ଗୁମର ଖୋଲି ସର୍ତ୍ତରେ ଆସିଲେ ଡେଭିଡ୍‌

ଭୁବନେଶ୍ୱର,୮।୧୨(ବ୍ୟୁରୋ): ଟାଟା ମୋଟର୍ସ କମ୍ପାନୀରେ ଚାକିରି ଦେବା ଆଳରେ ଠକେଇ କରି ଜେଲ ଯାଇଥିବା ଆକାଶ ପାଠକଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟରଙ୍କୁ କ୍ରାଇବ୍ରାଞ୍ଚ ଟିମ୍‌ ସୋମବାର ଛାଡ଼ି ଦେଇଛି। ତାଙ୍କୁ ପୁଣେରୁ ଉଠାଇ ଆଣି ଭୁବନେଶ୍ୱରରେ ୩ଦିନ ଧରି ମାରାଥନ ଜେରା ଚାଲିଥିଲା। ତେବେ ଆକାଶଙ୍କ ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗରେ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏପ୍‌ ଅଭୟକାନ୍ତ ପାଠଙ୍କ କାର୍‌ନାମା ସମ୍ପର୍କରେ ଡେଭିଡ୍‌ ବହୁ ଚାଞ୍ଚଲ୍ୟକତର ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଏହାପରେ ତାଙ୍କୁ କେତେକ ସର୍ତ୍ତ ରଖି ଛାଡ଼ି ଦିଆଯାଇଛି। ଆବଶ୍ୟକ ପଡିଲେ ଡେଭିଡ୍‌ ତଦନ୍ତରେ ସହଯୋଗ କରିବେ। ଏଥିସହ ତାଙ୍କର ସମସ୍ତ ବୟାନର ଭିଡଓଗ୍ରାଫି କରାଯାଇଛି। ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇଥିବା କ୍ରାଇମବ୍ରାଞ୍ଚର ଏଡିଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ପିଟରଙ୍କୁ ପଚରାଉଚରା ପରେ ପୃଷ୍ଠା ଲେଉଟିଲା ଭଳି ପାଠକ ପରିବାର ଓ ସେମାନଙ୍କ ଲିଙ୍କ୍‌ରେ ଜେଲ୍‌ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାରର ଭିତିରି ଗୁମର ଖୋଲଛି। ପିଟର ଦେଇଥିବା ସୂଚନା ମୁତାବକ ଆକାଶଙ୍କ ଘରେ ଅଫିସ କାର୍ଯ୍ୟାଳୟ ଥିବାବେଳେ ଜୁମ୍‌ ଆପ୍‌ ଜରିଆରେ ଆଶାୟୀ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯାଉଥିଲା। ସର୍ବେଶ୍ୱର ରାଏ ନାମକ ବ୍ୟକ୍ତି ସେମାନଙ୍କୁ ଆଶାୟୀ ପ୍ରାର୍ଥୀଙ୍କ ତଥ୍ୟ ଯୋଗାଉଥିବା ସେ ସୂଚନା ଦେଇଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୦ ଜଣଙ୍କ ଇଣ୍ଟରଭ୍ୟୁ ନିଆଯାଇଥିଲା। ମାର୍ଚ୍ଚ ୨୩ରେ ସେ ପୁଣେରୁ ଭୁବନେଶ୍ୱର ଆସିଥିବାବେଳେ ମନୀଷ କୁଲକର୍ଣ୍ଣୀ ନାମକ ବ୍ୟକ୍ତି ଚାର୍ଟର ଫ୍ଲାଇଟ୍‌ ବୁଝୁଥିଲେ। ୨୦୨୦ରେ ଉଭୟ ପରିବାର ୧୨ରୁ ୧୮ଥର ଚାର୍ଟର ଫ୍ଲାଇଟ୍‌ ବ୍ୟବହାର କରି ମୁମ୍ବାଇ, ପୁଣେ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନକୁ ଉଡୁଥିଲେ। ୮ ଜଣିଆ ଚାର୍ଟର ଫ୍ଲାଇଟ୍‌ ବୁକ୍‌ କରିବାକୁ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଗତ ଦୀପାବଳୀରେ ୧୮ ଶିଟ୍‌ ବିଶିଷ୍ଟ ଚାର୍ଟରକୁ ୩୨ ଲକ୍ଷ ଟଙ୍କା ଭଡା ଦେଇ ଭୁବନେଶ୍ୱରରୁ ପୁଣେ ଓ ପରେ ମୁମ୍ବାଇକୁ ଯାଇ ତାଜ ହୋଟେଲରେ ରହିଥିଲେ। ଆକାଶ ପାଠକଙ୍କ ବିବାହ ପାଇଁ ୫ ଲକ୍ଷ ଟଙ୍କା ଅଗ୍ରିମ ଆକାରରେ ଦିଆଯାଇଥିଲା। ଫ୍ଲାଇଟ୍‌ ବୁକ୍‌ ବାବଦକୁ ସ୍କାଏ କିଙ୍ଗର ସମସ୍ତ ପେମେଣ୍ଟେ ବ୍ୟାଙ୍କ ଅକାଉଣ୍ଟ ମାଧ୍ୟମରେ ହେଉଥିଲା।
ଅନ୍ୟପକ୍ଷରେ ବିହାର ପାଟଣାରେ ପାଠକ ବାପ ପୁଅଙ୍କ ଘର ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଅଭୟକାନ୍ତଙ୍କ ବେନାମୀ ସମ୍ପତ୍ତିର ଖୋଳତାଡ ଚାଲିଛି। ବିଧାୟକ ପ୍ରଦୀପଙ୍କ ନାମରେ ବ୍ରହ୍ମପୁର ଅଞ୍ଚଳରେ ଅଭିଯୋଗ ସଂଖ୍ୟ ବଢିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ନେଣଦେଣ ହୋଇଥିବା ୨.୪୮ କୋଟି ଟଙ୍କାକୁ ନେଇ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) ଖାଳତାଡ଼ ଜାରି ରଖିଥିବାବେଳେ ସୋମବାର ୨ ଜଣଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri