Posted inଫୁରସତ

କେବଳ ଦଶହରାରେ ଖୋଲିଥାଏ ଏହି ମନ୍ଦିର, ପୂଜା ପାଆନ୍ତି ରାବଣ

କାନପୁର: ପ୍ରତିବର୍ଷ ଦଶହରାରେ ରାବଣ ଦହନର ପରମ୍ପରା ରହିଛି। କାରଣ ଦଶମୀ ତିଥିରେ ରାବଣଙ୍କୁ ବଧ କରାଯାଇଥିଲା। ଏଥିଯୋଗୁ ଏହି ଦିନକୁ ବିଜୟା ଦଶମୀ ଭାବେ ମଧ୍ୟ ପାଳନ କରାଯାଉଛି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କିଛି ସ୍ଥାନରେ ରାବଣଙ୍କ ପୂଜା କରାଯାଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ସତ।

ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ରାବଣଙ୍କୁ ପୂଜା କରାଯାଏ। ଏହି ମନ୍ଦିର ଦଶହରାରେ ଖୋଲିଥାଏ। କେବଳ ଏତିକି ନୁହେଁ ରାବଣ ଦହନ ପରେ ମନ୍ଦିରକୁ ବନ୍ଦ କରିଦିଆଯାଇଥାଏ। କାନପୁରର ଶିବାଲା ରୋଡ୍‌ରେ ଥିବା ମନ୍ଦିରର ନାଁ ହେଉଛି ‘ଦଶାନନ ମନ୍ଦିର’। ୧୮୯୦ରେ ଗୁରୁ ପ୍ରସାଦ ଶୁକ୍ଳ ମନ୍ଦିରର ସ୍ଥାପନା କରିଥିଲେ। ରାବଣ ଏକ ମହାନ ବିଦ୍ୱାନ ଥିଲେ, ଏଥିପାଇଁ ରାବଣଙ୍କୁ ପୂଜା କରି ଆଶୀର୍ବାଦ ଭିକ୍ଷା କରୁଥିବା ଲୋକମାନେ କୁହନ୍ତି। ଏପରିକିି ରାବଣଙ୍କ ଆଳତୀ କରିବା ପରେ ସେମାନଙ୍କ ଇଚ୍ଛା ପୂରଣ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି।

ଦଶହରା ଦିନ ଶ୍ରଦ୍ଧାଳୁ ରାବଣଙ୍କ ମୂର୍ତ୍ତିକୁ ଫୁଲରେ ସଜାଇଥାନ୍ତି। ପରେ ସେମାନେ ଏକତ୍ରିତ ହୋଇ ଭୋଗରାଗ ଏବଂ ଦୀପଦାନ କରିଥାନ୍ତି। ଏହାଛଡ଼ା ଦେଶର ଅନ୍ୟ କିଛି ମନ୍ଦିରରେ ରାବଣଙ୍କୁ ପୂଜା କରାଯାଇଆସୁଛି। ବିଶେଷଭାବେ ଦକ୍ଷିଣ ଭାରତର ଲୋକ ରାବଣକୁ ବହୁତ ମାନିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri