ଡନ୍‌ ରେଡ୍ସ: କ୍ଷମା ମାଗିଲେ ଆର୍ଡନ

ଅକ୍‌ଲାଣ୍ଡ,୨ା୮: ୧୯୭୦ ଦଶକର ମଧ୍ୟଭାଗରେ ପାସିଫିକ୍‌ ଆଇଲାଣ୍ଡର୍ସ ବା ପ୍ରଶାନ୍ତ ଦ୍ୱୀପପୁଞ୍ଜ ଅଧିବାସୀ ‘ପାସିଫିକିଆ’ଙ୍କ ଉପରେ ନ୍ୟୁଜିଲାଣ୍ଡ ପକ୍ଷରୁ ଭୋର ସମୟରେ ଚଢ଼ାଉ (ଡନ୍‌ ରେଡ୍ସ) କରାଯାଇଥିଲା। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଶେଷରେ ରବିବାର ଆନୁଷ୍ଠାନିକ ଭାବେ ଏହି ବର୍ବର କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମା ମାଗିଛନ୍ତି।
ଟୋଙ୍ଗା, ଫିଜି ସମେତ ପ୍ରଶାନ୍ତ ଦ୍ୱୀପପୁଞ୍ଜର ବହୁସଂଖ୍ୟକ ଅଧିବାସୀ ନ୍ୟୁଜିଲାଣ୍ଡର କଳକାରଖାନା, ଚାଷଜମି ଓ ଅନ୍ୟ କ୍ଷେତ୍ରଗୁଡ଼ିକରେ କାମ କରୁଥିଲେ। ଏଥିପାଇଁ ସେମାନଙ୍କୁ ଅସ୍ଥାୟୀ ଭିଜା ମିଳୁଥିଲା। ତେବେ ପ୍ରବାସୀମାନେ ଭିଜା ଅବଧି ଶେଷ ହେବା ପରେ ମଧ୍ୟ ନ୍ୟୁଜିଲାଣ୍ଡରେ ରହୁଥିଲେ। ନ୍ୟୁଜିଲାଣ୍ଡବାସୀ ଏହାକୁ ବିରୋଧ କରିଥିଲେ। ପାସିଫିକିଆମାନେ ସେମାନଙ୍କ ରୋଜଗାର ଛଡ଼ାଇନେଇଥିବା ସେମାନେ ଅଭିଯୋଗ ଆଣିଥିଲେ। ଫଳରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ନିଜ ନିଜ ମୂଳ ଦେଶକୁ ପ୍ରତ୍ୟର୍ପଣ କରାଯାଇଥିଲା। ବ୍ରିଟିଶ୍‌, ଅଷ୍ଟ୍ରେଲୀୟ ଓ ଦକ୍ଷିଣ ଆଫ୍ରିକୀୟଙ୍କ ତୁଳନାରେ ପାସିଫିକିଆ ଅଧିବାସୀଙ୍କ ସଂଖ୍ୟା ଅଧିକ ଥିଲା। ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ନିଜ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, ସେମାନେ ନିଜ ପରିଚୟପତ୍ର ସାଙ୍ଗରେ ନେଇଯାଆନ୍ତୁ। ଫଳରେ ସେମାନେ ଭିଜା ଅବଧି ଶେଷ ପରେ ରହୁଥିବା ପ୍ରବାସୀ ନୁହନ୍ତି ବୋଲି ଯାଞ୍ଚ ବେଳେ ସୁନିଶ୍ଚିତ ହୋଇପାରିବ। ସେତେବେଳେ ରାସ୍ତା, ସ୍କୁଲ ଓ ଚର୍ଚ୍ଚରେ ଲୋକଙ୍କୁ ହଠାତ୍‌ ଅଟକାଇ ପରିଚୟପତ୍ର ଦେଖାଇବାକୁ କୁହାଯାଉଥିଲା। ଭୋର ସମୟରେ ଚଢ଼ାଉ କରାଯାଇଥିବାରୁ ଏହା ‘ଡନ୍‌ ରେଡ୍ସ’ ନାମରେ କୁଖ୍ୟାତ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନ୍ୟୁଜିଲାଣ୍ଡର ଅର୍ଥନୀତି ଦ୍ରୁତଗତିରେ ଆଗେଇ ଚାଲିଥିଲା। ଏଥିପାଇଁ ଦେଶରେ ବହୁ ସଂଖ୍ୟକ ଶ୍ରମିକ ଆବଶ୍ୟକ ପଡ଼ିଥିଲା। ଫଳରେ ପ୍ରଶାନ୍ତ ଦ୍ୱୀପ ସମୂହର ପ୍ରବାସୀଙ୍କୁ ନ୍ୟୁଜିଲାଣ୍ଡ ସ୍ବାଗତ କରିଥିଲା। ୧୯୭୦ ଦଶକ ପ୍ରାରମ୍ଭରେ ପୁଣି ଆର୍ଥିକ ସଙ୍କଟ ସୃଷ୍ଟି ହେବାରୁ ଦେଶରେ ବେକରି ସଂଖ୍ୟା ବଢ଼ିବାରେ ଲାଗିଲା। ରାଜନେତା ଓ ଗଣମାଧ୍ୟମ ପକ୍ଷରୁ ପ୍ରବାସୀଙ୍କ ଉପରେ ଆକ୍ରମଣ କରାଯାଇଥିଲା। ୧୯୭୪ରେ ଆରମ୍ଭ ହୋଇଥିବା ଏହି ଚଢ଼ାଉ ୧୯୮୦ ପର୍ଯ୍ୟନ୍ତ ଚାଲିଥିଲା। ପରେ ଧର୍ମଗୁରୁ, ନେତା ଓ ସିଭିଲ ସୋସାଇଟି ପକ୍ଷରୁ ଏହାକୁ ବିରୋଧ କରାଯିବାରୁ ଚଢ଼ାଉ ବନ୍ଦ କରାଯାଇଥିଲା। ନ୍ୟୁଜିଲାଣ୍ଡ ସରକାରଙ୍କ ତଥ୍ୟାନୁସାରେ ୧୯୭୬ ବେଳକୁ ଦେଶରେ ୫୦,୦୦୦ରୁ ଅଧିକ ପାସିଫିକ୍‌ ଆଇଲାଣ୍ଡର୍ସ ଥିଲେ। ବର୍ତ୍ତମାନ ନ୍ୟୁଜିଲାଣ୍ଡର ପାସିଫିକ୍‌ ପିପୁଲ୍ସ ମନ୍ତ୍ରୀ ଥିବା ଅପିଟୋ ଓ୍ବିଲିୟମ୍‌ ସିଓ ମଧ୍ୟ ଏହି ଅପରେଶନର ଶିକାର ହୋଇଥିଲେ।
କ୍ଷମା ମାଗିବା ପାଇଁ ଅକ୍‌ଲାଣ୍ଡ ଟାଉନ୍‌ହଲରେ ରବିବାର ଏକ ଶୋକାକୁଳ ପରିବେଶରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ନିଆଯାଇଥିବା ଉପରୋକ୍ତ କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ପରିବାରମାନେ, ପାସିଫିକ୍‌ ଆଇଲାଣ୍ଡର ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ, ଡନ୍‌ ରେଡ୍ସ ପାଇଁ ସେ ସଫା ମନ ଓ ଖୋଲା ହୃଦୟରେ କ୍ଷମା ମାଗୁଛନ୍ତି। ପ୍ରଶାନ୍ତ କ୍ଷେତ୍ରୀୟ ସମୁଦାୟର ଲୋକେ ଆଜି ମଧ୍ୟ ନ୍ୟୁଜିଲାଣ୍ଡରେ ପୀଡ଼ିତ। ସେମାନେ ପୂର୍ବର କ୍ଷତକୁ ଏବେ ବି ସ୍ମରଣ କରୁଛନ୍ତି। ସେମାନଙ୍କୁ କ୍ଷମା ମାଗିବା ସହ ଏହି ପ୍ରକରଣରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶାବାଦୀ।

କ୍ଷମା ମାଗିବା ପାଇଁ ଅକ୍‌ଲାଣ୍ଡ ଟାଉନ୍‌ହଲରେ ରବିବାର ଏକ ଶୋକାକୁଳ ପରିବେଶରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ନିଆଯାଇଥିବା ଉପରୋକ୍ତ କାର୍ଯ୍ୟାନୁଷ୍ଠାନରେ ପ୍ରଭାବିତ ପରିବାରମାନେ, ପାସିଫିକ୍‌ ଆଇଲାଣ୍ଡର ବିଶିଷ୍ଟ ବ୍ୟକ୍ତି ଓ ସରକାରୀ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ସେମାନଙ୍କୁ ସମ୍ବୋଧିତ କରି କହିଥିଲେ, ଡନ୍‌ ରେଡ୍ସ ପାଇଁ ସେ ସଫା ମନ ଓ ଖୋଲା ହୃଦୟରେ କ୍ଷମା ମାଗୁଛନ୍ତି। ପ୍ରଶାନ୍ତ କ୍ଷେତ୍ରୀୟ ସମୁଦାୟର ଲୋକେ ଆଜି ମଧ୍ୟ ନ୍ୟୁଜିଲାଣ୍ଡରେ ପୀଡ଼ିତ। ସେମାନେ ପୂର୍ବର କ୍ଷତକୁ ଏବେ ବି ସ୍ମରଣ କରୁଛନ୍ତି। ସେମାନଙ୍କୁ କ୍ଷମା ମାଗିବା ସହ ଏହି ପ୍ରକରଣରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?