Posted inଜାତୀୟ

ଦେଶର ଝିଅମାନେ ଆଜି ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ ,୧୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ କରିଛନ୍ତି। ଏହି ସମୟରେ ସେ ଦିୟାନନ୍ଦ ସରସ୍ବତୀଙ୍କ ସମାଜ ପାଇଁ କରିଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଏହି ଉତ୍ସବ ଐତିହାସିକ ଏବଂ ଭବିଷ୍ୟତରେ ଇତିହାସ ସୃଷ୍ଟି କରିବ। ଆଜି ଏକବିଂଶ ଶତାବ୍ଦୀରେ ଯେତେବେଳେ ବିଶ୍ୱ ଅନେକ ବିବାଦରେ ଛନ୍ଦି ହୋଇ ହିଂସା ଏବଂ ଅସ୍ଥିରତା ମଧ୍ୟରେ ଜଡିତ ରହିଛି ସେତେବେଳେ ଦୟାନନ୍ଦଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୋଟି କୋଟି ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛି।

ଯେତେବେଳେ ଦାୟନ୍ଦଙ୍କ ଜନ୍ମ ହୋଇଥିଲେ ଦେଶ ପରାଧୀନ ଦ୍ୱାରା ଦୁର୍ବଳ ହେବା ପରେ ନିଜର ଗୌରବ, ଆତ୍ମବିଶ୍ୱାସ ଏବଂ ସବୁକିଛି ହରାଉଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ଆମର ମୂଲ୍ୟବୋଧ ଏବଂ ଆଦର୍ଶକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ଏପରି ସମୟରେ ସାମାଜିକ ଭେଦଭାବ, ଉଚ୍ଚ-ନିମ୍ନ, ଅସ୍ପୃଶ୍ୟତା ଭଳି ସାମାଜିକ ଦୁଷ୍କର୍ମ ବିରୋଧରେ ଦୟାନନ୍ଦ ଏକ ଶକ୍ତିଶାଳୀ ଅଭିଯାନ ଆରମ୍ଭ କରିଥିଲେ ।

ମହିଳାମାନଙ୍କ ସମ୍ବନ୍ଧରେ ସମାଜରେ ବୃଦ୍ଧି ପାଇଥିବା ପାରମ୍ପରିକ ପ୍ରଥା ବିରୋଧରେ ଦାୟାନନ୍ଦ ଯୁକ୍ତିଯୁକ୍ତ ଏବଂ ପ୍ରଭାବଶାଳୀ ସ୍ବର ଉତ୍ତୋଳନ କରିଥିଲେ। ସେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ବିରୋଧ କରି ମହିଳା ଶିକ୍ଷା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହାର ଫଳ ସ୍ବରୂପ ଆଜି ଦେଶର ଝିଅମାନେ ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଗରିବ ଏବଂ ଅଧିବାସୀମାନଙ୍କର ଉନ୍ନତିକୁ ହେଉଛିପ୍ରାଥମିକତା ପ୍ରଦାନ କରାଯାଇଛି।

ଦୟାନନ୍ଦ ଜୀ କେବଳ ତାଙ୍କ ଜୀବନରେ ଏକ ପଥ ପରିଷ୍କାର କରିନାହାଁନ୍ତି, ବରଂ ଅନେକ ଅନୁଷ୍ଠାନ ମଧ୍ୟ ସୃଷ୍ଟି କରିଛନ୍ତି। ସେ ତାଙ୍କ ଜୀବନ କାଳରେ ବୈପ୍ଳବିକ ଚିନ୍ତାଧାରା ବହନ କରି ଲୋକଙ୍କୁ ବଞ୍ଚିବାର ପ୍ରେରଣା ଦେଇଥିଲେ। ସେ ପ୍ରତ୍ୟେକ ଚିନ୍ତାଧାରାକୁ ସାମାଜିକ ବ୍ୟବସ୍ଥା ସହିତ ଯୋଡିଥିଲେ। ତାଙ୍କ ଦ୍ୱାରା ରୋପଣ କରାଯାଇଥିବା ଚାରା ଆଜି ଏକ ବିରାଟ ବଟବୃକ୍ଷ ଆକାରରେ ସମଗ୍ର ମାନବିକତାକୁ ଛାଇ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri