Posted inଖେଳ

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ୍‌ : ପ୍ରଥମ ଦିନରେ ପଡ଼ିଲା ୨୦ ଉଇକେଟ

ସିଡ୍‌ନୀ, ୧୧।୧୨(ପି.ଟି.)-
ଶୁକ୍ରବାର ଏଠାରେ ଆରମ୍ଭ ହୋଇଯାଇଛି ଭାରତ ଓ ଅଷ୍ଟ୍ରେଲିଆ ‘ଏ’ ଦିବାରାତ୍ର ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ପଡ଼ିଛି ୨୦ଟି ଉଇକେଟ। ଭାରତ ପ୍ରଥମ ଇନିଂସରେ ୧୯୪ ରନ କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’ ୧୦୮ରେ ଅଲଆଉଟ ହୋଇଛି। ଫଳରେ ଭାରତ ୮୬ ରନରେ ଅଗ୍ରଣୀଲାଭ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦଳର ସମସ୍ତ ତାରକା ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଥଲେ। ହେଲେ ଦେଖିବାକୁ ମିଳିଥିଲା ଯଶପ୍ରୀତ୍‌ ବୁମ୍‌ରା ଚମକ। ସେ ୫୭ ବଲରୁ ୫୫ ରନରେ ଅପରାଜିତ ରହି ଦଳ ପାଇଁ ସର୍ବାଧିକ ରନ୍‌ ସ୍କୋର କରିଥିଲେ। ପ୍ରଥମଶ୍ରେଣୀ କ୍ରିକେଟରେ ଏହା ଥିଲା ତାଙ୍କ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ। ଇନିଂସରେ ସାମିଲ ଥିଲା ୬ ଚୌକା ଓ ୨ ଛକା । ୨୭ ବର୍ଷୀୟ ବୁମ୍‌ରା ଛକା ମାରି ପୂରଣ କରିଥିଲେ ଅର୍ଦ୍ଧଶତକ । ବୁମ୍‌ରା ଓ ମହମ୍ମଦ ସିରାଜ ୧୦ମ ଉଇକେଟରେ ଯୋଡ଼ିଥିଲେ ୭୧ ରନ। ଫଳରେ ସମ୍ମାନଜନକ ସ୍ଥିତିରେ ପହଞ୍ଚତ୍ ପାରିଥିଲା ଟିମ୍‌ ଇଣ୍ଡିଆ। ସିରାଜ ୨୨, ପୃଥ୍ବୀ ଶ’ ୪୦ ଓ ଶୁବମନ ଗିଲ୍‌ ୪୩ ରନ କରିଥିଲେ। ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ସିଅନ ଆବୋଟ ଓ ଜ୍ୟାକ୍‌ ଓ୍ବାଇଲ୍ଡରମୁଥ ନେଇଥିଲେ ୩ଟି ଲେଖାଏ ଉଇକେଟ।
ଭାରତ ଇନିଂସ ଶେଷ ହେବାପରେ ଅଷ୍ଟ୍ରେଲିଆ ‘ଏ’ ଦଳର ବ୍ୟାଟ୍ସମ୍ୟାନମାନେ ସମ୍ମୁଖୀନ ହୋଇ ପାରି ନ ଥିଲେ ଭ୍ରମଣକାରୀ ଦଳର ବୋଲରଙ୍କ ଘାତକ ବୋଲିଂ। ଫଳରେ ମାତ୍ର ୩୨.୨ ଓଭରରେ ଦଳ ଅଲ୍‌ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ଆଲେକ୍ସ କାରେ ସର୍ବାଧିକ ୩୨ ଓ ମାର୍କୁସ ହାରିସ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଦୁଇଅଙ୍କ ଛୁଇଁପାରି ନ ଥିଲେ ୭ ଜଣ ଖେଳାଳି। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ଓ ନବଦୀପ ସଇନୀ ୩ଟି ଲେଖାଏ, ବୁମ୍‌ରା ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri