ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ଦିନ ରାତି କିପରି ହୁଏ। ଆଉ ମହାକାଶଚାରୀମାନେ ଏବିଷୟରେ କିପରି ଜାଣନ୍ତି। ମହାକାଶରେ ମାଇକ୍ରୋଗ୍ରାଭିଟି ବିଷୟରେ ଜାଣିବା ପାଇଁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ ବ୍ୟବହୃତ ହୋଇଥାଏ। ତେବେ ସେଠାରେ ଥିବା ମହାକାଶଚାରୀମାନେ ଦିନ ରାତି କିପରି ଅନୁଭବ କରନ୍ତି ଆସନ୍ତୁ ଜାଣିବା। ଆମେରିକାର ସ୍ପେସ ଏଜେନ୍ସି ନାସା, ଋଷିଆର ରସ୍କୋମୋସ, ୟୁରୋପର ଇଏସଏ, ଜାପାନର ଜେଏଏକ୍ସଏ ଏବଂ କାନାଡାର ସ୍ପେସ ଏଜେନ୍ସି ସିଏସଏ ସହଯୋଗରେ ଆରମ୍ଭ ହୋଇଥିବା ଏହି ସ୍ପେସ ଷ୍ଟେସନ ହାରାହାରି ୪୦୦ କିଲୋମିଟର ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରୁଛି।

ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ବା ଆଇଏସଏସରେ ଯେକୌଣସି ସମୟରେ ୫ ରୁ ୭ ଜଣ ମହାକାଶଚାରୀ ଥଆନ୍ତି। ଆଇଏସଏସ ଘଣ୍ଟା ପ୍ରତି ୨୭ହଜାର ୬୦୦ କିଲୋମିଟର ବେଗରେ ପୃଥିବୀ ଚାରିପଟେ ଘୂରି ବୁଲୁଛି। ପ୍ରାୟ ୯୦ ମିନିଟରେ ପୃଥିବୀର ଚାରିପାଖରେ ଗୋଟିଏ ଘେରା ଶେଷ କରିଥାଏ। ସ୍ପେସ ଷ୍ଟେସନ ପ୍ରାୟ ଅଧା ସମୟ ସୂର୍ଯ୍ୟକିରଣରେ ଏବଂ ଅବଶିଷ୍ଟାଂଶ ପୃଥିବୀର ଛାଇରେ ରହିଥାଏ। ଏହି କ୍ରମରେ ସ୍ପେସ ଷ୍ଟେସନ ଘୂରୁଥିବାବେଳେ ୪୫ମିନିଟ୍‌ ଆଲୋକରେ ଓ ୪୫ମିନିଟ୍‌ ଅନ୍ଧାରରେ ରହିଥାଏ। ଆଇଏସଏସ ୨୪ ଘଣ୍ଟା ମଧ୍ୟରେ ପୃଥିବୀ ଚାରିପଟେ ୧୬ଥର ଘୂରିଥାଏ। ତେଣୁ ପୃଥିବୀର ଗୋଟିଏ ଦିନରେ, ଆଇଏସଏସରେ ଉପସ୍ଥିତ ଥିବା ମହାକାଶଚାରୀମାନେ ୧୬ ଟି ସୂର୍ଯ୍ୟୋଦୟ ଏବଂ ୧୬ ଟି ସୂର୍ଯ୍ୟାସ୍ତ ଦେଖିଥାନ୍ତି। ମହାକାଶଚାରୀଙ୍କ ପାଇଁ ମହାକାଶରୁ ଗୋଟିଏ ଦିନରେ ୧୬ଟି ସୂର୍ଯ୍ୟୋଦୟ ଓ ୧୬ଟି ସୂର୍ଯ୍ୟାସ୍ତ ଦେଖିବା ଏକ ଚମତ୍କାର ଅନୁଭୂତି।

ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପୃଥିବୀର ଦିନରାତି ପରି ଏକ ପରିବେଶ ସୃଷ୍ଟି କରିବାକୁ, ଆଇଏସଏସକୁ ୟୁନିଭର୍ସାଲ କୋ-ଅର୍ଡିନେଟେଡ ଟାଇମ ଅର୍ଥାତ୍‌ ୟୁଟିସିରେ ସେଟ କରାଯାଇଛି। ୟୁଟିସି ବିଶ୍ୱର ମାନକ, ଯାହା ଦୁଇଟି କାରଣ ପାଇଁ ବ୍ୟବହାର ହୋଇଥାଏ। ପ୍ରଥମ ଆନ୍ତର୍ଜାତୀୟ ଆଟୋମିକ ସମୟ, ଯେଉଁଥିରେ ଆଟୋମିକ ଘଣ୍ଟାକୁ ବ୍ୟବହାର କରି ଗଣନା କରାଯାଏ। ଦ୍ୱିତୀୟ ୟୁନିଭର୍ସାଲ ଟାଇମ, ଯେଉଁଥିରେ ପୃଥିବୀର ଘୂର୍ଣ୍ଣନ ଉପରେ ଆଧାର କରି ସମୟ ଗଣନା କରାଯାଏ।

ମିଶନର ପ୍ରାରମ୍ଭିକ ବର୍ଷରେ ଦେଖାଗଲା ଯେ, ମହାକାଶଚାରୀମାନେ ସମ୍ପୂର୍ଣ୍ଣ ନିଦ ଅର୍ଥାତ୍‌ ୮ଘଣ୍ଟା ସୁସ୍ଥ ନିଦ ଶୋଇପାରୁ ନାହାନ୍ତି। ତେଣୁ ବୈଜ୍ଞାନିକମାନେ ସ୍ପେସ ଷ୍ଟେସନରେ ଥିବା ଲାଇଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନାଯୋଗ୍ୟ, ନାସାର ଆଇଏସଏସ ଉପରେ କରାଯାଇଥିବା ପରୀକ୍ଷଣ ମଧ୍ୟରୁ ମାନବ ଶରୀର ଉପରେ ଆଲୋକର ପ୍ରଭାବ ଅନ୍ୟତମ। ସ୍ପେସ ଷ୍ଟେସନକୁ ଆଲୋକିତ କରିବା ପାଇଁ ପ୍ରାରମ୍ଭରେ ଫ୍ଲୋରୋସେଣ୍ଟ ଲାଇଟ ସହ ଜେନରାଲ ଲ୍ୟୁମେଟର ବ୍ୟବହାର କରାଯାଉଥିଲା। ୨୦୧୬ ମସିହାରେ, ଏହି ମଡ୍ୟୁଲଗୁଡିକର କଠିନ ସ୍ତର ଏଲଇଡିକୁ ବଦଳାଯାଇଥିଲା। ବର୍ତ୍ତମାନ ଏଲଇଡି ଲାଇଟ ବ୍ୟବହାର କରି ଷ୍ଟେସନରେ ଦିନରାତି ପରିବେଶ ସୃଷ୍ଟି କରାଯାଉଛି। ଆଇଏଏସ ମହାକାଶଚାରୀଙ୍କ ପାଇଁ ଏକ ସାଧାରଣ ଦିନ ୬ଟା ଆରମ୍ଭ ହୋଇ ରାତି ୯ଟା ୩୦ରେ ଶେଷ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?