ପୁରୁଖା ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ଇନ୍ଦିପୁର ସରପଞ୍ଚ ଲଳିତା ସାହୁ କୁହନ୍ତି, କୌଣସି ବେସରକାରୀ କ୍ଲିନିକ୍‌ରେ ଏଭଳି କାର୍ଯ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ଅତି ଘୃଣ୍ୟ ଓ ନିନ୍ଦନୀୟ। ପ୍ରଶାସନ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ୩ ନବଜାତକଙ୍କ ମୃତଦେହ ପରୀକ୍ଷା ପାଇଁ କଟକ ଏସ୍‌ସିବି ଏଫ୍‌ଏମ୍‌ଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଯାହା କିଛି ସ୍ପଷ୍ଟ ହେବ। ଘରୋଇ କ୍ଲିନିକ ଓ ନର୍ସିଂହୋମ୍‌ରେ ରୁଟିନ୍‌ ଚଢ଼ାଉ ଜାରି ରହିଛି। ସଦର ଏସ୍‌ଡିପିଓ ବିକାଶ ବେଉରା କୁହନ୍ତି, ମୃତକଙ୍କ ଡିଏନ୍‌ଏ ଟେଷ୍ଟ ହେବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ ନଂ. ୫୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ଫୁଟବଲରେ କର୍ଲାମୁଣ୍ଡା ବ୍ଲକ ଚାମ୍ପିୟନ, ୩ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

କର୍ଲାମୁଣ୍ଡା,୩।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ କର୍ଲାମୁଣ୍ଡା ବ୍ଲକକୁ ମିଳିଛି ବଡ଼ ସଫଳତା। ୧୭ ବର୍ଷରୁ କମ ବର୍ଗର ଫୁଟବଲ ପ୍ରତିଯୋଗିତାରେ କର୍ଲାମୁଣ୍ଡା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?