ଧସିଲା ବୁଢ଼ାବଳଙ୍ଗ ପଥର ପ୍ୟାକିଂ

ବାଲେଶ୍ୱର ଅଫିସ, ୨୦।୮: ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା-ଫୁଲାଡ଼ି ମଧ୍ୟଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଦକ୍ଷିଣପାର୍ଶ୍ୱରେ ହୋଇଥିବା ପଥରପ୍ୟାକିଂ ଧସିଛି। ନଦୀକୂଳିଆ ଗାଁକୁ ଥିବା ବିପଦ ଥିବା ଆଶଙ୍କା ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନଠାରେ ଅଭିଯୋଗ ଆଣିଛନ୍ତି।
ବୁଢ଼ାବଳଙ୍ଗ ନଦୀ ଦକ୍ଷିଣପାର୍ଶ୍ୱରେ ଅନ୍ୟୁନ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହୋଇଥିବା ପଥରପ୍ୟାକିଂ କାମ ୬ ମାସ ନ ପୂରୁଣୁ ପୁଣି ପଥର ଖସି ନଦୀଗର୍ଭକୁ ଯାଇଛି। ପ୍ୟାକିଂ ବେଳେ ସ୍ପର ଠିକ୍‌ ଭାବେ ନ ହେବା, ମଧ୍ୟମଧରଣର ଗଣ୍ଡରେ ପଥର ଡମ୍ପିଂ କରା ନ ଯାଇ ମାଟିକୁ ସଜାଡ଼ି ପଥରପ୍ୟାକିଂ ହୋଇଥିଲା। ଚଳିତ ଲଘୁଚାପଜନିତ ବର୍ଷା ପ୍ରଭାବରେ ନଦୀରେ ଆସିଥିବା ସାମାନ୍ୟ ବନ୍ୟାରେ ୨୦ ଫୁଟ୍‌ରୁ ଅଧିକ ପଥର ପ୍ୟାକିଂ ନଦୀଗର୍ଭକୁ ଧସିଯାଇଛି। ଏଥିସହ ପଥରପ୍ୟାକିଂର ଆଗକୁ ମଧ୍ୟ କିଛି ଅଂଶ କୂଳକ୍ଷୟ ହୋଇଛି। ପ୍ୟାକିଂରେ ଅତ୍ୟନ୍ତ ଛୋଟପଥର ଦେବା, ପଥର ସଂଯୋଗୀକରଣରେ ସିମେଣ୍ଟ ଜଏଣ୍ଟ ନ ହେବା ଓ ସର୍ବୋପରି ଆଡ଼ିବନ୍ଧରୁ ଉପରକୁ ପାଖାପାଖି ଦେଢ଼ମିଟର ପଥର ଦିଆ ନ ଯିବା ଏହା ଧସିବାର ଅନ୍ୟତମ କାରଣ ବୋଲି ଆଶଙ୍କା କରାଯାଉଛି। ସେହିପରି ଉକ୍ତ ସ୍ଥାନରେ ଏକ ମଧ୍ୟମଧରଣର ଗଣ୍ଡ ରହିଛି। ଗଣ୍ଡ ପାର୍ଶ୍ୱରେ ଗାର୍ଡ଼ୱାଲ କିମ୍ବା ବଡ଼ ବଡ଼ ପଥର ଡମ୍ପିଂ କରାଯାଇ କୂଳକ୍ଷୟ ନିମନ୍ତେ ପଥର ପ୍ୟାକିଂ କରାଯିବା କଥା। ହେଲେ କାଁ ଭାଁ ପଥର ଡମ୍ପିଂ କରାଯାଇ ଯେନତେନ ଏହି ପ୍ୟାକିଂ କରାଯାଇଥିଲା। ପ୍ରତିବର୍ଷ ବୁଢ଼ାବଳଙ୍ଗ ନଦୀ କୂଳକ୍ଷୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାର କିଛିଦିନ ପରେ ପୁଣି ମରାମତି ପାଇଁ କାର୍ଯ୍ୟ କରାଯାଉଥିବାରୁ ବାରମ୍ବାର ରାଜସ୍ବହାନି ହେଉଛି। ଏହାକୁ ନେଇ ସାଧାରଣରେ ଆଲୋଚନା ହେଉଛି।
ସେହିପରି ସହର ଉପକଣ୍ଠସ୍ଥ ଅକ୍ତିଆରପୁର ଛକପରଠାରୁ ୫୦୦ ମିଟର, ୫୦୦ରୁ ୯୫୦ ଓ ୫୦୦ରୁ ୧୪୫୦ ମିଟର ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ମଧ୍ୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପଥରପ୍ୟାକିଂ ଚଳିତବର୍ଷ ହୋଇଛି। ଏହି ପଥରପ୍ୟାକିଂର କିଛି ଅଂଶରୁ ପଥର ଖସିବା ମଧ୍ୟ ଆରମ୍ଭ ହେଲାଣି। ପଥର ଯୋଡ଼ାଣି ମୁଣ୍ଡକୁ କଂକ୍ରିଟ୍‌ରେ ଜଏଣ୍ଟ କରା ନ ଯିବା ଦ୍ୱାରା ସାମାନ୍ୟ ବର୍ଷାପାଣିରେ ପଥର ଉପରେ ମାଡ଼ ହେଉଛି ଓ ପଥର ମଧ୍ୟରେ ଥିବା ଫାଙ୍କାରୁ ମାଟି ନଦୀଗର୍ଭକୁ ବାହାରିଯିବାରୁ ଅତି ସହଜରେ ପ୍ୟାକିଂ ପଥର ଖସୁଛି। ନିମ୍ନମାନର କାମ ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଏହାକୁ ଧ୍ୟାନ ନ ଦେବା ହେତୁ ନଦୀକୂଳିଆ ଗ୍ରାମବାସୀ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୃଷ୍ଟି ଦେବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିବା ସହ ବିଧିବଦ୍ଧ ତଦନ୍ତ ନିମେନ୍ତ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri