ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ଘୁଞ୍ଚୁଛି

ନୟାଗଡ଼,୨୯ା୯(ଲୋକନାଥ ମିଶ୍ର): ନୟାଗଡ ଜିଲାର ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ବାରମ୍ବାର ଘୁଞ୍ଚତ୍ ଚାଲିଛି। ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ବଢୁଛି ଅସନ୍ତୋଷ। ଏଣେ ଦାନା ବାନ୍ଧୁଛି ଆନ୍ଦୋଳନ। ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସମସ୍ତ ପ୍ରକାର ଯାଞ୍ଚ ଏବଂ ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏପରି କି ଦକ୍ଷିଣ-ପୂର୍ବ ସର୍କଲ ରେଳପଥ ମୁଖ୍ୟ ସୁରକ୍ଷା ଅଧିକାରୀ ଏ.ଏମ୍‌.ଚୌଧୁରୀ ସମସ୍ତ ପ୍ରକାରର ଯାଞ୍ଚ କାର୍ଯ୍ୟ ଶେଷ କରି ଟ୍ରେନ ଚଳାଚଳ ପାଇଁ ନିରାପତ୍ତା ପ୍ରମାଣପତ୍ର ବିଭାଗ ନିକଟରେ ଗତ ୨ ମାସ ପୂର୍ବରୁ ଦାଖଲ କରି ସାରିଛନ୍ତି। ତେବେ ସମସ୍ତ ପ୍ରକାରର ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ନୟାଗଡ଼ ଜିଲାବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ଦଶପଲ୍ଲାରୁ ରେଳ ଚଳାଚଳ ଆରମ୍ଭ ହେଲେ ଦଶପଲ୍ଲା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ଯଥା ବାଣିଗୋଚ୍ଛା, ଟାକରା, ଗଣିଆ, ଛାମୁଣ୍ଡିଆ ଏପରି କି ଜିଲା ବାହାର ଫୁଲବାଣୀ,ବୌଦ୍ଧ ଆଦି ସ୍ଥାନରୁ ଯାତ୍ରୀମାନେ ପୁରୀଧାମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୁବିଧା ହେବ। ମାତ୍ର ସେମାନଙ୍କ ଜଗନ୍ନାଥ ଦର୍ଶନ ଅଭିଳାଷକୁୁ ରେଳବିଭାଗ ଅନ୍ତରାୟ ସାଜିଛି। ଏ ନେଇ ପୂର୍ବତଟ ରେଳବିଭାଗର ଜଣେ ପଦସ୍ଥ ଅଧିକାରୀ ନିଜ ନାମ ଗୋପନ ରଖିବା ସୂତ୍ରରେ କହିଛନ୍ତି, ରେଳମନ୍ତ୍ରୀ ନିର୍ବାଚନକୁ ଆଖି ଆଗରେ ରଖି ଏହାର ଉଦଘାଟନ ତାରିଖ ସ୍ଥିର କରିବେ। ଖୋଦ୍‌ ରେଳମନ୍ତ୍ରୀ ଦଶପଲ୍ଲା ରେଳଷ୍ଟେଶନ ଉଦଘାଟନର ଅନ୍ତରାୟ ସୃଷ୍ଟି କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୫ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ରେ ବେଗୁନିଆ ରେଳ ଷ୍ଟେଶନ ଉଦଘାଟନ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ରେ ନୟାଗଡ଼ ଟାଉନ ଏବଂ ୨୦୧୯ରେ ମହୀପୁର ଏବଂ ୨୦୨୨ରେ ନୂଆଗାଁ ରୋଡ୍‌ ରେଳ ଷ୍ଟେଶନ ଉଦଘାଟିତ ହୋଇ ରେଳ ଚଳାଚଳ କରୁଛି। ହେଲେ ଦଶପଲ୍ଲା ଷ୍ଟେଶନକୁ ଉଦ୍‌ଘାଟନ ବିଳମ୍ବ ହୋଇ ଚାଲିଛି। ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳ ନ ହେଲେ ଜିଲାବାସୀ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri