Posted inଖେଳ

ତାଜମହଲ ସାମ୍ନାରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ ଡି ଭିଲର୍ସ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍‌ ସବୁଠାରୁ ପସନ୍ଦିତ ଖେଳ। ଏହାନୁହେଁ ଯେ ଏଠାରେ ଥିବା ପ୍ରଶଂସକମାନେ କେବଳ ଭାରତୀୟ ଖେଳାଳିଙ୍କୁ ପସନ୍ଦ କରିଥାନ୍ତି ବରଂ ଭାରତରେ ବିଦେଶୀ ଖେଳାଳିଙ୍କ ପ୍ରଶଂସକ ମଧ୍ୟ କିଛି କମ୍‌ ନୁହେଁ। ଭାରତରେ ସବୁଠାରୁ ପସନ୍ଦିତ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ପ୍ରାକ୍ତନ ଅଧିନାୟକ ତଥା ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଆବ୍ରାହମ ବେଞ୍ଜାମିନ (ଏବି) ଡି ଭିଲର୍ସ ସର୍ବାଗ୍ରେ ରହିଛନ୍ତି। ନିଜେ ଡି ଭିଲର୍ସ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ତାଙ୍କୁ ଭାରତରେ ବହୁତ ଭଲପାଇବା ମିଳେ। ଏହି କାରଣରୁ ଡି ଭିଲର୍ସ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ଭାରତରେ ହିଁ ପ୍ରପୋଜ କରିଥିଲେ।
ଭିଲର୍ସଙ୍କୁ ଯେତେବେଳେ ୨୩ ବର୍ଷ ହୋଇଥିଲା ବିଶ୍ୱ କ୍ରିକେଟ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହି ସମୟରେ ଡାନିଏଲ୍‌ ସ୍ବର୍ଟଙ୍କ ସହ ତାଙ୍କର ପ୍ରଥମ ଥର ଲାଗି ସାକ୍ଷାତ୍‌କାର ହୋଇଥିଲା। ଏବି ଓ ଡାନିଏଲ୍‌ଙ୍କ ପାରିବାରିକ ସମ୍ପର୍କ ରହିଥିଲା। ତେଣୁ ଏବିଙ୍କ ବାପାଙ୍କ ଫାର୍ମ ହାଉସରେ ଅନୁଷ୍ଠିତ ଏକ ପ୍ରୋଗ୍ରାମ ଅବସରରେ ଉଭୟ ଡି ଭିଲର୍ସ ଓ ଡାନିଏଲ୍‌ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ଡି ଭିଲର୍ସ ଡାନିଏଲ୍‌ଙ୍କୁ ମନ ଦେଇ ବସିଥିଲେ।

କିନ୍ତୁ ସେହି ସମୟରେ ସେ ଏତେ ପରିମାଣରେ ନର୍ଭସ ଥିଲେ ଡାନିଏଲ୍‌ଙ୍କ ସହ କଥା ହୋଇ ତାଙ୍କଠାରୁ ଫୋନ ନମ୍ବର ଆଣିବାକୁ ସାହସ ଜୁଟାଇପାରି ନ ଥିଲେ। ଏପରିକି ଲାଜକୁରା ସ୍ବଭାବର ଡି ଭିଲର୍ସ ଡାନିଏଲ୍‌ଙ୍କୁ ହ୍ୟାଲୋ ଛଡ଼ା ଆଉ କିଛି କହିପାରି ନ ଥିଲେ। ଏହାପରେ ସେ ମା’ଙ୍କ ସହାୟତା ନେଇ ଡାନିଏଲ୍‌ଙ୍କ ଫୋନ ନମ୍ବର ଆଣିବାରେ ସଫଳ ହୋଇଥିଲେ। ଡି ଭିଲର୍ସ ତାଜମହଲ ସମ୍ମୁଖରେ ଡାନିଏଲ୍‌ଙ୍କୁ ବିବାହ ଲାଗି ପ୍ରପୋଜ କରିଥିବା ତାଙ୍କ ଆତ୍ମଜୀବନୀ ‘ଏବି- ଦି ଅଟୋବାୟୋଗ୍ରାଫି’ରେ ଉଲ୍ଲେଖ କରିଛନ୍ତି। ୨୦୧୩ରେ ଯେତେବେଳେ ଆଇପିଏଲ୍‌ ଖେଳିବାକୁ ସେ ଭାରତ ଆସିଥିଲେ ସେହି ସମୟରେ ଡାନିଏଲ୍‌ଙ୍କୁ ମଧ୍ୟ ସାଥୀରେ ଆଣିଥିଲେ। ଉଭୟ ନୂଆଦିଲ୍ଲୀରୁ ଆଗ୍ରା ବୁଲିବାକୁ ଆସିଥିବାବେଳେ ଡି ଭିଲର୍ସ ତାଜମହଲ ସାମ୍ନାରେ ଡାନିଏଲ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ସେହି ବର୍ଷ ହିଁ ଏହି ଚର୍ଚ୍ଚିତ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଡି ଭିଲର୍ସଙ୍କର ଆବ୍ରାହମ ଓ ଜନ୍‌ ନାମରେ ୨ଟି ପୁଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri