ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ଘୁଞ୍ଚୁଛି

ନୟାଗଡ଼,୨୯ା୯(ଲୋକନାଥ ମିଶ୍ର): ନୟାଗଡ ଜିଲାର ଦଶପଲ୍ଲା ରେଳଷ୍ଟେଶନ ଉଦ୍‌ଘାଟନ ତାରିଖ ବାରମ୍ବାର ଘୁଞ୍ଚତ୍ ଚାଲିଛି। ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ବଢୁଛି ଅସନ୍ତୋଷ। ଏଣେ ଦାନା ବାନ୍ଧୁଛି ଆନ୍ଦୋଳନ। ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସମସ୍ତ ପ୍ରକାର ଯାଞ୍ଚ ଏବଂ ପରୀକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏପରି କି ଦକ୍ଷିଣ-ପୂର୍ବ ସର୍କଲ ରେଳପଥ ମୁଖ୍ୟ ସୁରକ୍ଷା ଅଧିକାରୀ ଏ.ଏମ୍‌.ଚୌଧୁରୀ ସମସ୍ତ ପ୍ରକାରର ଯାଞ୍ଚ କାର୍ଯ୍ୟ ଶେଷ କରି ଟ୍ରେନ ଚଳାଚଳ ପାଇଁ ନିରାପତ୍ତା ପ୍ରମାଣପତ୍ର ବିଭାଗ ନିକଟରେ ଗତ ୨ ମାସ ପୂର୍ବରୁ ଦାଖଲ କରି ସାରିଛନ୍ତି। ତେବେ ସମସ୍ତ ପ୍ରକାରର ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲାକୁ ଟ୍ରେନ ଚଳାଚଳ ଆରମ୍ଭ ହେଉ ନ ଥିବାରୁ ନୟାଗଡ଼ ଜିଲାବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ଦଶପଲ୍ଲାରୁ ରେଳ ଚଳାଚଳ ଆରମ୍ଭ ହେଲେ ଦଶପଲ୍ଲା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳ ଯଥା ବାଣିଗୋଚ୍ଛା, ଟାକରା, ଗଣିଆ, ଛାମୁଣ୍ଡିଆ ଏପରି କି ଜିଲା ବାହାର ଫୁଲବାଣୀ,ବୌଦ୍ଧ ଆଦି ସ୍ଥାନରୁ ଯାତ୍ରୀମାନେ ପୁରୀଧାମ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସୁବିଧା ହେବ। ମାତ୍ର ସେମାନଙ୍କ ଜଗନ୍ନାଥ ଦର୍ଶନ ଅଭିଳାଷକୁୁ ରେଳବିଭାଗ ଅନ୍ତରାୟ ସାଜିଛି। ଏ ନେଇ ପୂର୍ବତଟ ରେଳବିଭାଗର ଜଣେ ପଦସ୍ଥ ଅଧିକାରୀ ନିଜ ନାମ ଗୋପନ ରଖିବା ସୂତ୍ରରେ କହିଛନ୍ତି, ରେଳମନ୍ତ୍ରୀ ନିର୍ବାଚନକୁ ଆଖି ଆଗରେ ରଖି ଏହାର ଉଦଘାଟନ ତାରିଖ ସ୍ଥିର କରିବେ। ଖୋଦ୍‌ ରେଳମନ୍ତ୍ରୀ ଦଶପଲ୍ଲା ରେଳଷ୍ଟେଶନ ଉଦଘାଟନର ଅନ୍ତରାୟ ସୃଷ୍ଟି କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୫ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ରେ ବେଗୁନିଆ ରେଳ ଷ୍ଟେଶନ ଉଦଘାଟନ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ରେ ନୟାଗଡ଼ ଟାଉନ ଏବଂ ୨୦୧୯ରେ ମହୀପୁର ଏବଂ ୨୦୨୨ରେ ନୂଆଗାଁ ରୋଡ୍‌ ରେଳ ଷ୍ଟେଶନ ଉଦଘାଟିତ ହୋଇ ରେଳ ଚଳାଚଳ କରୁଛି। ହେଲେ ଦଶପଲ୍ଲା ଷ୍ଟେଶନକୁ ଉଦ୍‌ଘାଟନ ବିଳମ୍ବ ହୋଇ ଚାଲିଛି। ଦଶହରା ପୂର୍ବରୁ ଦଶପଲ୍ଲାକୁ ଟ୍ରେନ ଚଳାଚଳ ନ ହେଲେ ଜିଲାବାସୀ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri