ଡନ୍‌ ରେଡ୍ସ: କ୍ଷମା ମାଗିଲେ ଆର୍ଡନ

ଅକ୍‌ଲାଣ୍ଡ,୨ା୮: ୧୯୭୦ ଦଶକର ମଧ୍ୟଭାଗରେ ପାସିଫିକ୍‌ ଆଇଲାଣ୍ଡର୍ସ ବା ପ୍ରଶାନ୍ତ ଦ୍ୱୀପପୁଞ୍ଜ ଅଧିବାସୀ ‘ପାସିଫିକିଆ’ଙ୍କ ଉପରେ ନ୍ୟୁଜିଲାଣ୍ଡ ପକ୍ଷରୁ ଭୋର ସମୟରେ ଚଢ଼ାଉ (ଡନ୍‌ ରେଡ୍ସ) କରାଯାଇଥିଲା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଶେଷରେ ରବିବାର ଆନୁଷ୍ଠାନିକ ଭାବେ ଏହି ବର୍ବର କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମା ମାଗିଛନ୍ତି।
ଟୋଙ୍ଗା, ଫିଜି ସମେତ ପ୍ରଶାନ୍ତ ଦ୍ୱୀପପୁଞ୍ଜର ବହୁସଂଖ୍ୟକ ଅଧିବାସୀ ନ୍ୟୁଜିଲାଣ୍ଡର କଳକାରଖାନା, ଚାଷଜମି ଓ ଅନ୍ୟ କ୍ଷେତ୍ରଗୁଡ଼ିକରେ କାମ କରୁଥିଲେ। ଏଥିପାଇଁ ସେମାନଙ୍କୁ ଅସ୍ଥାୟୀ ଭିଜା ମିଳୁଥିଲା। ତେବେ ପ୍ରବାସୀମାନେ ଭିଜା ଅବଧି ଶେଷ ହେବା ପରେ ମଧ୍ୟ ନ୍ୟୁଜିଲାଣ୍ଡରେ ରହୁଥିଲେ। ନ୍ୟୁଜିଲାଣ୍ଡବାସୀ ଏହାକୁ ବିରୋଧ କରିଥିଲେ। ପାସିଫିକିଆମାନେ ସେମାନଙ୍କ ରୋଜଗାର ଛଡ଼ାଇନେଇଥିବା ସେମାନେ ଅଭିଯୋଗ ଆଣିଥିଲେ। ଫଳରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ନିଜ ନିଜ ମୂଳ ଦେଶକୁ ପ୍ରତ୍ୟର୍ପଣ କରାଯାଇଥିଲା। ବ୍ରିଟିଶ୍‌, ଅଷ୍ଟ୍ରେଲୀୟ ଓ ଦକ୍ଷିଣ ଆଫ୍ରିକୀୟଙ୍କ ତୁଳନାରେ ପାସିଫିକିଆ ଅଧିବାସୀଙ୍କ ସଂଖ୍ୟା ଅଧିକ ଥିଲା। ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ନିଜ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, ସେମାନେ ନିଜ ପରିଚୟପତ୍ର ସାଙ୍ଗରେ ନେଇଯାଆନ୍ତୁ। ଫଳରେ ସେମାନେ ଭିଜା ଅବଧି ଶେଷ ପରେ ରହୁଥିବା ପ୍ରବାସୀ ନୁହନ୍ତି ବୋଲି ଯାଞ୍ଚ ବେଳେ ସୁନିଶ୍ଚିତ ହୋଇପାରିବ। ସେତେବେଳେ ରାସ୍ତା, ସ୍କୁଲ ଓ ଚର୍ଚ୍ଚରେ ଲୋକଙ୍କୁ ହଠାତ୍‌ ଅଟକାଇ ପରିଚୟପତ୍ର ଦେଖାଇବାକୁ କୁହାଯାଉଥିଲା। ଭୋର ସମୟରେ ଚଢ଼ାଉ କରାଯାଇଥିବାରୁ ଏହା ‘ଡନ୍‌ ରେଡ୍ସ’ ନାମରେ କୁଖ୍ୟାତ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନ୍ୟୁଜିଲାଣ୍ଡର ଅର୍ଥନୀତି ଦ୍ରୁତଗତିରେ ଆଗେଇ ଚାଲିଥିଲା। ଏଥିପାଇଁ ଦେଶରେ ବହୁ ସଂଖ୍ୟକ ଶ୍ରମିକ ଆବଶ୍ୟକ ପଡ଼ିଥିଲା। ଫଳରେ ପ୍ରଶାନ୍ତ ଦ୍ୱୀପ ସମୂହର ପ୍ରବାସୀଙ୍କୁ ନ୍ୟୁଜିଲାଣ୍ଡ ସ୍ବାଗତ କରିଥିଲା। ୧୯୭୦ ଦଶକ ପ୍ରାରମ୍ଭରେ ପୁଣି ଆର୍ଥିକ ସଙ୍କଟ ସୃଷ୍ଟି ହେବାରୁ ଦେଶରେ ବେକରି ସଂଖ୍ୟା ବଢ଼ିବାରେ ଲାଗିଲା। ରାଜନେତା ଓ ଗଣମାଧ୍ୟମ ପକ୍ଷରୁ ପ୍ରବାସୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ୧୯୭୪ରେ ଆରମ୍ଭ ହୋଇଥିବା ଏହି ଚଢ଼ାଉ ୧୯୮୦ ପର୍ଯ୍ୟନ୍ତ ଚାଲିଥିଲା। ପରେ ଧର୍ମଗୁରୁ, ନେତା ଓ ସିଭିଲ ସୋସାଇଟି ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଚଢ଼ାଉ ବନ୍ଦ କରାଯାଇଥିଲା। ନ୍ୟୁଜିଲାଣ୍ଡ ସରକାରଙ୍କ ତଥ୍ୟାନୁସାରେ ୧୯୭୬ ବେଳକୁ ଦେଶରେ ୫୦,୦୦୦ରୁ ଅଧିକ ପାସିଫିକ୍‌ ଆଇଲାଣ୍ଡର୍ସ ଥିଲେ। ବର୍ତ୍ତମାନ ନ୍ୟୁଜିଲାଣ୍ଡର ପାସିଫିକ୍‌ ପିପୁଲ୍ସ ମନ୍ତ୍ରୀ ଥିବା ଅପିଟୋ ଓ୍ବିଲିୟମ୍‌ ସିଓ ମଧ୍ୟ ଏହି ଅପରେଶନର ଶିକାର ହୋଇଥିଲେ।
କ୍ଷମା ମାଗିବା ପାଇଁ ଅକ୍‌ଲାଣ୍ଡ ଟାଉନ୍‌ହଲରେ ରବିବାର ଏକ ଶୋକାକୁଳ ପରିବେଶରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ନିଆଯାଇଥିବା ଉପରୋକ୍ତ କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ପରିବାରମାନେ, ପାସିଫିକ୍‌ ଆଇଲାଣ୍ଡର ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ, ଡନ୍‌ ରେଡ୍ସ ପାଇଁ ସେ ସଫା ମନ ଓ ଖୋଲା ହୃଦୟରେ କ୍ଷମା ମାଗୁଛନ୍ତି। ପ୍ରଶାନ୍ତ କ୍ଷେତ୍ରୀୟ ସମୁଦାୟର ଲୋକେ ଆଜି ମଧ୍ୟ ନ୍ୟୁଜିଲାଣ୍ଡରେ ପୀଡ଼ିତ। ସେମାନେ ପୂର୍ବର କ୍ଷତକୁ ଏବେ ବି ସ୍ମରଣ କରୁଛନ୍ତି। ସେମାନଙ୍କୁ କ୍ଷମା ମାଗିବା ସହ ଏହି ପ୍ରକରଣରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶାବାଦୀ।

କ୍ଷମା ମାଗିବା ପାଇଁ ଅକ୍‌ଲାଣ୍ଡ ଟାଉନ୍‌ହଲରେ ରବିବାର ଏକ ଶୋକାକୁଳ ପରିବେଶରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ନିଆଯାଇଥିବା ଉପରୋକ୍ତ କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ପରିବାରମାନେ, ପାସିଫିକ୍‌ ଆଇଲାଣ୍ଡର ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ, ଡନ୍‌ ରେଡ୍ସ ପାଇଁ ସେ ସଫା ମନ ଓ ଖୋଲା ହୃଦୟରେ କ୍ଷମା ମାଗୁଛନ୍ତି। ପ୍ରଶାନ୍ତ କ୍ଷେତ୍ରୀୟ ସମୁଦାୟର ଲୋକେ ଆଜି ମଧ୍ୟ ନ୍ୟୁଜିଲାଣ୍ଡରେ ପୀଡ଼ିତ। ସେମାନେ ପୂର୍ବର କ୍ଷତକୁ ଏବେ ବି ସ୍ମରଣ କରୁଛନ୍ତି। ସେମାନଙ୍କୁ କ୍ଷମା ମାଗିବା ସହ ଏହି ପ୍ରକରଣରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri